Spread the love

ଷ୍ଟିଲ ସିଟି ପ୍ରିମିୟର ଲିଗ୍ ପାଇଁ ଖେଳାଳୀ ନିଲାମ …..
ରାଉରକେଲା: (ଦର୍ଶନ ସମୀକ୍ଷା)

ପ୍ରଥମ ଥର ପାଇଁ ଷ୍ଟିଲ ସିଟି ପ୍ରିମିୟର ଲିଗ୍ ର ୧୬ ବର୍ଷରୁ କମ ବୟସର ଖେଳାଳି ଙ୍କୁ ନେଇ ଏକ ନିଲାମ କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ୍ ମନ୍ତ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଟି ଟ୍ୟୋଣ୍ଟି ପ୍ରତିଯୋଗିତା ପାଇଁ ଓଡିଶା ର ବିଭିନ୍ନ ଜିଲ୍ଲା ତଥା ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ଼ର ପ୍ରାୟ ୧୨୦ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏଥିପାଇଁ ରାଉରକେଲାର ୮ ଟି ଦଳ ଯଥା ମା ଆଭେଞ୍ଜରି, ରାଉରକେଲା ସୁପର ଜାଣ୍ଟସ୍, ରୟାଲ ଚାଲେଞ୍ଜର ରାଉରକେଲା, ରାଉରକେଲା ଇଣ୍ଡିଆନ, ଷ୍ଟିଲ ଲାୟନ ରାଉରକେଲା, ରାଉରକେଲା ପାନ୍ଥର,କଳିଙ୍ଗ
ୱ।ରିୟର,ଷ୍ଟିଲ ସିଟି ପାନ୍ଥର ପ୍ରମୁଖ ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ କିଛି କିଛି ବଛା ଖେଳାଳି ଙ୍କୁ ନେଇ ନିଲାମ ଡକାଯାଇଥିଲା। ଏହି ପ୍ରତିଯୋଗିତା ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଖେଳ ବାସନ୍ତୀ କଲୋନୀ ଡିଏଭି ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏହି କ୍ରୀଡା ପ୍ରତିଯୋଗିତାର ମୁଖ୍ୟ ଅଧ୍ୟକ୍ଷ ଅସମଦ ହୁସେନ ଓ ସଂପାଦକ ଅଂଶୁମାନ ଗୋପ, ଆୟୋଜକ ୟୁଥ୍ କ୍ରିକେଟ ଏକାଡେମୀର ସଭାପତି ଭାରତ ଭୂଷଣ ପରିଡା ଓ ସମ୍ପାଦକ କମଳାକାନ୍ତ ବେହୁରିଆ ତଥା ଉପଦେଷ୍ଟା ଭାବେ ସୁଶାନ୍ତ ରାଉତ ପ୍ରମୁଖ ରହିଛନ୍ତି।

Leave a Reply

Your email address will not be published. Required fields are marked *