ଆୟକର ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ସ୍ଵତନ୍ତ୍ର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ଆଜି ମଧାହ୍ନରେ ଆୟକର ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ସ୍ଵତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ସଂଘର ଭୁବନେଶ୍ବରର ଆୟକର ଆନେକ୍ସିରେ ଥିବା ସଂଘର ସ୍ଥାୟୀ କାର୍ଯ୍ୟାଳୟରେ ସଭାପତି ଶ୍ରୀ ବିଧୁଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ବୈଠକ ପରିଚାଳନା କରିଥିଲେ । ଏହି ବୈଠକରେ ସଂଘର ପୂର୍ବତନ ସଭାପତି ଶ୍ରୀ ସ୍ୱରାଜ ମହାନ୍ତି , ସଭାପତି ଶ୍ରୀ ବିଧୁଭୂଷଣ ମହାନ୍ତି, ଦୁଇ ଉପ ସଭାପତି ଓ ଶରତ ଦାଶ ଓ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ସଭ୍ୟ ଶ୍ରୀ ବ୍ରଜେନ୍ଦ୍ରନାଥ ମହାନ୍ତି, ନିର୍ମଳେନ୍ଦୁ ଗୁପ୍ତା, ଚିତ୍ତ ରଂଜନ ଦାଶ,ମନମୋହନ ରାଓ, ପିତାମ୍ୱର ଲେଙ୍କା, କେ ସି ସାହାଣୀ, ବସନ୍ତ ବେହେରା, ଗୌରାଙ୍ଗ ସାହୁ, ଶଙ୍କର ବୋଷ, ମନୋରଞ୍ଜନ ପଟ୍ଟନାୟକ, ମଙ୍ଗରାଜ ସେଠୀ ଓ ଚିନ୍ତାମଣି ଦାସ ଉପସ୍ଥିତ ଥିଲେ। ଆୟକର ଭଵନ ଆନ୍ନେକ୍ସିରେ କାର୍ଯ୍ୟରତ ନିରାପତ୍ତା ଠିକା କର୍ମଚାରୀଙ୍କୁ ଅନୁଷ୍ଠାନ ତରଫରୁ ଛତା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଆଗାମୀ ସେପ୍ଟେମ୍ବର/ ଅକ୍ଟୋବର ମାସରେ ସଂଘର ଏକ ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ କରାଇବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା ।












Leave a Reply