କୋଷ୍ଟାଲ ବାୟୋଟେକ ତରଫରୁ ଆୟୋଜିତ ତିନି ଦିନିଆ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି, 7/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ବିଶ୍ଵ ପରିବେଶ ଦିବସ ଅବସରରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାରିଙ୍ଗିରେ ଥିବା କୋଷ୍ଟାଲ ବାୟୋଟେକ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲୁ ରହିଥିଲା । ପବିବେଶ ସୁରକ୍ଷା ପ୍ରତି ବିଶେଷ ସଚେତନତା କରିବା ଉଦ୍ଦେଶ୍ୟରେ ବିଶ୍ବ ପରିବେଶ ଦିବସ ଠାରୁ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଆଜି ଉଦ୍ଯାପନୀ ଉତ୍ସବରେ ମଧ୍ୟ ଚାରା ରୋପଣ ହୋଇଥିଲା । ତିନି ଦିନ ଧରି କୋଷ୍ଟାଲ ବାୟୋଟେକ୍ ପକ୍ଷରୁ ପ୍ଲାଣ୍ଟ୍ ପରିସରରେ ପର୍ଯ୍ୟାୟ କ୍ରମେ ପ୍ରଥମ ଦିବସରେ ୧୦୦, ଦ୍ବିତୀୟ ଏବଂ ତୃତୀୟ ଦିବସରେ ୫୦ ଲେଖାଏଁ ଚାରାରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ, ସାଧାରଣ ପରିଚାଳକ ଅଧିକାରୀ, କର୍ମଚାରୀ ଏବଂ ଶ୍ରମିକ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଶପଥ ନେବା ସହ ରୋପଣ କରାଯାଇଥିବ ବୃକ୍ଷର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ ତୁଲାଇବା ପାଇଁ ଆହ୍ବାନ ଦିଆଯାଇଛି । କାର୍ଯ୍ୟକ୍ରମରେ ପରିବେଶ ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ଜଳ ଓ ଶକ୍ତି ସଞ୍ଚୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା | ପ୍ଲାଣ୍ଟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା I ଏହି ଅବସରରେ ପ୍ଲାଣ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଓ ସାଧାରଣ ପରିଚାଳନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ ଏବଂ ସବୁଜ ପରିବେଶ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ | ଶେଷରେ ପ୍ଲାଣ୍ଟର ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଜପତିରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଓ ଆଇନଶୃଙ୍ଖଳା ସୁଦୃଢ ପାଇଁ ନୂତନ ଏସପିଙ୍କ ପ୍ରଥମ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ
ପାରଳାଖେମୁଣ୍ଡି, 7/6(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ଆଇନ୍ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ନବନିଯୁକ୍ତ ଗଜପତି ଜିଲ୍ଲା ପୋଲିସ ଏସପି ପ୍ରହ୍ଲାଦ ସହାୟ ମୀନା ଗୁରୁତ୍ୱ ଆରୋପ କରିଛନ୍ତି. ଏସପି ଅଫିସ ପରିସରରେ ଆୟୋଜିତ ବିସ୍ତୃତ ଅପରାଧ ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀମାନଙ୍କୁ ପୋଲିସ ବ୍ୟବସ୍ଥାକୁ ସାଧାରଣଙ୍କ ଠାରେ ପହଞ୍ଚାଇବା ପାଇଁ ସେ ନିର୍ଦେଶ ଦେଇଛନ୍ତି. ଏହି ବୈଠକରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଯୋଗଦେଇ ବିଭିନ୍ନ ତଦନ୍ତ ଆଇନ ମାମଲାର ପ୍ରଗତି, ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏସ୍ପି ଶ୍ରୀ ମୀନା ମାମଲା ଗୁଡିକର ନିରପେକ୍ଷ, ଗୁଣାତ୍ମକ ଓ ସମୟବଦ୍ଧ ତଦନ୍ତ ଉପରେ ଗୁରୁତ୍ୱ ଦେବା ସହ ଦୀର୍ଘଦିନ ଧରି ବକେୟା ଥିବା ମାମଲାର ଶୀଘ୍ର ସମାଧାନ, ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯାଗପତ୍ର ଦାଖଲ ଏବଂ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନଲାଇନ୍ ଠକେଇ, ବ୍ୟାଙ୍କ ଜାଲିଆତି ଓ ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥୁବା ଅପରାଧ ବିରୋଧରେ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଠାରେ ସାଇବର ସଚେତନତା ବଢ଼ାଇବାକୁ ନୂତନ ଏସପି ଶ୍ରୀ ମୀନା ନିର୍ଦ୍ଦେଶ ଦେବା ସହ ମାଦକଦ୍ରବ୍ୟ କାରବାର ଓ ନିଶା ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବା, ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଉପରେ ମଧ୍ୟ ଜୋର ଦେଇଥିଲେ ।
ଗଜପତିର ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ବିନ୍ଦୁପ୍ରିୟା ପ୍ରସାର ଭାରତୀ ଦ୍ୱାରା ସମ୍ମାନଜନକ କଳାକାର ମାନ୍ୟତା ହାସଲ କଲେ
ପାରଳାଖେମୁଣ୍ଡି, 7/6(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନର ପ୍ରଶିକ୍ଷିକା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିନ୍ଦୁପ୍ରିୟା ବେହେରା ନୂଆଦିଲ୍ଲୀସ୍ଥିତ ପ୍ରସାର ଭାରତୀ ଅଧୀନ ଦୂରଦର୍ଶନ ମହା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶୀ ନୃତ୍ଯ କ୍ଷେତ୍ରରେ ବି-ହାଇ କଳାକାର ମାନ୍ୟତା ହାସଲ କରିଥିବା ସୂଚନା ମିଳିଛି. । ଦୀର୍ଘ ବର୍ଷର ସାଧନା, ନିଷ୍ଠା ଓ ପରିଶ୍ରମର ଫଳସ୍ୱରୂପ ମିଳିଥିବା ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲାର ସାଂସ୍କୃତିକ ଗୌରବର ପ୍ରତୀକ ବୋଲି ବିଦୁପ୍ରିୟା ମତପ୍ରକାଶ କରିଛନ୍ତି । ବିଦୁପ୍ରିୟା ଗଜପତି ଜିଲ୍ଲାର ଜଣେ ଦକ୍ଷ ନୃତ୍ୟଶିଳ୍ପୀ ଓ ପ୍ରଶିକ୍ଷିକା ଭାବେ ସେ ଅନେକ ନୂତନ ପ୍ରତିଭାଙ୍କୁ ଗଢ଼ି ତୋଳିଛନ୍ତି। ବିନ୍ଦୁପ୍ରିୟାଙ୍କ ଏହି କୃତିତ୍ୱ ଯୁବ ନୃତ୍ୟଶିଳ୍ପୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି.
ମହେନ୍ଦ୍ର ମେଳାରୁ ଫେରୁଥିବା ମିନି ଭ୍ୟାନ ବ୍ରେକ ଫେଲ, ଅଳ୍ପକେ ବର୍ତ୍ତିଲେ 10 ଜଣ ଶ୍ରଦ୍ଧାଳୁ ପାରଳାଖେମୁଣ୍ଡି, 7/6(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ରମେଳା ଦର୍ଶନ କରି ଫେରୁଥିବା ବେଳେ ଏକ ମିନି ଭ୍ୟାନ ବ୍ରେକ୍ ଫେଲ୍ ହୋଇଯିବାରୁ ବଡ଼ ଦୁର୍ଘଟଣା ଅଳ୍ପକେ 10 ଜଣ ଶ୍ରଦ୍ଧାଳୁ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ଆନ୍ଧ୍ରର ଇଚ୍ଛାପୁର ନିକଟସ୍ଥ ରାଟୀ ଗ୍ରାମର ୧୦ ଜଣ ଶ୍ରଦ୍ଧାଳୁ ମହେନ୍ଦ୍ରମେଳା ଦର୍ଶନ ସାରି ଫେରୁଥିବା ବେଳେ ଗଡାଣିଆ ଘାଟିର 7 ନଂ ପାହାଡ଼ର ଶେଷ ଘାଟିରେ ଅତିକ୍ରମ କରି ଆସୁଥିବା ବେଳେ ହଠାତ ଗାଡ଼ିର ବ୍ରେକ୍ ଫେଲ ହୋଇଯାଇଥିଲା. ହେଲେ ଗାଡିର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସିଥିବା ସମସ୍ତ 10 ଜଣ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ରକ୍ଷା ପାଇଥିଲେ। ଏହି ଦୁର୍ଘଟଣାରେ 3 ଜଣ ମହିଳା ସାମାନ୍ୟ ଆହତ ହୋଇଥିଲେ. ସେମାନଙ୍କ ମଧ୍ୟରୁ 2 ଜଣ ମହିଳାଙ୍କୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ପୋଲିସ ସହାୟତାରେ ଭର୍ତ୍ତି କରାଯାଇଥିଲା. ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରି ଯାଇଥିବା ଜଣା ପଡିଛି.












Leave a Reply