Spread the love

ମନ ମୋହୁଛି, ଭଂଜନଗର ଠାକୁରାଣୀ ଯାତ୍ରା ——

ଉପେନ୍ଦ୍ର ଭଞ୍ଜଙ୍କ ଅନାଲୋଚିତ କାବ୍ୟକୃତି କୁ ଜନାଦୃତ କରିବା ଜରୁରୀ: ବାଚସ୍ପତି ।

ଭଂଜନଗର –(ଦର୍ଶନ ସମୀକ୍ଷା )

ଭଂଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯେତିକି ପାଖେଇ ଆସୁଛି, ଶ୍ରଦ୍ଧାଳୁଙ୍କ ଭିଡ଼ ସେତିକି ବଢୁଛି । ଦୁଇ ଠାକୁରାଣୀଙ୍କୁ ଦର୍ଶନ କରିବା ସହ ମା’ ଙ୍କ ନଗର ପରିକ୍ରମା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଛନ୍ତି, ହଜାର ହଜାର ଜନସାଧାରଣ । ମିନା ବଜାର ସମେତ ସାଂସ୍କୃତିକ ରଙ୍ଗମଞ୍ଚରେ ଅସମ୍ଭବ ଭିଡ଼ । ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ମା’ ବାଗଦେବୀ ଏବଂ ମା’ ଠାକୁରାଣୀଙ୍କ ନଗର ପରିକ୍ରମା, ପଞ୍ଚଦଶ ଦିନରେ ପହଞ୍ଚିଛି । ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ କବିସମ୍ରାଟ ରଙ୍ଗମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୈ।ରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ପୈ।ରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଯାତ୍ରା କମିଟି କାର୍ଯ୍ୟକାରୀ ଉପସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଧିରେଶ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ବେହେରା ଏବଂ ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ ସ୍ମରଣିକାକୁ ଉନ୍ମୋଚନ କରିଥିଲେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଏବଂ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ଅତୀତ ଏବଂ ବର୍ତ୍ତମାନର ଚାରିଖୁଣ୍ଟ ଉପରେ ଠିଆ ହୋଇଛି ଆଜିର ଭବ୍ୟ ଭଂଜନଗର । ବିପ୍ଳବୀ ବୀର ଚକରା ବିଷୟୀଙ୍କ ଭଳି ଯୋଦ୍ଧାଙ୍କ ପାଇଁ ଘୁମୁସର ମାଟି ଗର୍ବ କରୁଛି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍ଗ କାବ୍ୟକୃତି ଆଜି ବିଶ୍ଵଦରବାରରେ ପହଁଞ୍ଚି ପାରିଛି ।‌ କିନ୍ତୁ ଉପେନ୍ଦ୍ର ଭଞ୍ଜଙ୍କ ଏମିତି କିଛି କାଳଜୟୀ କାବ୍ୟକୃତି ରହିଛି, ଯାହା ଅନାଲୋଚିତ ହୋଇ ରହିଯାଇଛି । ଏଣୁ ସେ ସବୁକୁ ଏବେ ଜନାଦୃତ କରାଇବାର ଆବଶ୍ୟକତା ରହିଛି ବୋଲି, ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ । ଏହାସହ ଐତିହାସିକ ଭଂଜନଗର ସହରର ଅତୀତ ଗାରିମାକୁ ବଜାୟ ରଖିବା ପାଇଁ, ସମସ୍ତ ଜନସାଧାରଣଙ୍କ ଉଦ୍ୟମ ରହିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ବାହାର ଜିଲ୍ଲାରୁ ଆସିଥିବା ଲୋକନୃତ୍ୟ କଳାକାର ଏବଂ ସ୍ଥାନୀୟ ବିଭିନ୍ନ ନୃତ୍ୟାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *