Spread the love

ସୁଦର୍ଶନ ଦାସ
ରେଭେନ୍ସା କଲେଜ ଛାତ୍ର ସଂସଦ ର ପୂର୍ବତନ ଛାତ୍ର ନେତା
(୧୯୮୧-୮୫ ବ୍ୟାଚ)


ରେଭେନ୍ସା କଲେଜ/ବିଶ୍ଵବିଦ୍ୟାଳୟ ଓଡ଼ିଆ ଜାତି ର ଗର୍ବ l

ଓଡ଼ିଶାର ଇତିହାସ ରେଭେନ୍ସା କଲେଜ/ ବିଶ୍ଵବିଦ୍ୟାଳୟ କୁ ବାଦ ଦେଇ ଅସମ୍ପୂର୍ଣ୍ଣ l ସ୍ଵାଧୀନତା ସଂଗ୍ରାମ ଠୁ ଆରମ୍ଭ କରି ଓଡ଼ିଶା ପ୍ରଦେଶ ଗଠନ ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ର ଅବଦାନ ସ୍ୱର୍ଣlକ୍ଷରରେ ଇତିହାସରେ ଲିପିବଦ୍ଧ l ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ, ଆବେଗ କୁ ଏହି ଅନୁଷ୍ଠାନ କେବଳ ଜନ୍ମ ଦେଇନାହିଁ, ଏହାକୁ ପରିପୃଷ୍ଟ ମଧ୍ୟ କରିଛି l ଅନେକ ସଂଗ୍ରାମୀ ଦେଶପ୍ରେମୀ, ରାଷ୍ଟ୍ର ନାୟକ, ଚିନ୍ତା ନାୟକ, ବୈଜ୍ଞାନିକ, ସାରସ୍ଵତ ସାଧକ, କବି, ଲେଖକ, ଐତିହାସିକ, ଗବେଷକ, ଦକ୍ଷ ପ୍ରଶାସକ, ଚିତ୍ରକର, ଶିଳ୍ପୀ, ସମାଜ ସଂସ୍କାରକ ଇତ୍ୟାଦି ଙ୍କୁ ଜନ୍ମ ଦେଇଛି ଏହି ମହାନ ଅନୁଷ୍ଠାନ ଯେଉଁମାନେ ଓଡ଼ିଆ ଜାତି ର ଟେକ ରଖିଛନ୍ତି ବିଭିନ୍ନ ଦିଗରେ, ଦେଶ ଭିତରେ ଏବଂ ଦେଶ ବାହାରେ l ସେଇଥିପାଇଁ କୁହାଯାଏ,
“If anybody is somebody in Odisha, he/she must be a Ravenshawvian”.

ଓଡ଼ିଆ ଜାତି ର ଗର୍ବ ଓ ଗୌରବର ବାନା କୁ ଉର୍ଦ୍ଧରେ ତୋଳି ଧରି ଆସିଛି ଏହି ଅନୁଷ୍ଠାନ ୧୮୬୮ ମସିହାରୁ, ତାର ଜନ୍ମ ଲଗ୍ନରୁ l ରେଭେନ୍ସା କଲେଜ ନଥିଲେ ଓଡ଼ିଆ ଜାତି ଆଜି ଯେଉଁ ପରିଚୟ ପାଇଛି, ତାହା ପାଇ ନଥାନ୍ତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l

ମାତ୍ର ଏହି ଅନୁଷ୍ଠାନ ର ନାମ ପରିବର୍ତ୍ତନ ପାଇଁ ମସୁଧା ଚାଲିଛି l ଏଥି ପାଇଁ ଆମେ ସମସ୍ତେ ଗଭୀର ଭାବରେ ମର୍ମାହତ l ଏହାର ନାମ ପରିବର୍ତ୍ତନ ଅର୍ଥ ଓଡ଼ିଶାର ଇତିହାସ କୁ କଦର୍ଥ କରିବା l ଓଡ଼ିଶାର ଅସ୍ମିତା କୁ ପଦାଘାତ କରିବା l ଓଡ଼ିଆ ଜାତି ର ଗର୍ବ ଓ ଗୌରବ କୁ ଭୁଲୁଣ୍ଠିତ କରିବା l

ସକଳ ସ୍ତରରେ ଏହାର ପ୍ରତିବାଦ ହେବା ଦରକାର l କେବଳ ରେଭେନ୍ସା ର ପୂର୍ବତନ ଛାତ୍ର ଛାତ୍ରୀ ନୁହଁନ୍ତି, ସମଗ୍ର ଓଡ଼ିଶାବାସୀ ଏହାକୁ ପ୍ରତିରୋଧ କରିବା ଆବଶ୍ୟକ l

ଆସନ୍ତୁ! ରେଭେନ୍ସା ବିଶ୍ବବିଦ୍ୟାଳୟର ଅlର୍ଟସ୍ ବ୍ଲକ ପାଖରେ ଆଜି ଅପରାହ୍ନ ୪ ଟାରେ ଏକାଠି ହେବା l ଏହି ପ୍ରତିବାଦ ଓ ପ୍ରତିରୋଧ ର କାର୍ଯ୍ୟପନ୍ଥା ନିର୍ଧାରଣ କରିବା l

ସୁଦର୍ଶନ ଦାସ
ରେଭେନ୍ସା କଲେଜ ଛାତ୍ର ସଂସଦ ର ପୂର୍ବତନ ଛାତ୍ର ନେତା
(୧୯୮୧-୮୫ ବ୍ୟାଚ)

Leave a Reply

Your email address will not be published. Required fields are marked *