ଯିଏ ସକଳ ବସ୍ତୁର ମୂଳ କାରଣ, ତାହାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ତାପରେ ସତ୍ଯ ତୁମପାଇଁ ଆପେ ଆପେ ଉନ୍ମୋଚିତ ହୋଇଯିବ ।
ପ୍ରଥମେ ସଂଖ୍ଯାଟିଏ ଲେଖ ଏବଂ ତାପରେ ଯେତେ ଇଛା ଶୂନ ଯୋଗ କର, ତେବେ ଯାଇ ଶୂନଗୁଡିକ ନିଜ ନିଜର ମୂଲ୍ଯ ଲାଭ କରିବେ । ସଂଖ୍ଯା ବିହୀନ ଶୂନର ମୂଲ୍ଯ ନ ଥାଏ । ମୂଳ ସଂଖ୍ଯା ଏକରୁ ବହୁ ସଂଖ୍ଯକ ଶୂନ ନିଜ ନିଜର ମୂଲ୍ଯ ପ୍ରାପ୍ତ କରନ୍ତି । କେବଳ ଭଗବାନ ମୂଳ ସଂଖ୍ଯା ଏକ ଅଟନ୍ତି । ଆଉ ଜଗତ ଏବଂ ତାର ସକଳ ପ୍ରାଣୀ ଶୂନ ଅଟନ୍ତି, ତେଣୁ ତାଙ୍କ ସହିତ ଆମେ ଯୋଡି ହେବା ଉଚିତ୍ ।
ସତସଙ୍ଗର ଆଶ୍ରୟ-କୁସଙ୍ଗ ତ୍ଯାଗ
ସତ’ ର ଅର୍ଥ ହେଉଛି, ଯାହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ – ଏହି ତିନି କାଳରେ ଅଭାବ ନାହିଁ । ‘ସତସଙ୍ଗ’ ର ଅର୍ଥ ହେଉଛି ସତର ସଙ୍ଗ, ଅର୍ଥାତ୍ ପରମାତ୍ମାଙ୍କ ସଙ୍ଗ କିମ୍ବା ପରମାତ୍ମାକୁ ପ୍ରାପ୍ତ କରିଥିବା ମହାପୁରୁଷମାନଙ୍କ ସଙ୍ଗ । ଭଗବାନଙ୍କ ନାମ ଜପ, ଭଜନ, କୀର୍ତ୍ତନ ଓ ସ୍ୱାଧ୍ୟାୟ ମଧ୍ୟ ସତସଙ୍ଗ ପଦବାଚ୍ଯ । ସତସଙ୍ଗ ସଦା କରିବା ଉଚିତ୍ ଓ କୁସଙ୍ଗରୁ ଦୂରେଇ ରହିବା ଉଚିତ । କୁସଙ୍ଗ କାରଣରୁ ମନୁଷ୍ଯ ଦୁଃଖିତ ହୁଏ । ସତସଙ୍ଗ ଦ୍ୱାରା ମନୁଷ୍ୟ ନିଜର ଦୋଷ ଗୁଡ଼ିକୁ ଚିହ୍ନିବାକୁ ସମର୍ଥ ହୁଏ, ସତର୍କ ହୁଏ, ତାର ଅନ୍ତରରେ ବିବେକ ଜାଗ୍ରତ ହୁଏ, ତାହାର ସ୍ୱଭାବ ସୁଧୁରିଯାଏ ଓ ସେ ଜୀବନରେ ଖୁସି ହୁଏ ।
ଜୟ ଜଗନ୍ନାଥ