ମାଲକାନାଗିରି //ଅଣ୍ଡାଲଗୁଡ଼ା ଗ୍ରାମବାସୀ ୧୦୦ ରୁ ଉର୍ଦ୍ଧ ପରିବାର ଓ ୩୦୦ ରୁ ଉର୍ଦ୍ଧ ଲୋକେ ପାଣି ପାଇଁ ଡହଳବିକଳ ୫ ମାସ ହେବ ଅଚଳ ହୋଇ ପଡିଛି ସୌରଚାଳିତ ପ୍ରକଳ୍ପ ଓ ନଳକୂପ ,ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ

Spread the love

୫ ମାସ ହେବ ଜଳକଷ୍ଟ ଭୋଗୁଛନ୍ତି ଅଣ୍ଡାଲଗୁଡ଼ା ଗ୍ରାମବାସୀ
ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ

ଅଚଳ ହୋଇ ପଡିଛି ସୌରଚାଳିତ ପ୍ରକଳ୍ପ ଓ ନଳକୂପ

ବ୍ଲକରେ ସରପଞ୍ଚଙ୍କ ଜରିଆରେ ବିଡ଼ିଓଙ୍କ ଉଦେଶ୍ୟରେ ଦାବିପତ୍ର ଦେଲେ ଗ୍ରାମବାସୀ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅଧିନସ୍ତ ଅଣ୍ଡାଲଗୁଡା ଗ୍ରାମରେ ଆଜକୁ ପ୍ରାୟ ୪/୫ ମାସ ହେବ ଜଳ ସଙ୍କଟ ଦେଖାଦେଇଛି।ମୁନ୍ଦାଏ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି।ଗାଁରେ ଥିବା ଏକ ସୌରାଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ଆଜକୁ ଦୀର୍ଘ ୫ ମାସରୁ ଉର୍ଦ୍ଧଦିନ ହେବ ସମ୍ପୂର୍ଣ ଭାବେ ଅଚଳ ହୋଇ ପଡି ରହିଛି। ଗାଁରେ ଥିବା ଏକ ମାତ୍ର ବହୁ ପୁରୁଣା କୂଅ ଉପରେ ଗ୍ରାମରେ ବସବାସ କରୁଥିବା ପ୍ରାୟ ୧୦୦ ରୁ ଉର୍ଦ୍ଧ ପରିବାରର ୩୦୦ ରୁ ଉର୍ଦ୍ଧ ଲୋକେ ନିର୍ଭର କରି ଚଳୁଛନ୍ତି। ଏହି କୂଅ ପାଣି ପିଇବା ଦ୍ୱାରା ଗ୍ରାମବାସୀ ବିଭିନ୍ନ ପ୍ରକାର ପେଟ ରୋଗରେ ପୀଡିତ ହେଉଛନ୍ତି। ଅଚଳ ଥିବା ସୌର ପ୍ରକଳ୍ପ ଓ ନଳକୂପ କୁ ମରାମତି କରିବା ପାଇଁ ଗ୍ରାମବାସୀ ବହୁବାର ଜଳ ଓ ପରିମଳ ବିଭାଗରେ କନିଷ୍ଠଯନ୍ତ୍ରୀଙ୍କୁ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କଲେନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିରୁପାୟ ହୋଇ ଗ୍ରାମବାସୀ ନିଜସ୍ୱ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଖର୍ଚ୍ଚ କରି ପ୍ରକଳ୍ପଟିକୁ ଅନ୍ୟ ମେକାନିକକୁ ଡାକି ମରାମତି କରିବା ପରେବି ସେମାନେ ବିଫଳ ହୋଇଥିଲେ। ସୋମବାର ଗ୍ରାମର ଶତାଧିକ ମହିଳା ଓ ଅନ୍ୟ ବ୍ୟକ୍ତି ମାନେ ଏକତ୍ରିତ ହୋଇ କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ବିଡ଼ିଓ ସୋମନାଥପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିରକୁ ଯାଇଥିବା ଯୋଗୁ ଗ୍ରାମବାସୀ ଉକ୍ତ ବ୍ଲକରେ ତାର୍ଲାକୋଟା ପଞ୍ଚାୟତର ସରପଞ୍ଚ ସନାଇ ଖିଲଙ୍କ ଜରିଆରେ ବିଡ଼ିଓଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ, ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ ଅଚଳ ହୋଇ ପଡି ରହିଥିବା ସୌର ଚାଳିତ ପ୍ରକଳ୍ପ ଏବଂ ନଳକୂପକୁ ତୁରନ୍ତ ମରାମତି କରିବା ସହିତ ଗାଁରେ ଏକ ଏକ ନୂତନ ନଳକୂଅ ଖୋଳି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମର ବଳଭଦ୍ର ପୂଜାରୀ,ସୁନିତା ଅଣ୍ଡାଲ,ଜାମୁ ଅଣ୍ଡାଲ,ରଇଲା ପୂଜାରୀ,ସମାରୀ ଅଣ୍ଡାଲ,ରାମ ଗୁଣ୍ଠା,ବୃନ୍ଦାବତୀ ମାଝୀ,ସୁବର୍ଣ୍ଣ ପାଡ଼ାଲଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବୀ କରିବା ସହିତ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *