Spread the love

ବାହାରିନ ରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ

ବାହାରିନ। (ଦର୍ଶନ ସମୀକ୍ଷା)

ରାଜଧାନି ମାନାମା ଠାରେ ଓଡିଶାର ପବିତ୍ର ପର୍ବ ସାବିତ୍ରୀ ବ୍ରତ ବହୁତ ଧୂମଧାମରେ ପାଳିତ ହୋଇଯାଇଛି ।
ବାହାରିନ ଓଡ଼ିଆ ସମାଜର ସମସ୍ତ ମହିଳା ଏକତ୍ରିତ ହୋଇ ଏଇ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିଲେ ।

ଲକ୍ଷ୍ମୀ ନାରାୟଣ ମୂର୍ତି ତିଆରି କରି ପୂଜା ଅର୍ଚନା ପରେ ସ୍ୱାମୀଙ୍କୁ ଅଭିବାଦନ ଜଣାଇ ଆଶୀର୍ବାଦ ଗ୍ରହଣ କରିଥିଲେ ସମସ୍ତ ମହିଳା ।

ଓଡିଶା ରୁ ୫୦୦୦ କିଲୋମେଟର ଦୂରରେ ରହି ମଧ୍ୟ ଆମ ଓଡିଆ ପରମ୍ପରାକୁ ବଜାୟ ରଖିଥିବାରୁ ସମସ୍ତ ମହିଳା ମାନଙ୍କୁ ବାହାରିନ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଏବଂ ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ ଧନ୍ୟବାଦ ଗ୍ୟାମ୍ପନ କରିଥିଲେ ।

ଉଲ୍ଳେକ୍ଷ ଯୋଗ୍ୟ ଯେ ଶ୍ରୀଯୁକ୍ତ ଅଶୋକ ପାଣି ଏବଂ ଶ୍ରୀମତୀ ମନସ୍ବିନୀ ପାଣି ଏହି ପୂଜାର ମୁଖ୍ୟ ଆୟୋଜକ ଥିଲେ । ଏଥିପାଇଁ ସମାଜର ସମସ୍ତ ସଦସ୍ୟ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥଲେ।

Leave a Reply

Your email address will not be published. Required fields are marked *