Spread the love

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ପ୍ରକାଶ ପାଇଲା ୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ

ଆସନ୍ତା ମେ’ ୨୫ ତାରିଖରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପ୍ରକ୍ରିୟା ମଧ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମେ’ ୨୫ ତାରିଖରେ ନିର୍ବାଚନ ହେବ। ଏହି ସବୁ ଆସନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏହାପରେ ମେ’ ୨୫ ତାରିଖରେ ଭୋଟ ଗ୍ରହଣ ହେବ।

ଏଥି ସହିତ କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ୍ ହେବ।ତେବେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛିଟା ସମୟ ପରିବର୍ତ୍ତନ କରାଯାଇଛି। କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଭୋଟ୍ ସମୟ ନିର୍ଦ୍ଦାରଣ କରାଯାଇଛି। ଦେବଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ଦେଇ ହେବ। ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ।

ସୂଚନା ଅନୁଯାୟୀ, ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ରହିଛି। ଏହା ଅଧୀନରେ ୪୨ ବିଧାନସଭା ଆସନ ମଧ୍ୟ ଆସୁଛି। ଏହି ୬ଟି ଲୋକସଭା କ୍ଷେତ୍ର ଅଧୀନରେ ମୋଟ ୯୪ ଲକ୍ଷ ୪୧ ହଜାର ୭୯୭ ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୮ଲକ୍ଷ ୨୬ ହଜାର ୩୭୫ ଜଣ ପୁରୁଷ ମତଦାତା ଥିବା ବେଳେ ୪୬ ଲକ୍ଷ ୧୪ ହଜାର ୧୩୪ଜଣ ମହିଳା ମତଦାତା ରହିଛନ୍ତି। ସେହିପରି ୧୨୮୮ଜଣ ତୃତୀୟଲିଙ୍ଗୀ ମତଦାତା ରହିଛନ୍ତି। ମୋଟ ମତଦାତାଙ୍କ ମଧ୍ୟରୁ ୨ଲକ୍ଷ ୩୫ ହଜାର ୭୬୪ଜଣ ୧୮-୧୯ ବର୍ଷୀୟ ଅର୍ଥାତ୍‌‌ ନୂଆ ମତଦାତା ରହିଛନ୍ତି। ମତଦାନ ପାଇଁ ମୋଟ ୧୦୫୧୫ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *