ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
ଭୁବନେଶ୍ୱର, ଜୁନ୍ ୧୬: ରଜତ ମହାପାତ୍ର (ଦର୍ଶନ ସମୀକ୍ଷା)
କନ୍ଧମାଳ ଜିଲ୍ଲାସ୍ଥିତ ମହାସିଙ୍ଗିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ତିରୁପତିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଓଜିଲିରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା (ଜୋନ୍ III) ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଓଡିଶାର ୪ ଟି EMRS ମଧ୍ୟରୁ ଆଞ୍ଚଳିକ-ସ୍ତରୀୟ ଚାମ୍ପିଅନ୍ ହେବା ପରେ ମହାସିଙ୍ଗି EMRS ଏହି ସମ୍ମାନଜନକ ସଫଳତା ହାସଲ କରିଛି । ଦେଶର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ପ୍ରଥମ ଥର ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ଆୟୋଜନ କରିଛି ନ୍ୟାସନାଲ ଏଜୁକେଶନ ସୋସାଇଟି ଫର୍ ଟ୍ରାଇବଲ୍ ଷ୍ଟୁଡେଣ୍ଟ (NESTS) ।
ଦେଶର ୩୬ ଟି ମନୋନୀତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଆଞ୍ଚଳିକ, ଜୋନାଲ ଏବଂ ଜାତୀୟ ସ୍ତରରେ ଏହି ପ୍ରତିଯୋଗିତା ହେଉଛି । ଏହି ପ୍ରୟାସ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମ୍ବିଧାନିକ ସଚେତନତା, ନେତୃତ୍ୱ ଗୁଣବତ୍ତା ଏବଂ ସଂସଦୀୟ ନୀତିକୁ ବୁଝିବାରେ ସହାୟକ ହେବ ।
EMRS, ମହାସିଙ୍ଗିର ୫୮ ଜଣ ଛାତ୍ରଛାତ୍ରୀ ଏବଂ ୬ ଜଣ ଶିକ୍ଷକଙ୍କ ଏକ ଦଳ ଜୋନାଲ-ସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ । ଯୁବ ସଂସଦ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଯୋଗାଯୋଗ ଦକ୍ଷତା, ସମାଲୋଚନାମୂଳକ ଚିନ୍ତାଧାରା, ନେତୃତ୍ୱ ଗୁଣବତ୍ତା ବୃଦ୍ଧି କରିବା ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପାଇଥାନ୍ତି ।
ରୋଜାଲିନ୍ ସାହୁ
ଲୋକସମ୍ପର୍କ ଅଧିକାରୀ












Leave a Reply