Spread the love

ସ୍ୱୟଂସିଦ୍ଧ ସମ୍ମାନ ସମାରୋହ ୨୦୨୬,ସଙ୍ଗୀତଜ୍ଞ ତାନସେନ ସିଂ ଙ୍କୁ ସ୍ମୃତି ସମ୍ମାନ
ରାଜକନିକା ୧୦/୫ ( ଦର୍ଶନ ସମୀକ୍ଷା)

ରାଜକନିକାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାମନାରାୟଣ ନାୟକ ଚାରିଟେବୁଲ ଟ୍ରଷ୍ଟ ସ୍ୱୟଂସିଦ୍ଧ ପକ୍ଷରୁ ବର୍ତ୍ତନୀ ଠାରେ ଏକାଦଶ ବାର୍ଷିକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତ ରବିବାର ସନ୍ଧ୍ୟାରେ ଦାମୋଦର ଧଳଙ୍କ ସଭାପତିତ୍ୱ ଏବଂ ଉପସ୍ଥାପିକା ମନୀଷାଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବରେ ବିଜେପି ନେତାଙ୍କ ଗୌତମ ରାୟ,ମୁଖ୍ୟଵକ୍ତା ଭାବରେ ପ୍ରସିଦ୍ଧ ବ୍ୟଙ୍ଗକବି ଜ୍ଞାନ ହୋତା,ସମ୍ନାନୀତ ଅତିଥି ଭାବରେ ସଂଗୀତଜ୍ଞ ଶରତ ନାୟକ ପ୍ରମୁଖ ଟ୍ରଷ୍ଟର ଆଭିମୁଖ୍ୟକୁ ଅଧିକ ପ୍ରଭାବଶାଳୀ କରିବାକୁ ଆହ୍ୱାନ ଦେଇ ମା ମାଟିର ସେବା ପାଇଁ ଟ୍ରଷ୍ଟର ଉତ୍ସର୍ଗୀକୃତ ସେବା ମନୋଭାବର ପ୍ରଶଂସା କରିଥିଲେ। ଏହି ଉତ୍ସବରେ ପ୍ରଖ୍ୟାତ ସଂଗୀତଜ୍ଞ ତାନସେନ ସିଂଙ୍କୁ ରାଜ୍ୟସ୍ତରୀୟ ରାମନାରାୟଣ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହ ସାଇବର ବିଶେଷଜ୍ଞ ଧର୍ମରାଜ ଜେନାଙ୍କୁ ‘ସ୍ୱୟଂସିଦ୍ଧ’ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ମାଟ୍ରିକ ପରୀକ୍ଷାରେ ବିଶେଷ ସଫଳତା ପାଈଥିବା ପ୍ରିୟାଂଶୁ ପଲାଇ, ଶୁଚିସ୍ମିତା ଦାସ, ରୁପେଶ କୁମାର ବେହେରାଙ୍କୁ ସ୍ୱୟଂସିଦ୍ଧ ସମ୍ନାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ସଂଚାଳକ ଶରତ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହରେ ମଙ୍ଗୁଳି ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଟକର ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ମେଲୋଡି ପରିବେଷଣ କରାଯାଇଥିଲା। ଟ୍ରଷ୍ଟର ସମସ୍ତ ସଦସ୍ୟ, ବର୍ତ୍ତନୀ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଆୟୋଜିତ ସମାରୋହରେ ବହୁ ସଂଖ୍ୟାରେ ଜନଗଣ ଉପସ୍ଥିତ ଥିଲେ। କ
ସମାରୋହର ସଫଳତା ପାଇଁ ଟ୍ରଷ୍ଟର ସଦସ୍ୟ ସୁକାନ୍ତ ଦାଶ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *