ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଆଉ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ, ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ ।।
ଯଦି ଜଣେ ମଣିଷ ପାଖରେ ଧନ ସମ୍ପତ୍ତି ନ ଥାଏ ତାହାଲେ ସେ ଗରିବ ନୁହେଁ, ପ୍ରକୃତ ଗରିବ ତ ସେ ହୋଇଥାଏ ଯାହା ପାଖରେ ଭବିଷ୍ୟତର କୌଣସି ଲକ୍ଷ ଓ ଚିନ୍ତାଧାରା ନ ଥାଏ ।।
ଛୋଟିଆ ତୁଳସୀ ଗଛଟିଏ ମନ୍ଦିରରେ ରହୁ ଅବା ମଶାଣି ରେ ତା’ର ପବିତ୍ରତା ପାଇଁ ପୂଜା ପାଇଥାଏ, ଠିକ ସେହିପରି ମଣିଷ ଦୁନିଆରେ ରହୁ ବା ନରହୁ ତା’ର ସୁନ୍ଦର ଚେହେରା ପାଇଁ ନୁହେଁ ବରଂ ତା’ର ସତଚରିତ୍ର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଯାଏ ।।
ଅନ୍ୟର କଷ୍ଟକୁ ଦେଖି ଯଦି ଆପଣ ଦୁଃଖ ଅନୁଭବ କରୁଛନ୍ତି, ତେବେ ଜାଣିରଖନ୍ତୁ ଯେ ଈଶ୍ୱର ଆପଣଙ୍କୁ ମଣିଷ ଜନ୍ମ ଦେଇ କିଛି ବି ଭୁଲ କରିନାହାନ୍ତି ।।
ମନେରଖ ଦୁନିଆ ରେ ଯେତେ ପ୍ରକାର ଭୟ ଅଛି ସେଥିମଧ୍ୟରୁ, ନିନ୍ଦା ଅପବାଦ ହେଉଛି ସର୍ବଶ୍ରେଷ୍ଠ ।।
ଜୟ ଜଗନ୍ନାଥ
Leave a Reply