Spread the love

୬କୋଟି ୪୬ଲକ୍ଷ ଟଙ୍କା ଵ୍ୟୟରେ ହାଟପାଟଣା କେନାଲଵନ୍ଧ- ତୋଟାସାହୀ ରାସ୍ତାଶିଳାନ୍ୟାସ, ନୂଆପାଟଣା
ସେତୁ ଉଦଘାଟନ
ପଟ୍ଟାମୁଣ୍ଡାଇ ୧୮/୫ କେନ୍ଦ୍ରାପଡା (ଦର୍ଶନ ସମୀକ୍ଷା)
ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ନୀଳ ଳକଣ୍ଠପୁର ପଞ୍ଚାୟତରେ ଜଳ ସମ୍ପଦ ବିଭାଗ ପକ୍ଷରୁ ନବ ନିର୍ମିତ ନୂଆପାଟଣା ସେତୁ ଉଦଘାଟନ ଉଦଘାଟିତ ହୋଇଯାଇଛି I ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେତୁର ଶୁଭ ଉଦଘାଟନ କରିଥିଲେ I ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ୪୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହାଟପାଟଣା କେନାଲଵନ୍ଧ – ତୋଟାସାହି ଭାୟା ଜେନାସାହି ରାସ୍ତାର ଶୁଭ ଶିଳାନ୍ୟାସ କରାଯାଇଛି I। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ରାସ୍ତାର ଶୁଭ
ଶିଳାନ୍ୟାସ କରିଥିଲେ I ଏହା ପରେ ହାଟପାଟଣା ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା Iଏଥିରେ ବିଧାୟକ ଶ୍ରୀବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ
୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି,୧୫ନଂ
ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ,ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସୁବାଷ ଥାଟୋଇ ରଶ୍ମି ରଞ୍ଜନ ଗିରି,କେଶପୁର ପଞ୍ଚାୟତ ସରପଞ୍ଚ କଲ୍ୟାଣି ମଲ୍ଲିକ, ନିଳକଣ୍ଠପୁର ପଞ୍ଚାୟତ ଭାର ପ୍ରାପ୍ତ ସରପଞ୍ଚ ମାତାଜୀ ବାରିକ ସମିତି ସଭ୍ୟା ପଦ୍ମଜା ପ୍ରିୟଦର୍ଶିନୀ କର ଓ କେଶପୁର ସମିତି ସଦସ୍ୟା ବାସନ୍ତୀ ବେହେରା ପ୍ରମୁଖ ଯୋଗଦେଇ ବିଧାୟକ ଶ୍ରୀ ବେହେରାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ନୀଳକଣ୍ଠପୁର ଓ କେଶପୁର ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବୀ ପୂରଣ ହେବା ସହିତ ଉତ୍ତମ ଗମନାଗମନ ସୁବିଧା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରି ଏଥି ପାଇଁ ବିଧାୟକ ଶ୍ରୀବେହେରାଙ୍କୁ ସାଧୁବାଦ ଜଣାଇ ଥିଲେ I ଏହି ସାଧାରଣ ସଭାରେ ନୀଳକଣ୍ଠପୁର ଓ କେଶପୁର ଦୁଇଟି
ପଞ୍ଚାୟତର ଜନସାଧାରଣଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ I ଶେଷରେ ତପନ କୁମାର ଦାସ ଧନ୍ୟବାଦ ଦେଇଥିଲେ I ଏହି ସଭାରେ ସ୍ଥାନୀୟ ନେତୃବୃନ୍ଦ ସରପଞ୍ଚ ପ୍ରତିନିଧି ପ୍ରମୋଦ ମଲିକ ତପନ କୁମାର ଦାସ,ଜ୍ୟୋତି ପ୍ରକାଶ ରାଉତ, ହୃଷିକେଶ ପରିଡା, ବିଜୟ କୁମାର ଦାସ,ନିରଞ୍ଜନ ସାହାଣୀ, ମନୋରଞ୍ଜନ ଧଳ,ଲିଟୁ ଧଳ,ଚାନ୍ଦୁ ମହାଳିକ,ବାବୁଲି ଦେ,ଦିପକ ପ୍ରଧାନ, ନିରଞ୍ଜନ ଗୋଛାୟତ,ଵୁଟା ଲେଙ୍କା ପ୍ରମୁଖ ଯୋଗ ଦେଇ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *