Spread the love

ପଟ୍ଟାମୁଣ୍ଡାଇରେ ମାଛ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ସଂଶୋଧିତ ନିୟୁଜ
ପଟ୍ଟାମୁଣ୍ଡାଇ, ୧୦/୬- (ଦର୍ଶନ ସମୀକ୍ଷା)

ପଟ୍ଟାମୁଣ୍ଡାଇ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ଏକ ମାଛ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଛ ଚାଷୀମାନଙ୍କୁ ଉନ୍ନତ ମାଛ ଚାଷ ପ୍ରଣାଳୀ, ଜଳାଶୟ ପରିଚାଳନା, ମାଛ ଖାଦ୍ୟ ବ୍ୟବସ୍ଥାପନା ଏବଂ ରୋଗ ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏହି
ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ମାଛ ଚାଷକୁ ଏକ ଲାଭଜନକ ଓ ରୋଜଗାରଭିତ୍ତିକ ବ୍ୟବସାୟ ଭାବେ ଗ୍ରହଣ କରି ଆଧୁନିକ ଚାଷ ପଦ୍ଧତି ଅବଲମ୍ବନ କରିବାକୁ ଚାଷୀମାନଙ୍କୁ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀମତୀ ନନ୍ଦିନୀ ଶତପଥୀ,ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସରୋଜିନୀ, ସହକାରୀ କୃଷି ଅଧିକାରୀ ସ୍ୱପ୍ନ ସୋନାଲି ପ୍ରଧାନ ମହାପାତ୍ର, ଡେରାବିଶ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରୀତିଶ ନାୟକ ଏବଂ ମା’ ବୁଢ଼ୀ ଜାଗୁଳାଇ ମତ୍ସ୍ୟ ଜାଆଁଳ କେନ୍ଦ୍ରର ଉପଦେଷ୍ଟା ଶ୍ରୀ କମଳାକାନ୍ତ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଏହି
ଶିବିରରେ ୧୦୦ରୁ ଅଧିକ ମତ୍ସ୍ୟ ଚାଷୀ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ସମୟରେ ଓଡ଼ିଶାର ମୁଣ୍ଡପିଛା ମାଛ ବ୍ୟବହାର ବାର୍ଷିକ ୧୮.୩୩ କିଲୋଗ୍ରାମ ଥିବା ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି, ମାଛ ଚାଷରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ଏବଂ ମତ୍ସ୍ୟ ଚାଷୀମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ମିଳୁଥିବା ସହାୟତା ଓ ଭର୍ତ୍ତୁକି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିରକୁ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ହରପ୍ରିୟା ବେହେରା, କନିଷ୍ଠ ମତ୍ସ୍ୟ ସହାୟିକା ଶ୍ରୀମତୀ ଗୀତାଞ୍ଜଳି ଦାଶ ଏବଂ ସାଗର ମିତ୍ର ଉର୍ମିଳା ରାଉଳ ସୁଚାରୁ ରୂପେ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *