Spread the love

ବୋହିଗଲା ପାଣି ଆଉ ଫେରିଗଲା ସମୟ ଏକା ପରି।ସମୟ ଚକ୍ରରେ ସମସ୍ତେ କ୍ରୀତଦାସ ।ଯେତେବେଳେ ସମୟ ଥାଏ ସେତେବେଳେ ଗ୍ୟାନ ନଥାଏ ଆଉ ଯେତେବେଳେ ଗ୍ୟାନ ଥାଏ ସେତେବେଳେ ସମୟ ନଥାଏ।

ସବୁ ଜିନିଷର ମୂଲ୍ୟ ସମୟ ଆସିଲେ ହିଁ ଜଣା ପଡ଼ିଥାଏ ଏଇ ଯେମିତି OXYGEN ସବୁ ଦିନ ମାଗଣାରେ ମିଳିଯାଏ ତ ତା’ର ମୂଲ୍ୟ କେହି ବୁଝନ୍ତି ନାହିଁ ମୂଲ୍ୟ ବୁଝନ୍ତି ଯେତେବେଳେ Hospital ରେ ସେ ମହଙ୍ଗା ପଡ଼ିଯାଏ।

ଏଇ ଦୁନିଆଁରେ ଗୋଟିଏ ହାତରେ ତାଳି ବାଜେନା ଦୁଇଟି ହାତର ଆବଶ୍ୟକ ହୋଇଥାଏ ଆମେ ନିଜର ଭୁଲ୍ କୁ ଲୁଚେଇ ଅନ୍ୟକୁ ଦୋଷୀ କଲେ ହୁଏତ ଦୁନିଆଁ ଦାଣ୍ଡରେ ଦୋଷ ମୁକ୍ତ ହୋଇଯିବା କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ।

ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା ଯେତେ ପର୍ଯ୍ୟନ୍ତ ଆମେ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଉଥିବା ତେବେ ଆମ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ।

       

ହିଂସ୍ର ଯନ୍ତୁ ଠାରେ କେବେ ଲାଗ ନାହିଁ
ନିଶ୍ଚୟ କାମୁଡା ଖାଇବ,
ତାହା ଠାରୁ ଯେତେ ଦୂରତା ରଖିବ
ସେତିକି ମଙ୍ଗଳ ହୋଇବ ।

କେମିତି ଏକ ଅଜବ ବିଚାର….
୧୦୦ କିଲୋ ଚାଉଳ ବସ୍ତା ଯିଏ ଉଠାଇ ପାରେ ସେ କିଣି ପାରେ ନାହିଁ ଆଉ ଯିଏ କିଣି ପାରେ ସେ ନିଜେ ଉଠାଇ ପାରେ ନାହିଁ ।

ଜୀବନ ସାଥି ହସେଇଲା ବାଲା ହୋଇଥିବା ଦରକାର, ଆଖିରେ ଲୁହ ଦବା ପାଇଁ ତ ପୁରା ଦୁନିଆଁ ପ୍ରସ୍ତୁତ ଅଛି ।

Successful ହେଲେ ତୁମେ ସମସ୍ତଙ୍କର ଆଉ Fail ହେଲେ ତୁମେ କେବଳ ତୁମ ନିଜର ।

             

ଜୀବନରେ ଖରାପ ପରିସ୍ଥିତି ଆମକୁ ବର୍ବାଦ କରିବାକୁ ନୁହେଁ, ବରଂ କିଛି ନା କିଛି ଶିକ୍ଷା ଦେବାକୁ ଆସିଥାଏ….

Leave a Reply

Your email address will not be published. Required fields are marked *

You Missed