ରାଜନୀତି ଓ ନୈତିକତା:
ଇଟାଲୀ ଜନ୍ମିତ ମାକିଆଭେଲି(1469-1527)ଙ୍କୁ ଆଧୁନିକ ରାଜନୀତି ବିଜ୍ଞାନର ଜନକ କୁହାଯାଇଥାଏ।
ରାଜନୀତି , ରାଷ୍ଟ୍ର ପରିଚାଳନା ଓ ରାଜନେତାଙ୍କୁ ନେଇ ସେ ବାସ୍ତବବାଦୀ ଦୃଷ୍ଟିକୋଣ ରଖୁଥିବାରୁ କେହି କେହି ଆଦର୍ଶବାଦୀ ନୀତି ନୈତିକତାର ଦ୍ୱାହି ଦେଇ ତାଙ୍କର ବିଚାର ସବୁକୁ ସମାଲୋଚନା କରିଥାଆନ୍ତି ।
- “Politics have no relation to morals.”
“ରାଜନୀତି ସହିତ ନୈତିକତାର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।” - “It is not title that honors men, but men that honor titles.”
“ପଦ ପଦବୀ କୌଣସି ବ୍ୟକ୍ତିକୁ ସମ୍ମାନିତ କରେ ନାହିଁ; ବରଂ ବ୍ୟକ୍ତି ହିଁ ପଦବୀକୁ ସମ୍ମାନିତ କରିଥାଏ ।” - “Of mankind we may say in general they are fickle, hypocritical and greedy of gain.”
“ସାଧାରଣତଃ ମଣିଷ ସ୍ୱଭାବରେ ଚଞ୍ଚଳ, କପଟୀ ଏବଂ ଲାଭଖୋର ହୋଇଥାଏ।” - “You cannot have good laws without good arms.”
“ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ବିନା ଉତ୍ତମ ଆଇନ ରହିପାରେ ନାହିଁ।” - “Where there are good arms, good laws invariably follow.”
“ଯେଉଁଠାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଥାଏ, ସେଠାରେ ଭଲ ଆଇନ ସ୍ୱାଭାବିକ ଭାବେ ଅନୁସରଣ କରେ।” - “The main foundations of every state are good laws and good arms.”
“ପ୍ରତ୍ୟେକ ରାଷ୍ଟ୍ରର ମୂଳ ଭିତ୍ତି ହେଉଛି ଉତ୍ତମ ଆଇନ ଏବଂ ଦୃଢ଼ ସୁରକ୍ଷା ବ୍ୟବସ୍ଥା।” - “Men are so simple and so much inclined to obey immediate needs that a deceiver will never lack victims for his deceptions.”
“ମଣିଷ ଏତେ ସରଳ ଏବଂ ତତ୍କାଳ ଆବଶ୍ୟକତା ପୂରଣରେ ଏତେ ଆସକ୍ତ ଯେ, ଜଣେ ପ୍ରତାରକ କେବେ ମଧ୍ୟ ନିଜ ପ୍ରତାରଣାର ଶିକାର ହେବାଭଳି ଲୋକଙ୍କ ଅଭାବ ଅନୁଭବ କରେ ନାହିଁ।” - “It is double pleasure to deceive the deceiver.”
“ପ୍ରତାରକକୁ ପ୍ରତାରଣା କରିବାରେ ଦୁଇଗୁଣା ଆନନ୍ଦ ମିଳେ।” - “Hatred gained as much by good works as by evil.”
“ଖରାପ କାର୍ଯ୍ୟ ଯେପରି ଘୃଣା ସୃଷ୍ଟି କରେ, ଅନେକ ସମୟରେ ଭଲ କାର୍ଯ୍ୟ ମଧ୍ୟ ସେତିକି ଘୃଣାର କାରଣ ହୋଇପାରେ।”
।https://www.facebook.com/share/p/1BMqx2fPaK/?mibextid=wwXIfr












Leave a Reply