ଦିନେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ: “ହେ ମାଧବ, କିଛି ଲୋକ ବଡ଼ ବଡ଼ ପାପରେ ଥିଲେ ମଧ୍ୟ୍ୟ ତଥାପି ସେମାନେ କେବେ ପାପର ଫଳ ଭୋଗ କରନ୍ତି ନାହିଁ,, ଏହା ଏପରି କାହିଁକି ?” ତେବେ ଶ୍ରୀକୃଷ୍ଣ କହିଲେ: “ହେ ଅର୍ଜୁନ, ଗୋଟିଏ କଥା ଶୁଣାଉଚି ଧ୍ୟାନ ଦେଇ ଶୁଣ।”
ଦିନକର ଘଟଣା, ଜଣେ ଧର୍ମାତ୍ମା ରାଜା ବ୍ରାହ୍ମଣମାନଙ୍କ ପାଇଁ ଭୋଜନ ଭଣ୍ଡାର ଆୟୋଜନ କରିଥିଲେ। ଶହ ଶହ ବ୍ରାହ୍ମଣ ଆସି ଭୋଜନ କରୁଥିଲେ। ରାଜା ସ୍ବୟଂ ଶେଷରେ ବସିଥିବା ଜଣେ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ପରୋସି ବାକୁ ଗଲେ। ଏହି ସମୟରେ ଆକାଶରେ ଗୋଟିଏ ଚିଲ ମରିଥିବା ଗୋଟିଏ ନାଗସାପକୁ ନେଇ ଯାଉଥିଲା। ଏହି ସାପର ପାଟିରୁ ବିଷର କିଛି ବୁନ୍ଦା ଏହି ବ୍ରାହ୍ମଣଙ୍କ ଭୋଜନରେ ପଡ଼ିଗଲା ଏବଂ ଅଳ୍ପ ସମୟରେ ସେ ବ୍ରାହ୍ମଣ ମୃତ୍ୟୁ ବରଣ ହୋଇ ଗଲା।
ଯମରାଜ ଏହି ଦୃଶ୍ୟ ଦେଖିଲେ ଏବଂ ଚିନ୍ତାରେ ପଡ଼ିଗଲେ – ବ୍ରାହ୍ମଣ ହତ୍ୟାର ଦୋଷ କାହାକୁ ଦିଆଯିବ ? ରାଜାକୁ – ଯିଏକି ଅଜ୍ଞାନରେ ଥିଲେ ? ନା ଚିଲକୁ – ଯିଏକି ନିଜ ସନ୍ତାନ ପାଇଁ ଖାଦ୍ୟ ନେଉଥିଲା ? ନା କି ସାପକୁ – ଯିଏ ପ୍ରଥମରୁ ମରି ସାରିଥିଲା ?
ଉତ୍ତର କାହା ପାଖରେ ନଥିଲା।
କିଛି ସମୟ ପରେ କେତେକ ବ୍ରାହ୍ମଣ ସେହି ରାଜାଙ୍କ ସାଙ୍ଗରେ ମିଳିବାକୁ ରାଜମହଲକୁ ଆସୁଥିଲେ। ରାସ୍ତା ପଚାରିବା ସମୟରେ ଗୋଟିଏ ଲୋକ ସେମାନଙ୍କୁ ରାସ୍ତା ଦେଖାଇଲେ ଏବଂ କହିଲେ: "ସାବଧାନ ଥିବ, ସେ ରାଜା ବ୍ରାହ୍ମଣମାନଙ୍କୁ ଭୋଜନରେ ବିଷଦେଇ ମାରି ଦିଅନ୍ତି।"
ସେହି କ୍ଷଣରେ ଯମରାଜ ତୁରନ୍ତ ସେହି ଲୋକକୁ ବ୍ରାହ୍ମଣ ହତ୍ୟାର ଦୋଷ ଦେଇଦେଲେ। ଯମଦୂତମାନେ ପଚାରିଲେ – "ପ୍ରଭୁ! ଏ ଲୋକ ତ କାହାକୁ ମାରିନାହିଁ, ତେବେ ଏହାକୁ ଦୋଷ କାହିଁକି ?" "ହେ ଦୂତମାନେ, ଏହି ଲୋକ କେବଳ ଏକ ନିନ୍ଦା କରୁଛି ରାଜାଙ୍କର । ସେ ଯେଉଁ କଥା କହୁଛି, ତାହା ସତ୍ୟ ନୁହେଁ। ସତ୍ୟ କଣ ନଜାଣି ଏହି ମିଥ୍ୟା କଥା ଦ୍ୱାରା ଏକ ନିର୍ଦୋଷ ରାଜା ଉପରେ ଅପବାଦ ଓ ନିନ୍ଦା କରିଥିବାର ଦୋଷ ଲାଗିଛି।
ଏବଂ ଯଦି ଏହି ମିଥ୍ୟା ଅଭିଯୋଗରେ ବିଶ୍ବାସ କରି କେହି ତାଙ୍କୁ ମାରିଦିଏ, ତେବେ ଏହି ଲୋକ ମୂଳ କାରଣ ହେବ। ଯେଉଁ ମନୁଷ୍ୟ ମିଥ୍ୟା କଥା ପ୍ରଚାର କରି ଜନସାଧାରଣଙ୍କ ମନ ଭୟ ବା ଘୃଣା ସୃଷ୍ଟି କରିବା, ସେ ହିଁ ପ୍ରଥମ ଦୋଷୀ ଅନେକ ଅପରାଧ ଲାଗିଥାଏ ତା ଉପରେ ।
ତେଣୁ ହେ ଅର୍ଜୁନ, ଜୀବନରେ କେବଳ କର୍ମ ନୁହେଁ, ନିନ୍ଦା ମଧ୍ୟ ଦୋଷର ଅଧିକାରୀ ହୁଏ। ଯେଉଁ ଲୋକ ମିଥ୍ୟା କଥା କହି ସତ୍ୟ ଉପରେ ପ୍ରଶ୍ନ ଉଠାଏ, ସେହି ମଧ୍ୟ୍ୟ ଦୋଷର ପାଇଁ ମୂଳ କାରଣ ହୋଇଥାଏ," ଏବଂ ଦୋଷି ହୋଇଥାଏ।
ଏହିପରି ଭାବେ, ପାପ କେବଳ କର୍ମରେ ଦେଖାଯାଏ ନାହିଁ, ମନର କଥା ଏବଂ ଭାବନା ଦ୍ୱାରା ମଧ୍ୟ ପାପ ସୃଷ୍ଟି ହୁଏ। ତେଣୁ ଜୀବନରେ ସତ୍ୟ, ନ୍ୟାୟ ଓ ଭଲ ବ୍ୟବହାର ରାସ୍ତା ଚାଲିବା ଅତ୍ୟନ୍ତ ଆବଶ୍ୟକ।
ଶ୍ରୀକୃଷ୍ଣଙ୍କ କଥା ଯଦି ଭଲ ଲାଗି ଥାଏ ତାହେଲେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖିବେ " ଜୟ ଶ୍ରୀକୃଷ୍ଣ" 🙏
Leave a Reply