Spread the love

ମଣ୍ଡଳ ସାଙ୍ଗଠନିକ ବୈଠକ

ପଟ୍ଟାମୁଣ୍ଡାଇ :, (ଦର୍ଶନ ସମୀକ୍ଷା)
ପଟ୍ଟାମୁଣ୍ଡାଇ ନଗର ବିଜେପି ପକ୍ଷରୁ ସାଙ୍ଗଠନିକ ମଣ୍ଡଳ ବୈଠକ ସାବିତ୍ରୀ ମଣ୍ଡପ ରେ ଅନୁଷ୍ଠିତ ହୋଇଛି l ନଗର ବିଜେପି ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱ ରେ 33 ନମ୍ବର ମଣ୍ଡଳର କାର୍ଯ୍ୟକର୍ତ୍ତା ମାନଂକୁ ନେଇ ଆୟୋଜିତ ବୈଠକରେ ବିଜେପି ସରକାରଙ୍କ କେନ୍ଦ୍ର ରେ 12ବର୍ଷ ପୂର୍ତ୍ତି ଓ ରାଜ୍ୟରେ 2ବର୍ଷ ପୂର୍ତ୍ତି ଅବସରରେ ଜନସମ୍ପର୍କ ଅଭିଯାନ, ଏକ ପେଡ ମା କେ ନାମ, ସୁଭଦ୍ରା ଶକ୍ତି ମେଳା ଓ ଶକ୍ତି କେନ୍ଦ୍ରର ଦୃଢ଼ିକରଣ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା l ମୋ ବୁଥ ସବୁଠୁ ମଜଭୁତ କାର୍ଯ୍ୟକ୍ରମ ରେ ନୂତନ ସଦସ୍ୟ ଙ୍କୁ ଯୋଡିବା, ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ପଟ୍ଟାମୁଣ୍ଡାଇର ପ୍ରତ୍ୟେକ ବୁଥରେ କିପରି ମନ କି ବାତର ସଫଳ ରୂପାୟନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା l
ଏହି ବୈଠକରେ ପଟ୍ଟାମୁଣ୍ଡାଇ ନଗର ପ୍ରଭାରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଜିଲ୍ଲା ଉପସଭାପତି ଭାରତ ଭୂଷଣ ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ବିଶ୍ୱାଳ, ମିଟୁ ମନୋଜ ନାୟକ, ପଟ୍ଟାମୁଣ୍ଡାଇ ନଗର ଉପସଭାପତି ମନୋଜ ସ୍ୱାଇଁ, ଦେବାଶିଷ ମଳିକ, ଦୀପକ ମଳିକ,ଉତ୍ତମ ମଳିକ, ରାଜେଶ ବାରିକ, ଅଜୟ ଦାସ, ନଗର ସାଧାରଣ ସମ୍ପାଦକ ପିତାମ୍ବର କର, ଗୋଲେଖ ମଳିକ, ସମ୍ପାଦକ ବସନ୍ତ ସାହୁ, ଅଶୋକ ସେଠି, ଭାଗ୍ୟଧର ସାହୁ, ସମ୍ପାଦିକା ସବିତା ନାୟକ, ମମତା ସେଠି, ତୁଳସୀ ବିଶ୍ୱାଳ, କୋଷଧକ୍ଷ ସଞ୍ଜୟ କୁମାର ପାତ୍ର, ମୋର୍ଚା ସଭାପତି ଶର୍ମିଷ୍ଠା ପାତ୍ର, ମନ୍ମଥ ରାଉତ , ବିଘ୍ନେଶ ମଳିକ, ସେ.କେ. ମକସୁଦ ଅଲ୍ଲୀ ଏବଂ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ରେ ଭାଗ ନେଇଥିଲେ l

Leave a Reply

Your email address will not be published. Required fields are marked *