Spread the love

“ମିଛ ମାୟା ଏ ସଂସାର ”
ଏଠି କେହି ନୁହନ୍ତି କାହାର….
ସମ୍ପର୍କ ଅଛି ହଜାର….
ବିପଦ ସମୟରେ କେହି ଆସିବେନି,
ଖୋଜନ୍ତି ବାହାନା ହଜାର…..
ତେବେ କି ମୂଲ୍ୟ ଏ ମିଛ ସମ୍ପର୍କର,
ବୁଲିକି କହୁଚ ତମେ ମୋର ଓ ମୁଁ ତୁମର….।

ଭଗବାନ ଦୁଃଖ ଓ କଷ୍ଟ ସେଇ ମାନଙ୍କୁ ଦିଅନ୍ତି,ଯିଏ ହୃଦୟରୁ ନିର୍ମଳ ହୋଇଥାଏ,ତାକୁ ଭଗବାନ ପ୍ରତିଟି ମୁହୂର୍ତ୍ତରେ ପରୀକ୍ଷା ନେଇଥାନ୍ତି ଆଉ ସେ ଆଗକୁ ଯେତେ ଦୁଃଖ କଷ୍ଟ ଆସିଲେ ବି ନିଜେ ନିଜକୁ ସମ୍ଭାଳି କି ଆଗକୁ ବଢନ୍ତି ।

ସବୁ କିଛି ତୁଛ ଅଟେ ଏହି ସଂସାରରେ ,ବାସ୍ କେବଳ ଏହି ଦୁଇଟି ବାକ୍ୟ ସତ୍ୟ ଅଟେ।
“ରାମ ନାମ ସତ୍ୟ ହେ
ହରି ନାମ ସତ୍ୟ ହେ”….।

ଯେତେବେଳେ ତୁମେ ଆତ୍ମୀୟ ମାନଙ୍କ ସହିତ ଥାଅ, ନିଜ ଜିଭକୁ କଣ୍ଟ୍ରୋଲ କର।

               



ଆସନ୍ତା କାଲି କି ଅପେକ୍ଷା ନକରି ପ୍ରତି ମୂହୁର୍ତ୍ତକୁ Enjoy କରନ୍ତୁ।କାହାକୁ ଜଣା ଆସନ୍ତାକାଲି ଭାଗ୍ୟରେ କଣ ଲେଖା ହୋଇଛି।

ମଣିଷ ହସି ଥାଏ ତ ସମସ୍ତଙ୍କ ଆଗରେ,କିନ୍ତୁ କାନ୍ଦିଥାଏ ସେହି ମଣିଷ ଆଗରେ ଯିଏ ତା ଲୁହରେ ଥିବା କଷ୍ଟର ମୂଲ୍ୟକୁ ବୁଝିପାରୁଥିବ।

ଯାହାଙ୍କର ମନ ଲୋଭଦ୍ୱାରା କଳୁଷିତ ନୁହେଁ, ଦ୍ୱେଷଦ୍ୱାରା ଆକ୍ରାନ୍ତ ନୁହେଁ ଏବଂ ଯିଏ ନିର୍ବିକାର-ସେ ସଦା ଜାଗ୍ରତ ଓ ନିର୍ଭୟ।

ପ୍ରକୃତି ଓ ସୌଭାଗ୍ୟର ମିଳନରେ ହିଁ ଜଣେ ବ୍ୟକ୍ତି ସଫଳତା ଲାଭ କରିଥାଏ। ଏଣୁ ନିରନ୍ତର କଠିନ ପରିଶ୍ରମ କରି ଚାଲିବା ଉଚିତ।

      

Leave a Reply

Your email address will not be published. Required fields are marked *