ବାଇକ ପାଇଁ ଦୁଇ ଶ୍ରମିକଙ୍କ ମଧ୍ୟରେ ବଚସା
ଜଣଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ଓର୍କେଲ ଥାନା ପଛପଟେ ହାଉସିଂ ବୋର୍ଡ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ନୂତନ କୋଠା କାର୍ଯ୍ୟରେ ନିୟୋଜିତ ଥିବା ମାଲକାନଗିରି ଥାନା ଅଧୀନ ଏମଭି-୮ ନମ୍ବର ଗ୍ରାମର ଶ୍ୟାମ ସୁନ୍ଦର ସରକାର ଏବଂ ମୋଟୁ ଥାନା ଅଧୀନ ଏମପିଭି -୮୧ ଗ୍ରାମର ବିଶ୍ଵନାଥ ସର୍ଦାରଙ୍କ ମଧ୍ୟରେ କୌଣସି କାରଣରୁ ଏକ ବାଇକକୁ ନେଇ ଦୁଇଜଣ ଶ୍ରମିକଙ୍କ ମଧ୍ୟରେ କିଛି ସମୟ ଧରି ବଚସା ଲାଗି ରହିବା ପରେ ହଠାତ ଉତକ୍ଷିପ୍ତ ହୋଇ ବିଶ୍ଵନାଥ ହଠାତ ଏକ ଛୁରିରେଶ୍ୟାମ ସୁନ୍ଦରଙ୍କୁ ଭୁସି ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିବା ଶ୍ୟାମ ସୁନ୍ଦରଙ୍କୁ ସ୍ଥାନୀୟ ଲୋକେ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଶ୍ୟାମ ସୁନ୍ଦରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ ଶ୍ୟାମସୁନ୍ଦର ମାଲକାନଗିରି ଜିଲ୍ଲା ଚିକିତ୍ସାଲୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏ ନେଇ ଆହତ ଥିବା ଶ୍ୟାମ ସୁନ୍ଦରଙ୍କ ଭାଇ ରାଜେଶ ସରକାର ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୭୦/୨୦୨୬ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବିଶ୍ୱନାଥଙ୍କୁ ଗୁରୁବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।












Leave a Reply