Spread the love

ବନ୍ଧୁକ ମୁନରେ ଲୁଟିନେଲେ ୨୫ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା
ଆଳି : (ଦର୍ଶନ ସମୀକ୍ଷା)

ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮. ୩୦ ସମୟରେ ୧୨ ଜଣ ଡକାୟତ ହାତରେ ଭୁଜାଲି ଓ ବନ୍ଧୁକ ଧରି ଆଳି ଥାନା ବାଳକାଟି ପଞ୍ଚାୟତ ଖଣ୍ଡିଆପାଟଣା ଗ୍ରାମର ପ୍ରଦୀପ ରାଉତଙ୍କ ଘରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି l ଡକାୟତ ମାନେ ଘରେ ପଶିବା ପରେ ପରିବାର ଲୋକଙ୍କୁ ଜଣକ ପରେ ଜଣେ ସଦସ୍ୟଙ୍କ ବେକରେ ଭୁଜାଲି ଲଗାଇ ରୋଷେଇ ଘରେ ପୁରାଇ ବନ୍ଦ କରିଦେବା ପରେ ଘରେ ଥିବା ଗଡ଼ରେଜ, ବାକ୍ସ ତାଢ଼ି ଆନୁମାନିକ ୨୫ରୁ ୩୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି l ମାସେ ପୂର୍ବରୁ ପ୍ରଦୀପଙ୍କ ପୁଅ ବାହାଘର ହୋଇଥିବା ରୁ ଏହାକୁ ଲକ୍ଷ କରି ଲୁଟେରା ମାନେ ସମସ୍ତ ଜିନିଷ ଲୁଟି ନେଇଛନ୍ତି l ୪୫ମିନିଟ ଧରି ଲୁଟେରା ମାନେ ରାଜ୍ୟ ରାଜପଥ କଡ଼ରେ ଥିବା ଘରୁ ସସସ୍ତ୍ର ଡକାୟତି କରି ଫେରାର ହୋଇ ଯାଇଥିବା ବେଳେ ଆଳିର ଆଇନ ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନ ଵାଚି ସୃଷ୍ଟି ହୋଇଛି l ଖବର ପାଇ ଆଳି ପୋଲିସ ଗତକାଲି ରାତିରେ ଘଟଣା ସ୍ଥଳରେ ଅନୁସନ୍ଧାନ କରିଛି l ଲୁଟେରା ମାନେ ଏକ ଭୁଜାଲି ଛାଡି ଦେଇ ଯାଇଛନ୍ତି l

Leave a Reply

Your email address will not be published. Required fields are marked *