Spread the love

ଭୋବନିପୁର ଗ୍ରାମରେ ଡ୍ରେନେଜ୍ କାର୍ଯ୍ୟକୁ ବିରୋଧ
ଡ୍ରେନେଜ୍ ପରିଦର୍ଶନ କଲେ ଅଧ୍ଯକ୍ଷା ଅଭିଯୋଗ ହେଲେ ମଧ୍ୟ ଶୁଣୁ ନାହାନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ
ନିମାପଡ଼ା :-୨୧-୫- (ଦର୍ଶନ ସମୀକ୍ଷା)

ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ୱାର୍ଡରେ ଚାଲିଥିବା ଅଧିକାଂଶ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଖୋଦ୍ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ।ରାସ୍ତା,ଘାଟ ଠାରୁ ଆରମ୍ଭ କରି ଡ୍ରେନ୍ ନିର୍ମାଣ ପାଇଁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ଏହା ସଠିକ୍ ବିନିଯୋଗ ହେଉନଥିବା ସହ ଅଧକ୍ଷାଙ୍କୁ ବିନା ସୂଚନାରେ ଖଚ୍ଚ ହେଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ନିମାପଡ଼ା ଏନଏସି ୧୧ନମ୍ବର ୱାର୍ଡ ଭୁବନିପୁର ଅଞ୍ଚଳରେ ଡ୍ରେନ୍ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଦେଖି ଗ୍ରାମବାସୀ ଅଭିଯୋଗ କରିବା ପରେ ଅଧ୍ୟକ୍ଷା ଓ ସେଠାକାର କାଉଁନସିଲର ସିଧା ସଳଖ ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥିଲେ।ଡ୍ରେନେଜ୍ ତଳୁଆ କରା ନଯାଇ ରାସ୍ତା ଠାରୁ ଦୁଇଫୁଟ ଉଚ୍ଚତାରେ କରାଯାଇ ଥିବା କାରଣରୁ ଡ୍ରେନେଜ୍ ପାଣି ଲୋକମାନଙ୍କ ଘରେ ପସିବା ର ସମ୍ଭାବନା ରହିଛି। ରାସ୍ତା ଖାଲ ହୋଇଥିବାରୁ ରାସ୍ତା ପାଣି ଡ୍ରେନେଜ୍ ଭିତରକୁ ଯାଇ ପାରିବ ନାହିଁ। ଯିବାରେ ଅସୁବିଧା ସୃଷ୍ଟି ହେବ। ଏହାକୁ ନେଇ କେତେଜଣ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ କହିଥିବା ବେଳେ ଏହି ଗ୍ରାମର ଶତାଧିକ ବ୍ୟକ୍ତି ଏପରି ଡ୍ରେନ୍ କାର୍ଯ୍ୟକୁ ବିରୋଧ କରି ରାସ୍ତା ଠାରୁ କମ୍ ଉଚ୍ଚତାରେ ଡ୍ରେନ୍ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନିୟମିତତା ବିଷୟରେ କହିବା ସହ ନିର୍ମାଣ କାର୍ଯ୍ୟ ସ୍ଥଳକୁ ଆସି ବୁଲି ଦେଖିବାକୁ କହିଥିଲେ।କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷାଙ୍କ କଥାକୁ ଖାତିର ନକରିବା ସହ ବିଭିନ୍ନ କାମର ବାହାନା ଦେଖାଇ ନିର୍ମାଣ ସ୍ଥଳକୁ ଯାଇନଥିଲେ।ଅନ୍ୟପଟେ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଏନଏସିର କୌଣସି ଅଧିକାରୀ ସେଠାକୁ ତଦାରଖ କରିବାକୁ ଯାଇନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ।ଠିକାଦାର ଡ୍ରେନ୍ ନିର୍ମାଣ କାର୍ଯ୍ୟ ମନଇଚ୍ଛା କରିବା ସହିତ ରାସ୍ତା ଠାରୁ ୨ଫୁଟ ଉଚ୍ଚ କରିଥିବା ବେଳେ ବସ ବାସ କରୁଥିବା ସ୍ଥାନୀୟ ଲୋକ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ଭୋଗିବାର ଯଥେଷ୍ଟ ସମ୍ଭାବନା ରହିଛି।ଅନ୍ୟପଟେ ଯାତାୟତରେ ବିଭିନ୍ନ ସମସ୍ୟା ଉପୁଜିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *