Spread the love

ବହି ବିଭ୍ରାଟର ହାଇକୋର୍ଟ ଜଜଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ : ଓଡିଶା ଅଭିଭାବକ ମହାସଂଘ
—————=————–==–
ପୂର୍ବତନ ସଚିବ ଶାଳିନୀ ପଣ୍ଡିତ ଓ ନିର୍ଦେଶକ ମନୋଜ ପାଢୀତଦନ୍ତ ଅନ୍ତର୍ଭୁକ୍ତ ହୁଅନ୍ତୁ
====================ଭୁବନେଶ୍ୱର ତା 17 ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗା ଯାଇଥିବା ପାଠ୍ୟପୁସ୍ତକରେ ୧୭୮୧ ରୁ ଅଧିକ ତ୍ରୁଟି ଦେଖାଯାଇଛି। ଏହି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରା ଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଜି ଏସ ସି ଇ ଆର ଟି ର ନିର୍ଦ୍ଦେଶକ ସୁଶ୍ରୀ ମଧୁସ୍ମିତା ସାହୁଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ସ୍କୁଲ ପାଠ୍ୟପୁସ୍ତକ ମୁଦ୍ରଣ ଏବଂ ଗୁଣବତ୍ତା ସମ୍ବନ୍ଧୀୟ ଗମ୍ଭୀର ସମସ୍ୟାର ସମାଧାନ କରିବାରେ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲେ। ପରୋକ୍ଷରେ ସେ ସ୍ୱୀକାର କରିଥିଲେ ଯେ SCERT ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପାଇଁ ଅନଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତ ନେଇ ଗୁରୁତର ତ୍ରୁଟି କରାଯାଇଥିଲା। SCERT ଏବଂ ପାଠ୍ୟପୁସ୍ତକ ପ୍ରକାଶନକୁ ଯେଉଁଭଳି ଭାବରେ ପରିଚାଳନା କରିଛି ତାହା ଅତ୍ୟନ୍ତ ସନ୍ଦେହଜନକ । ବିଷୟବସ୍ତୁ ଲିଖନ ଏବଂ ପ୍ରୁଫ୍-ରିଡିଂ ବା ତ୍ରୁଟି ସଂଶୋଧନ ପାଇଁ ଗଠିତ କମିଟି ଅନଭିଜ୍ଞ,ଓ ଅଯୋଗ୍ୟ । ବିଶେଷ ସୂତ୍ରର ଖବର ଅନୁଯାଇ ସରସ୍ୱତୀ ଶିଶୁ ମନ୍ଦିର ଭଳି କିଛି ଘରୋଇ ବିଦ୍ୟାଳୟର ଶିକ୍ଷକ ଏବଂ RSS ସଂଗଠନର କିଛି ପ୍ରମୁଖ କର୍ମକର୍ତ୍ତା ଙ୍କୁ ଏହି ପ୍ରକ୍ରିୟାରେ ପ୍ରମୁଖ ଦାୟିତ୍ୱ ଦିଆଯାଇଥିଲା l ଏହି ଘଟଣା ଅତ୍ୟନ୍ତ ମାରାତ୍ମକ,ଗୁରୁତର ଅପରାଧ ଓ ସନ୍ଦେହଜନକ ଷଡଯନ୍ତ୍ର ର ଗନ୍ଧ ବାରି ହେଉଛି l ୧୭୮୧ ରୁ ଅଧିକ ଭୁଲ ଓ କେବଳ ଅଷ୍ଟମ ଶ୍ରେଣୀ ବହିରେ 700 ଭୁଲ ଚିହ୍ନଟ ହୋଇଛ l ସରକାର ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଗର୍ବର ସଂରକ୍ଷଣ ଉପରେ ଦୃଢ଼ ଗୁରୁତ୍ୱ ଦେଇଆସିଛି ବୋଲି ଡିଣ୍ଡିମ ପିଟୁଛି ।ଏତେ ସଂଖ୍ୟାରେ ତ୍ରୁଟି ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ଇତିହାସରେ ଏକ କଳା ଅଧ୍ୟାୟ ପାଲଟିଛି l ଘଟଣା ଚକ୍ର ର ଅନୁସନ୍ଧାନ ରେ ପୂର୍ବତନ ନିର୍ଦ୍ଦେଶକ, SCERT, ଶ୍ରୀ ମନୋଜ କୁମାର ପାଢୀ ଏବଂ ସଚିବ, ସୁଶ୍ରୀ ସାଲିନ୍ ପଣ୍ଡିତଏହି ଅବହେଳା ଓ ତ୍ରୁଟି ପାଇଁ ସିଧାସଳଖ ଦାୟୀ l ସେମାନଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ l ଉନ୍ନୟନ କମିଶନରଙ୍କ ଦ୍ୱାରା କିପରି ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀ ଙ୍କ କିପରି ତଦନ୍ତ ପରିସରକୁ ଆଣିପାରିବେ ବୋଲି ପ୍ରଶ୍ନ କରିଛି ମହାସଂଘ । ଏହି ତଦନ୍ତ ନିର୍ଦେଶ କେବଳ ଧର୍ମ କୁ ଆଖି ଠାର l ଏଥିରେ କିଛି ହେବନି l ତେଣୁ ମହାସଂଘ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧୀନରେ ନ୍ୟାୟିକ ତଦନ୍ତ ଦାବି କରୁଛି l ଯଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ, ସ୍ୱଚ୍ଛ ଏବଂ ସ୍ୱାଧୀନ ତଥା ନିରପେକ୍ଷ ତଦନ୍ତ କରାଯାଇପାରିବ। ସମସ୍ତ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଯାହା ଦ୍ଵାରା ଭବିଷ୍ୟତରେ ସ୍କୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ମୁଦ୍ରଣରେ ଏପରି ବାରମ୍ବାର ଭୁଲ ପରିଚାଳନା ଏବଂ ଅବହେଳାର ପୁନରାବୃତ୍ତି ହେବନି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ଜଜ ଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ପାଇଁ ଆଜି ଚିଠି ଲେଖି ମହାସଂଘ ଦାବୀ କରିଛି l

Leave a Reply

Your email address will not be published. Required fields are marked *