Spread the love

ଜଳଧର ଖଣ୍ଡାଇ ଙ୍କ ବିୟୋଗରେ ଶୋକ

ଚଣ୍ଡିଖୋଲ ତା ୨୯/୪(।/) ଦର୍ଶନ ସମୀକ୍ଷା

ଚଣ୍ଡିଖୋଲ ଛକ ସନ୍ନିକଟ କ୍ଷେତ୍ରପାଳ ଗ୍ରାମର ଜଣେ ସମାଜସେବୀ ଭାବରେ ପ୍ରତିଷ୍ଠିତ ବ୍ୟକ୍ତି ଜଳଧର ଖଣ୍ଡାଇ (୮୮)ଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳି ଯାଇଛି, ସେ ଜଣେ ଭଲ ମଣିଷ ଭାବେ ସୁନାମ ଅର୍ଜନ କରିଥିଲେ,ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ, ନିଜ ଗ୍ରାମାରେ ପ୍ରଭୁ ଶ୍ରୀ ସତ୍ୟନାରାୟଣ ପୀଠ ରେ ହେଉଥିତା ପାଲା କାର୍ଯ୍ୟକ୍ରମରେ ସେ ସମ୍ପୂର୍ଣ ସହଯୋଗ କରୁଥିଲେ, ଦୀର୍ଘ ଶତାଧିକ ବର୍ଷ ପୂର୍ବରୁ ଏଠାରେ ବିଶିଷ୍ଟ ଗାୟକ ମାନେ ପାଲା ପରିବେଷଣ କରିଥାନ୍ତି, ସ୍ୱର୍ଗତ ଖଣ୍ଡାଇ ମଧ୍ଯ ବହୁ ବର୍ଷ ଉକ୍ତ କମିଟିର ମୂଖ୍ୟ ଭାବରେ ଦାଇତ୍ୱ ବହନ କରି ନିଜକୁ ଉତ୍ସର୍ଗୀକୃତ କରି ନିଜ ଜୀବନକୁ ଧନ୍ୟ ମନେକରି ଲୋକ ପ୍ରୀୟତା ଅର୍ଜନ କରିଥିଲେ, ନିଜ ଗ୍ରମରେ ଗୋଟିଏ ବିଟ୍ ଘର ଅଛି, ସେଠାର ଗ୍ରାମରେ ଘଟିଥିବା କୌଣସି ବାଦାନୁବାଦ ର ସମାଧାନ କରି ଥାନ୍ତି। ତାଙ୍କ ବିୟୋଗରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ, ପୁର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଅମର ପ୍ରସାଦ ଶତପଥୀ, ରାଜା ଗୁରୁଚରଣ ତିକାୟଟ,ଧର୍ମଶାଳା ପଞ୍ଚାଯତ ସମିତି ଅଧ୍ୟକ୍ଷ ସୁଚିସ୍ମିତା ଦାସ, ଅଧ୍ୟାପକ ବିଜୟ କେତନ ସାମଲ ସରପଞ୍ଚ ଫକୀର ନାରାୟଣ ମିଶ୍ର,ଡକ୍ଟର ପ୍ରିୟନାଥ ମହାପାତ୍ର,ପର୍ଯ୍ୟବେକ୍ଷକ ଖବର କାଗଜ ର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ୍ ସାମନ୍ତରାୟ ଚାରଣ ଉଦୟନାଥ ସାହୁ, ପ୍ରେସକ୍ଲବ ଚଣ୍ଡିଖୋଲ ତ୍ ସଭାପତି ବେଣୁଧର ପଣ୍ଡା,ସମ୍ପାଦକ ହେମସ କୁମାର ଜେନା, ଶିବରାମ ସାହୁ ପୁର୍ବତନ ସମିତି ସଭ୍ୟ ଯତୀନ୍ଦ୍ର ମହାପାତ୍ର ,ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମା ର ସଦଗଟି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥଲେ। ତାଙ୍କ ଗ୍ରାମର ସର୍ଵଶ୍ରି ନବ କିଶୋର ସାମନ୍ତରାୟ ସୁଧୀର ଖଣ୍ଡାଇ ସମେତ ପ୍ରଭୁ ଶ୍ରୀ ସତ୍ୟନାରାୟଣ ପାଲା ମଣ୍ଡପ ଠାରେ ଏକଜୁଟ ହୋଇ ଥିଲେ, ସ୍ୱର୍ଗତ ଜଳଧର ଖଣ୍ଡାଇ ଙ୍କ ମର ଶରୀରକୁ ଏକ କୋକେଇରେ ରଖି ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା କୀର୍ତ୍ତନ କରି ଗ୍ରାମ ପରିକ୍ରମା କରି ଗ୍ରାମ ଶ୍ମଶାନ ପଡ଼ିଆରେ ପହଂଚି ଶବ୍ ଦାହ କଟାଯାଇ ଥିଲା, ତାଙ୍କ ବଡପୁଅ ସାମ୍ୱାଦିକ ସୁରେଶ ମୂଖାଗ୍ନୀ ଦେଇଥିଲେ

Leave a Reply

Your email address will not be published. Required fields are marked *