କବିତା —– ଉଦ୍ଯମ ର ମୂଲ୍ଯ ରଖ
————————————4ର୍ଥ ଭାଗ——
ସଂସାର ଜଞ୍ଜାଳ ସମ୍ଭାଳିବା ପାଇଁ
ମଣିଷ କର୍ମ କରଇ,
କର୍ମକୁଢି ହୋଇ କେବଳ ବସିଲେ
ବସବାସ ନ ମିଳଇ । (1 ) ପେଟ ପୋଷା ପାଇଁ କର୍ମ ର ପ୍ରକାରେ ସାହୁକାର ମୂଲ ଦିଏ,
ଧନ ଖର୍ଚ୍ଚ ବେଳେ ଚାଲାକ୍ ନହେଲେ ସର୍ବଦା ନିଅଣ୍ଟ ହୁଏ। ( 2 )
କଥାରେ ଅଛିହେ ବ୍ଯୟ ଭାର ସହ
ଆୟ ପରିମାଣ ଦେଖି, ହେଲେ ଆୟ କମ୍ ଦାମିକା ଜିନିଷ
ଉପରେ ପକାନା ଆଖି । ( 3 )
ସଚ୍ଚୋଟ ଭାବରେ କର୍ମ କରିଗଲେ
ଯେତେ ଆୟ କର ଅଣ୍ଟେ,
ଏଭଳି ଲୋକଟେ ସଦୁପାୟାଚରେ
ଖର୍ଚ୍ଚ କଲାବେଳେ କଣ୍ଟେ । ( 4 ) ଅପରେ ଯାତନା ଦିଅନାଇଁ କେବେ
ପରିଶ୍ରମ କଲାବେଳେ,
କଷ୍ଟ ସେ ପାଇଲେ ମହାବାହୁ ସାହା
ହୋଇଥାନ୍ତି ବଳେ ବଳେ । ( 5 )
5ମଭାଗ——-
ବିଜ୍ଞାନୀ ହେବାକୁ ମନ ବଳାଇବା ମଣିଷ-ମହତ ଭାବ,
ଏମିତିକା ଲୋକ ଦଶ ଓ ଦେଶକୁ
କଢାଏ ପ୍ରଗତି-ନାବ । (1)
ପ୍ରଗତି ର ନାବ-ଚାଳକ ଭାବରେ
ଜଗତ-ଖ୍ଯାତ ହୁଅନ୍ତି,
ସମାଜର ହିତ ସାଧନ ସଂକଳ୍ପେ
ଉତ୍କୃଷ୍ଟ କାମ କରନ୍ତି । ( 2 )
ଏମିତି ଲୋକଟେ କ୍ବଚିତ୍ ମିଳନ୍ତି
ନମ୍ର ଓ ଶାନ୍ତି ରେ ପୁଷ୍ଟ,
ଜ୍ଞାନ ଉପାର୍ଜନ ଚରିତ୍ର ମାର୍ଜନ
ଲକ୍ଷ୍ୟରେ ଥାଆନ୍ତି ଶିଷ୍ଟ । ( 3 )
ଗଭୀର ଚିନ୍ତାରେ ନିମଗ୍ନ ଥାଆନ୍ତି
ଆସକ୍ତି ୟାଙ୍କଠି ହାରେ,
ଗର୍ବ,ଲୋଭ,ଇର୍ଷା, କ୍ରୋଧ ଭାବାଭାବ
ଦେଖାଯାଏ ସବୁଠାରେ । ( 4 )
6ଷ୍ଠ ଭାଗ ——-
ସମୟ-ଶକତି କଳ୍ପନା ନାହିଁ ତା
କଳନା କରିବ କିଏ?
ମୃତ୍ଯୁ ତାହା ପାଶେ ନିଶ୍ଚେ ହାରି କରେ
ପରିସ୍ଥିତି ସୃଷ୍ଟି ସିଏ । ( 1 )
ଭଙ୍ଗା ଗଢା ପରି ପରିବର୍ତ୍ତନ ର
ଏକା ସୂତ୍ରଧର ସିଏ, ବିଶାଳ ବିଶ୍ବର ପ୍ରତ୍ଯେକଟି ଜୀବେ
ଶାସନ କରଇ ସିଏ । ( 2 )
ଶାସକ ମଉଡ ମଣି ପରା ସିଏ
ଶତ୍ରୁ ତାର କେହି ନାହିଁ ,
ଯୁଦ୍ଧ ତା ଜୀବନେ ଦରକାର ନାହିଁ
ଅସ୍ଥିରତା ତାଠି ନାହିଁ । ( 3 )
ଯୋଦ୍ଧା ଯୋଦ୍ଧା ମଧ୍ଯେ ବିସ୍ତୃତ କ୍ଷେତ୍ରରେ
ଅସ୍ତ୍ର ଶସ୍ତ୍ର ସଞ୍ଚାଳନ,
ଦିନ ଦିନ ମାସ ମାସ ର ଯୁଦ୍ଧରେ
ଜୀବ କ୍ଷୟ ଅକଳନ । ( 4 )
ଭାଙ୍ଗେ ରଥ ଅସ୍ତ୍ର ଶବ କୁଢକୁଢ
ବୋହିଯାଏ ରକ୍ତ ସୁଅ,
ଏମିତି ସମୟେ ଯୋଦ୍ଧାଙ୍କ ସାହସ
ଦେଖେ କେବଳ ସମୟ । ( 5 ) ସାହସର ରସ ଇତିହାସ ଚାଖି
ତା ବକ୍ଷରେ ଲେଖି ରଖେ,
ପରବର୍ତ୍ତି ବଂଶ ତାକୁ ଲେଉଟାଇ
ସତ୍ଯ ଓ ମିଥ୍ଯା ପରଖେ । ( 6 )
ପାରଦ କୁମାର ପାଢ଼ୀ. ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ହିଞ୍ଜିଳିକାଟୁ ଗଞ୍ଜାମ