ମାନବ ଭୁଲିଛି ତା ମାନବିକତା ଦୁନିଆଁ ବୁକୁରୁ ଆଜି ରକ୍ତ ସହ ରକ୍ତ ହୋଲି ଖେଳୁଅଛି ସ୍ବାର୍ଥର ଗୋଲାମ ସାଜି

Spread the love

ଛଳ କପଟକୁ ନ କଲେ ତ୍ୟାଗ
ଆଜୀବନ ଦୁଃଖ କରିବା ଭୋଗ
ମୋହମାୟା ଲୋଭ ଅଟଇ ପାପ
ମୁକ୍ତିର ମାର୍ଗ ଯେ ଈଶ୍ୱର ଜପ ।
ଯେଉଁ ବ୍ୟକ୍ତି ସାକ୍ଷାତରେ ମିଠା କଥା କହେ କିନ୍ତୁ ପଛରେ କାମରେ କ୍ଷତି କରେ, ସେମିତି ମୁହଁରେ ମିଠା ଅନ୍ତରରେ ବିଷ ଥିବା ବ୍ୟକ୍ତିକୁ ତ୍ୟାଗ କରିବା ଉଚିତ୍ ।

   

ମାନବ ଭୁଲିଛି ତା ମାନବିକତା
ଦୁନିଆଁ ବୁକୁରୁ ଆଜି
ରକ୍ତ ସହ ରକ୍ତ ହୋଲି ଖେଳୁଅଛି
ସ୍ବାର୍ଥର ଗୋଲାମ ସାଜି ।

ଜୀବନରେ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢିବା ଉଚିତ୍ ,
ତା ହେଲେ ଜୀବନରେ ଅନୁଭୂତି ଓ ଶିକ୍ଷା ମିଳିଥାଏ ।

ବାରମ୍ବାର ଅସଫଳତାକୁ ନେଇ ଭାଙ୍ଗି ପଡିବା ଉଚିତ୍ ନୁହେଁ,
ବେଳେ ବେଳେ ପେନ୍ଥାର ଶେଷ ଚାବିରେ ମଧ୍ୟ ତାଲା ଖୋଲିଥାଏ ।

Online ତ ସମସ୍ତେ ଆସନ୍ତି କିନ୍ତୁ Message କେବଳ ସେ ହିଁ କରିଥାଏ ଯାହା ଜୀବନରେ ଆମେ ମୂଲ୍ୟବାନ ହୋଇଥାଉ ।

            

ସୁଖ ବେଳେ ତୋର ସାଥୀ ହେଉଥିଲେ
ବିପଦେ ନାହିଁ ତ ଦେଖା,
ସବୁ ଅଟେ ତୁଚ୍ଛ ଧର୍ମ ଏକା ସତ
ଧର୍ମ ତୋ ପଥ ରେ ସଖା।

ନିଜେ ନିଜ ରାସ୍ତାରେ ସବୁବେଳେ ସଠିକ୍ ରୁହନ୍ତୁ, କାହିଁକି ନା ଆଜିର ଦୁନିଆରେ ଲୋକେ ନିଜର ଭୁଲ୍ ମାନି ନ ଥାନ୍ତି ବରଂ ନିଜର ଭୁଲକୁ ଅନ୍ୟ ଉପରେ ଲଦି ଦିଅନ୍ତି ।

📝ଟଙ୍କା “
ଖୁବ୍ ଛୋଟ ଗୋଟିଏ ଶବ୍ଦ ଅଥଚ ଏ ଛୋଟ ଶବ୍ଦଟିର ପ୍ରଭାବ ଏତେ ବେଶୀ ଯେ ଏହାର ଅଭାବ ହେଲେ ଦେଖାଯାଏ “ହାହାକାର” ଆଉ ବେଶୀ ହେଲେ ବଢିଯାଏ “ଅହଙ୍କାର “…।

ସୁଖ ସେମାନଙ୍କୁ ମିଳି ନଥାଏ ଯେଉଁମାନେ ନିଜ Chalenge ରେ ଜିତିଥାଆନ୍ତି,ପ୍ରକୃତରେ ସୁଖ ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର Chalenge କୁ ବଦଳାଇ ଦେଇ ଥାଆନ୍ତି।

             

ଜୀବନ ଏକ ଲମ୍ବା ରାସ୍ତା। ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ, ଆଉ ହସି ହସି ଚାଲିଲେ କେତେବେଳେ ରାସ୍ତା ସରିଯାଏ ଜଣାପଡ଼େ ନାହିଁ। ଯାତ୍ରାକାଳରେ ଆମେ ଅନ୍ୟକୁ ସେତେ ଶୀଘ୍ର କ୍ଷମା କରିଦେବା ଉଚିତ ଯେତେ ଶୀଘ୍ର ଆମେ ଭଗବାନଙ୍କଠାରୁ ଆଶା ରଖୁଅଛେ। ଆସନ୍ତୁ; ଆଜିଠାରୁ ଆମେ ହୃଦୟ ଖୋଲି ଅପରକୁ କ୍ଷମା ପ୍ରଦାନ କରିବା ପରେ ନିଜେ ଈଶ୍ଵରଙ୍କୁ କ୍ଷମା ପ୍ରାର୍ଥନା କରିବା।

ଊଦ୍ଦେଶ୍ୟ ପୂରଣ ହୋଇ ସାରିବା ପରେ ମଣିଷର ଅସଲ ରୂପ ପଦାକୁ ଆସିଥାଏ। ସ୍ନେହ, ପ୍ରେମ, ଶିକ୍ଷା ଓ ସମ୍ମାନ ଏହା କେଉଁଠାରୁ ଦାନରେ ମିଳେନାହିଁ। ଏହାକୁ ଅର୍ଜନ କରିବାକୁ ପଡ଼ିଥାଏ।

କାଳ ଏମିତି ଗୋଟିଏ ଜିନିଷ ଯେ ମୁହୂର୍ତ୍ତେ ପୂର୍ବରୁ ଆପଣଙ୍କୁ ହସେଇବ, ଆଉ ପୁଣି ପର ମୁହୂର୍ତ୍ତରେ କନ୍ଦାଇବ। ଏଣୁ ଯଥାର୍ଥ ସମୟ ପାଇବା ନ ପାଇବା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ନିଜେ ଅନ୍ୟକୁ କଥା ଦେଇ କଥା ରଖିବା।

ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି – ଆମ ପିଲାଦିନ, ଯାହା ଗୋଟିଏ ସ୍ମରଣୀୟ ଫର୍ଦ୍ଦ। ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବାପାଇଁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ଆବଶ୍ୟକ ହୁଏ।

ଧନୀ ସିଏ ନୁହେଁ ଯାହା ଘରେ ପୁଳାଏ ଟଙ୍କା, ବଡ଼ ଗାଡ଼ି ଥାଏ। ଅସଲ ଧନୀ ତ ସିଏ ଯାହା ଘରେ ଝିଅ ଆଉ ବୋହୂମାନେ ଖୁସିରେ ହସୁଥା’ନ୍ତି।

                   

Leave a Reply

Your email address will not be published. Required fields are marked *