ବ୍ୟକ୍ତିର ପରିଚୟ ତା’ର ଭାବନାରୁ ମିଳିଥାଏ। ଭାବନା ସାତ୍ତ୍ଵିକ,ରାଜସିକ ଓ ତାମସିକ ହେଲେ ଜୀବନ ମଧ୍ୟ ସେପରି ହୋଇଯାଏ।
ମନୁଷ୍ୟ ଯେତେବେଳେ ଯେଉଁ କାମ କରୁଥାଏ,ତାକୁ ଏକ ସାଧନା ମନେକରି ନିଷ୍ଠାର ସହିତ କଲେ,ସେଥିରୁ ଅପାର ଆନନ୍ଦ ମିଳିଥାଏ।
ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡେ।
ଜୀବନ ଏକ ଲମ୍ବା ଯାତ୍ରା ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ,ଆଉ ହସିହସି ଚାଲିଲେ କେତେବେଳେ ରାସ୍ତା ସରିଯିବ ଜଣା ପଡିବ ନାହିଁ।
ମାଘ ପୁର୍ଣିମା ରେ ନଦୀ ରେ ସ୍ନାନ କଲେ ସମସ୍ତ ପାପ ନାଶ ହୋଇଥାଏ। ଏହି ଦିନରେ ଅଗ୍ନି ଉତ୍ସବ ପାଳନ କରି ଭଲ ଫସଲର କାମନା କରାଯାଏ।
ପବିତ୍ର ମାଘ ପୁର୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
















Leave a Reply