ପଟ୍ଟାମୁଣ୍ଡାଇକୁ ଗୌରବାନ୍ୟୁତ କଲେ ତ୍ରୀବିକ୍ରମ
ପଟ୍ଟାମୁଣ୍ଡାଇ ତା୯/୬।ଦର୍ଶନ ସମୀକ୍ଷା
ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ଫଳ ସୋମବାର ପ୍ରକାଶ ପାଇବାପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ମଣ୍ଡପଡା ଗ୍ରାମର ଯଯାତି କେଶରୀ ପ୍ରଧାନଙ୍କ ବଡପୁଅ ତ୍ରୀବିକ୍ରମ ପ୍ରଧାନ ଏମଵିଏ ପାଠ୍ୟକ୍ରମରେ ସାମଗ୍ର ରାଜ୍ୟରେ ଟପର ହୋଇଛନ୍ତି।ଭଜନେଶ୍ୱର ହାଇସ୍କୁଲରୁ ମ୍ୟାଟ୍ରିକରେ ପ୍ରଥମ ଶ୍ରେଣୀ ଓ କେନ୍ଦ୍ରାପଡ଼ା କଲେଜରୁ ସ୍ନାତକରେ (ପଦାର୍ଥ ବିଜ୍ଞାନ) ପ୍ରଥମ ଶ୍ରେଣୀ ଡିଷ୍ଟିଙ୍ଗସନ ପାଇଥିବା ତ୍ରିବିକ୍ରମ ଙ୍କ ଏହି କୃତ୍ତିତ୍ୱ ରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜନଗର ବିଧାୟକ ଧ୍ରୁବ ସାହୁ, ଭଜନେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନନ୍ତ କିଶୋର ବେହେରା, ଗୋଲକ ବିହାରୀ ଭୂୟାଁ, ଜୟଦେବ ବେହୁରା,ଅକ୍ଷୟ ଦାସ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଜେନା,ଯୁବ ସମାଜସେବି ସଂଗ୍ରାମ ସାମଲ, ପ୍ରାକ୍ତନ ସରପଞ୍ଚ ସୁଧାଂଶୁ ସାମଲ, ଜ୍ୟୋତିରଞ୍ଜନ ସାମଲ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ଖୁସିବ୍ୟକ୍ତ କରିବା ସହିତ ତ୍ରୀବିକ୍ରମଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।












Leave a Reply