ଗଜପତିରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ: ଉପଲଡା ପଂଚାୟତ ଶ୍ରେଷ୍ଠ ପଂଚାୟତ ଭାବେ ପୁରସ୍କୃତ
ପାରଳାଖେମୁଣ୍ଡି,25/4(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ଯ ଅତିଥି ତଥା ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ,ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ,ଗୋଷାଣି ବ୍ଲକର ଅଧ୍ଯକ୍ଷ ଏନ୍.ବିରରାଜୁ,ବିଡିଓ ଗୋରାଚାନ୍ଦ ପଟ୍ଟନାୟକ,ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ କାମଦେବ ଗଡନାଏକ,ଉପାଧ୍ୟକ୍ଷା ପଂକଜିନି ଦଳାଇ,ଜିଲ୍ଲା ପରିଷଦର ସଦସ୍ଯ ଏସ୍.ବାଲରାଜୁ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ।

ବକ୍ତାମାନେ ୧୯୯୨ ମସିହା ଏପ୍ରିଲ ୨୪ ତାରିଖରେ ଅନୁମୋଦିତ ୭୩ତମ ସମ୍ୱିଧାନ ସଂଶୋଧନ ଉପରେ ବିଶ୍ଳେଷଣ କରିଥିଲେ। ତ୍ରିସ୍ତରୀୟ ପଂଚାୟତିରାଜ ବ୍ଯବସ୍ଥାର ସମୀକରଣକୁ ପ୍ରାଂଜଳ ଭାବେ ବୁଝାଇଥିଲେ।ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ପଂଚାୟତ ପ୍ରତିନିଧିଂକ ଭୂମିକା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ବ୍ୟକ୍ତି ମାନଂକୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିରେ ବିଭିନ୍ନ ଯୋଜନାକୁ ସଫଳ ଭାବେ ରୂପାୟନ କରିଥିବା ଗୋଷାଣି ବ୍ଲକର ଉପଲଡା ପଂଚାୟତକୁ ତିନୋଟି ପୁରସ୍କାର ମିଳିଥିଲା।ଏହି ପଂଚାୟତର ସରପଂଚ ଡି. ତ୍ରିଭେଣୀଂକୁ ଅତିଥି ମାନେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଏଲଏମ ଡିପିଏମ ଟିମନ ବୋରା,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଂଗରାଜ ତଥା ଅନ୍ୟାନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ମୋହନ ପଟ୍ଟନାୟକ ସଂଯୋଜନା କରିଥିଲେ।
ଗଜପତି : ପାରିବାରିକ କଳହରେ ପତ୍ନୀକୁ ହତ୍ୟା କରିବା ମାମଲାରେ ସ୍ୱାମୀକୁ 7 ବର୍ଷ ଜେଲଦଣ୍ଡ ପାରଳାଖେମୁଣ୍ଡି, 25/4(ତାରିଣୀ ପ୍ରସାଦ ପଣ୍ଡା ):
ପାରିବାରିକ କଳହକୁ କେନ୍ଦ୍ର କରି ଦାଆରେ ନିଜ ପତ୍ନୀଙ୍କ ବେକ କାଟି ହତ୍ୟା କରିବା ଅଭିଯୋଗରେ ପତ୍ନୀହନ୍ତା ସ୍ୱାମୀକୁ 7 ବର୍ଷ ସଶ୍ରମ ଜେଲ ଦଣ୍ଡ ହୋଇଥିବା ସୂଚନା ମିଳିଛି. ଏଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଗଜପତି ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁପ୍ରସାଦ ପଣ୍ଡା ଅଭିଯୁକ୍ତ ଗଙ୍ଗା ବଡ଼ମୁଣ୍ଡି (୫୦) ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ଦୋଷୀ ସାବ୍ୟସ୍ତ ଗଙ୍ଗାକୁ କୋର୍ଟ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାର ସଜା ଶୁଣାଇଛନ୍ତି । ଜରିମାନା ଅନାଦେୟ ସ୍ଥଳେ ଆହୁରି ଛଅ ମାସ ଜେଲଦଣ୍ଡ ଭୋଗ କରିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବା ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ, ବିଗତ ୨୦୨୧, ଡିସେମ୍ବର ୨୯ ତାରିଖରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଙ୍ଗା ନିଜପତ୍ନୀ ସଜନୀ ବଡ଼ମୁଣ୍ଡିଙ୍କ ବେକକୁ ଦାଆରେ ଆକ୍ରମଣ କରିଥିଲେ। ଏଥିରେ ସଜନୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତକଙ୍କର ଭାଇ ମଙ୍ଗଳ ମାଝି ଏନେଇ ଗାରାବନ୍ଧ ଥାନାରେ ଅଭିଯୋଗ କରିଥିଲେ। ଗାରାବନ୍ଧ ପୁଲିସ କେସ୍ ନଂ ୧୦୫/୨୧ରେ ମାମଲା ରୁଜୁ କରିଥିବା ବେଳେ ତତ୍କାଳୀନ ଥାନାଧିକାରୀ ସର୍ବେଶ୍ଵର ସାମନ୍ତରାୟ ଏହାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ୧୫ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଥିବା ବେଳେ ମୃତକଙ୍କ ତିନି ଝିଅଙ୍କ ଭବିଷ୍ୟତକୁ ନଜରରେ ରଖି ସେମାନଙ୍କୁ ୩ଲକ୍ଷ ଟଙ୍କା (ଜଣ ପିଛା ୧ଲକ୍ଷ ଟଙ୍କା) ଦେବା ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି.
ଗଜପତିରେ ପୁଣି 70 ଲକ୍ଷର ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ପୋଲିସ ଜବତ କଲେ ପାରଳାଖେମୁଣ୍ଡି, 25/4 (ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ପୁଲିସ ପୁଣି 70 ଟଙ୍କାରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇକୁ ଜବତ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏହି ଜିଲ୍ଲାର ଅଡ଼ବା ଥାନା ଗରର୍ଡ଼ମା ପଞ୍ଚାୟତର ବାଲିକୁଡି ଗ୍ରାମ ନିକଟରେ ଚଢ଼ଉ କରି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି. ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି। ସୂଚନା ପ୍ରକାରେ ଶୁକ୍ରବାର ବାଲିକୁଡ଼ି ଅଞ୍ଚଳରେ ଅଡ଼ବା ପୁଲିସର ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଏହି ଗାଁ ନିକଟରେ ଥିବା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ପୁଲିସ ଦେଖିବାକୁ ପାଇଥିଲା। ଏହାକୁ ଯାଞ୍ଚ କରିବା ପରେ ଏଥିରେ 7 କ୍ଵିଣ୍ଟାଲ 5 କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା. ଏହି ଗଞ୍ଜେଇ ଜବତ ମାମଲାରେ କାହାକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସଡିପିଓ ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା.












Leave a Reply