Spread the love

ଆଇସିଏମଏଆଇ ଭୁବନେଶ୍ୱର ଚାପ୍ଟରର ୫୭ତମ ବାର୍ଷିକ ସାଧାରଣ ସଭା; ୨୦୨୬-୨୭ ପାଇଁ ନୂତନ ପଦାଧିକାରୀ ନିର୍ବାଚିତ

ଭୁବନେଶ୍ୱର, (ଦର୍ଶନ ସମୀକ୍ଷା)

ଦି ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICMAI)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୫୭ତମ ବାର୍ଷିକ ସାଧାରଣ ସଭା (AGM) ରବିବାର ଦିନ ନୟାପଲ୍ଲୀସ୍ଥିତ ସିଏମଏ ଭବନରେ ସଫଳତାର ସହ ଅନୁଷ୍ଠିତ ହୋଇଛି।

ସାଧାରଣ ସଭା ପରେ ନବଗଠିତ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୨୬-୨୭ କାର୍ଯ୍ୟକାଳ ପାଇଁ ସିଏମଏ ଅବିନାଶ କୋଟନିଙ୍କୁ ଅଧ୍ୟକ୍ଷ, ସିଏମଏ ସତ୍ୟ ସୁନ୍ଦର ମହାସୁଆରଙ୍କୁ ଉପାଧ୍ୟକ୍ଷ, ସିଏମଏ ଅଜୟ କୁମାର ସାମଲଙ୍କୁ ସମ୍ପାଦକ ଏବଂ ସିଏମଏ ସୌମ୍ୟ ରଞ୍ଜନ ଜେନାଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା।

ଏହି ଅବସରରେ ବିଦାୟୀ ଅଧ୍ୟକ୍ଷ ସିଏମଏ ଶରତ କୁମାର ବେହେରା ନବନିର୍ବାଚିତ ଅଧ୍ୟକ୍ଷ ସିଏମଏ ଅବିନାଶ କୋଟନିଙ୍କୁ ଔପଚାରିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଏମଏ ଦାମୋଦର ମିଶ୍ର, ଆଇସିଏମଏଆଇ-ଇଆଇଆରସିର ଉପାଧ୍ୟକ୍ଷ ଏବଂ ଚାପ୍ଟରର ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

୫୭ତମ ବାର୍ଷିକ ସାଧାରଣ ସଭା ଓ ୨୦୨୬-୨୭ ବର୍ଷ ପାଇଁ ପରିଚାଳନା କମିଟିର ପ୍ରଥମ ବୈଠକ ଶୃଙ୍ଖଳିତ ଏବଂ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ନବନିର୍ବାଚିତ ଟିମ୍ ପେଶାଗତ ଉତ୍କର୍ଷତା, ସଦସ୍ୟ ସମ୍ପୃକ୍ତି, ଦକ୍ଷତା ବିକାଶ ଏବଂ ଜ୍ଞାନ ବିନିମୟ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *