ସର୍ବଭାରତୀୟ ଆୟକର ଅବସରପ୍ରାପ୍ତ କର୍ମଚାରୀ ଫେଡେରେସନ ଦିବସ ପାଳିତ
ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)
ଆଜି ପୂର୍ବାହ୍ନରେ ଅବସରପ୍ରାପ୍ତ ଆୟକର କର୍ମଚାରୀ ସଂଘ, ଓଡ଼ିଶା ତରଫରୁ ସର୍ବଭାରତୀୟ ଅବସରପ୍ରାପ୍ତ ଆୟକର କର୍ମଚାରୀ ଫେଡେରେସନ ଦିବସ ଏହାର ଭୁବନେଶ୍ୱର ଆୟକର ଭଵନ ଆନେକ୍ସିସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏଗାର ବର୍ଷ ତଳେ ୨୦୧୫ ମସିହା ଜୁନ ୪ ତାରିଖରେ ବିଭିନ୍ନ ପ୍ରାନ୍ତରେ ଥିବା ଆୟକର ଅବସରପ୍ରାପ୍ତ କର୍ମଚାରୀ ସଂଘଙ୍କୁ ନେଇ ଏକ ଫେଡେରେସନ ଗଠନ କରାଯାଇଥିଲା । ଆଜିର ଉତ୍ସବରେ ଓଡ଼ିଶା ସଂଘର ଉପଦେଷ୍ଟା ସ୍ୱରାଜ ମହାନ୍ତି , ସଭାପତି ବିଧୁଭୂଷଣ ମହାନ୍ତି, ଦୁଇ ଉପ ସଭାପତି ଶରତ ଦାଶ ଓ ମନୋରଞ୍ଜନ ପାଣିଗ୍ରାହୀ, ସମ୍ପାଦକ ରବୀନ୍ଦ୍ରନାଥ ମହାନ୍ତି , ବରିଷ୍ଠ ସଭ୍ୟ ବ୍ରଜେନ୍ଦ୍ରନାଥ ମହାନ୍ତି, ମନମୋହନ ରାଓ,ମଙ୍ଗରାଜ ସେଠୀ, ଏ ଭି ଏନ ଶ୍ରୀନିବାସ, ଅନିରୁଦ୍ଧ ଦାସ, ପ୍ରକାଶ ଚନ୍ଦ୍ର ସେଠୀ, ବସନ୍ତ ସେନାପତି, ରାଧାଶ୍ୟାମ ଗିରି, ଶ୍ରୀକାନ୍ତ ମହାନ୍ତି, ବିଜୟ ଚନ୍ଦ୍ର ଶତପଥୀ, ବିଜୟ କୁମାର ଷଡ଼ଙ୍ଗୀ, ପ୍ରଭାଶଙ୍କର ମିଶ୍ର, ଅଜୟ କୁମାର ନାୟକ, ଡି କେ ସାହୁ, ମଧୁସୂଦନ ପାତ୍ର, ପି ସି ପ୍ରହରାଜ, ଆର ଆର ମିଶ୍ର, ସୁରେନ୍ଦ୍ର ମାଝୀ, ରବୀନ୍ଦ୍ର ବେହେରା, ହୃଷିକେଶ ସୁଆର ଓ ଚିନ୍ତାମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ବର୍ଷ ଫେଡେରେସନ ଦିବସ ଧୂମଧାମରେ ପାଳନ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।












Leave a Reply