Spread the love

ନର୍ଥ କୋରିଆର ଏକଛତ୍ରବାଦୀ ନେତା କିମ୍ ଇଲ୍ ସୁଙ୍ଗ । ୩୪ ଘଣ୍ଟା ବିଳମ୍ବରେ ହୋଇଥିଲା ମୃତ୍ୟୁର ଘୋଷଣା । ୧୦ ଦିନ ବାଧ୍ୟତାମୂଳକ ଥିଲା କାନ୍ଦିବା । ସତରେ କାନ୍ଦୁଛନ୍ତି କି ନାହିଁ ନଜର ରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ ।
କାନ୍ଦିବା ଏତେ ସହଜ ନୁହେଁ ।

ମଣିଷକୁ ସେତିକି କଷ୍ଟ ନହେଲେ ଆଖିରୁ ଲୁହ ବାହାରେ ନାହିଁ । ମଣିଷ ଦୁଃଖରେ କାନ୍ଦେ ତ କେବେକେବେ ଖୁସିରେ ମଧ୍ୟ ଆଖିରେ ଲୁହ ଆସିଯାଏ । ତେବେ ଯଦି କାନ୍ଦିବାକୁ ବାଧ୍ୟ କରାଯାଏ, ତା ପୁଣି ଦୀର୍ଘ ୧୦ ଦିନ ପାଇଁ ତାହା ହୁଏତ କଷ୍ଟକର ହୋଇପାରେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଘଟଣା ଉତ୍ତର କୋରିଆର ଲୋକଙ୍କ ସହ ଘଟିସାରିଛି ।

ଜଣେ ଲୋକଙ୍କ ମୃତ୍ୟୁରେ ୧୦ ଦିନ କାନ୍ଦିବାକୁ ବାଧ୍ୟ କରାଯାଇଛି ।ବର୍ଷ ୧୯୪୮ ସେପ୍ଟେମ୍ବର ୯ ତାରିଖରେ ଡେମୋକ୍ରାଟିକ୍ ପିପୁଲ୍ସ ରିପ୍ଳବିକ୍ ଅଫ୍ କୋରିଆର ପ୍ରତିଷ୍ଠା ହୋଇଥିଲା । କିମ୍ ଇଲ୍ ସୁଙ୍ଗଙ୍କୁ ନେତା ଚୟନ କରାଯାଇଥିଲା । ବର୍ତ୍ତମାନର ନେତା କିମ ଜୋଙ୍ଗଙ୍କ ଜେଜେବାପା ହେଉଛନ୍ତି କିମ ଇଲ । ସେ ଔପଚାରିକ ଭାବେ ୧୯୪୮ରେ ଶାସନ ଆରମ୍ଭ କରିଥିଲେ ।

ତେବେ ସୋଭିଏତ ସଂଘ ଏହାପୂର୍ବରୁ ତାଙ୍କୁ ୧୯୪୫ରେ ବିଜୟ ମୁକୁଟ ପିନ୍ଧାଇ ସାରିଥିଲା । ବର୍ଷ ୧୯୯୪ ଜୁଲାଇ ୮ରେ ଯେବେ ତାଙ୍କର ନିଧନ ହେଲା, ସାରା ଦେଶରେ ୧୦ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା । ସାର୍ବଜନିକ ଭାବେ ଏହି ୧୦ ଦିନ କାନ୍ଦିବା ବାଧ୍ୟତାମୂଳକ କରି ଦିଆଯାଇଥିଲା । କେବଳ ସେତିକି ନୁହେଁ, ଅସଲରେ ଲୋକେ ଶୋକ ପାଳନ କରୁଛନ୍ତି କି ନାହିଁ ଯାଞ୍ଚ କରିବାକୁ ଜାସୁସଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *