ରାଜଗାଙ୍ଗପୁର ପୋଲିସ ଦ୍ୱାରା ରାଜଗାଙ୍ଗପୁର ଅଞ୍ଚଳର ଛଅଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ
ରାଜଗାଙ୍ଗପୁର : (ଦର୍ଶନ ସମୀକ୍ଷା)
ରାଜଗାଙ୍ଗପୁର ରାଣୀବନ୍ଧ ସ୍ଥିତ ନ୍ୟୁ ପଞ୍ଜାବ ଗାର୍ଡେନ୍ ହୋଟେଲ୍ ସହିତ, ଏକ୍ସାଇଜ୍ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୩୦୨ ଲିଟରରୁ ଅଧିକ ବିଦେଶୀ ମଦ ଏବଂ ୧୦୦ ଲିଟର ଅବୈଧ ଭାବେ ମଜୁତ ହୋଇଥିବା ପେଟ୍ରୋଲ ଜବତ କରାଯାଇଛି।
ଏହି ସମ୍ବନ୍ଧରେ ରାଜଗାଙ୍ଗପୁର ଥାନା କେସ୍ ନଂ ୨୮୬ ତାରିଖ ୧୪.୦୫.୨୦୨୬, ଧାରା ୫୨(ଏ)(୧) ଓଡ଼ିଶା ଏକ୍ସାଇଜ୍ ସଂଶୋଧନ ଆଇନ ଏବଂ ପେଟ୍ରୋଲିୟମ ଆଇନର ଧାରା ୨୩ ସହ ରାଜଗାଙ୍ଗପୁର ଥାନା କେସ୍ ନଂ ୨୮୧ ରୁ ୨୮୫ ପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇଛି।
ରାଣୀବନ୍ଧ, ରାଜଗାଙ୍ଗପୁରର ଜିତେନ୍ଦ୍ର ସିଂହ (୫୦)ଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ପ୍ରେରଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି।












Leave a Reply