Spread the love


ସ୍ନେହ ଶ୍ରଦ୍ଧା ସମ୍ପର୍କ ଏସବୁ ଆମରି ପାଖରେ ରହିଥାଏ, ଏହାର ସଦୁପଯୋଗ କଲେ ସମ୍ପର୍କ ତିଆରି ହୁଏ ଆଉ ଏହା ଛାଡିଦେଲେ ମୁହୂର୍ତ୍ତକ ମଧ୍ୟରେ ସମ୍ପର୍କ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଏ।
ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ସୁଖ ଶାନ୍ତିରେ ଦିନଟି ଅତିବାହିତ କରନ୍ତୁ l
ଜୟ ଜଗନ୍ନାଥ

ସ୍ତ୍ରୀ ର ଭଲପାଇବା ତ ସେତେବେଳେ ଜଣା ପଡିଥାଏ, ଯେତେବେଳେ ପୁରୁଷ ପାଖରେ କିଛି ନଥାଏ।

ନିଜର ଯନ୍ତ୍ରଣା ଲୁଚାଇ ଅନ୍ୟ ମାନଙ୍କୁ ଖୁସି ଦେବା ହେଉଛି ଜୀବନର ସବୁଠାରୁ ବଡ ସୁଖ।

ସମୟ କଥା କହିପାରେ ନାହିଁ ସତ…! କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହି ଦେଇଥାଏ।

ଯେଉଁମାନେ କଷ୍ଟ ବୁଝିପାରନ୍ତି , ସେମାନେ କେବେ କଷ୍ଟର କାରଣ ହୁଅନ୍ତି ନାହିଁ।

କେବେ ଅନ୍ୟ କୁ attention ଦେବାକୁ ଯାଇ ନିଜ କୁ attention ଦେବା ଭୁଲି ଯାଅନି।

       

ସରିଲେ ବୟସ ଅଲୋଡ଼ା ମଣିଷ
ଲୋଡା ପଡେ ନାହିଁ ତା’ର,
ଥିଲେ ତା ବୟସ ଲୋଡ଼ା ଥାଏ ତା’ର
ହେଉକି ବାହାର ଘର ।

ଦୁନିଆ ଆଗରେ ନିଜର ଲୁହକୁ ଝରେଇ ମୁଣ୍ଡ ନୂଆଇବା ଠାରୁ, ଧର୍ଯ୍ୟର ସହ ଅପେକ୍ଷା କରିବା ହଜାର ଗୁଣରେ ଶ୍ରେୟସ୍କର…।

ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ l

ଯେଉଁ ଦିନ ଆମର ଦସ୍ତଖତ Autograph ରେ ପରିଣତ ହୁଏ,ମାନି ନିଅ ସେଦିନ ତୁମେ Success ହୋଇଛ ।

Leave a Reply

Your email address will not be published. Required fields are marked *