Spread the love



କଟକ.26/5.ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୪ ମସିହା ମାଟ୍ରିକ ପରୀକ୍ଷା ଫଳ ଆଜି ରବିବାର ଦିନ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟ ଠାରେ ସଭାପତି ଶ୍ରୀକାନ୍ତ ମାଟ୍ରିକ ଫଳାଫଳ ଘୋଷଣା କରି କହିଲେ ଚଳିତ ବର୍ଷ 5 ଲକ୍ଷ 41 ହଜାର 61 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏମାନଙ୍କ ମଧ୍ୟରୁ 5ଲକ୍ଷ 30 ହଜାର 153 ଜଣ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଛନ୍ତି । ପାସ୍ ହାର 96.07% ହୋଇଛି। ପରୀକ୍ଷାରେ ଛାତ୍ର ଛାତ୍ରୀ ଅକୃତ କାର୍ଯ୍ୟ ହୋଇନାହାନ୍ତି । ଏମାନଙ୍କ ମଧ୍ୟରୁ 96.73 ପ୍ରତିଶତ ଛାତ୍ରୀ ପରୀକ୍ଷାରେ ପାସ ହୋଇଥିବା ବେଳେ 95.39 ପ୍ରତିଶତ ଛାତ୍ର ମାନେ ପାସ କରିଛନ୍ତି।

ସେହି ଭଳି ଚଳିତ ବର୍ଷ ମାଧ୍ୟମ ପରୀକ୍ଷା ରେ 3252 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ 3191 ଜଣ ପାସ କରିଛନ୍ତି। ପାସ୍ ହାର 98.12 ପ୍ରତିଶତ ପାସ କରିଛନ୍ତି। 2644 ଟି ସ୍କୁଲ ରେ ଶତ ପ୍ରତିଶତ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 97.98 ପ୍ରତିଶତ ଛାତ୍ର ଛାତ୍ରୀ ପାସ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହି ଭଳି ଜଗତସିଂହପୁର ଜିଲ୍ଲା 97.6 ପ୍ରତିଶତ ରଖି ଦ୍ଵିତୀୟ ସ୍ଥାନ ପାଇ ଥିବା ବେଳେ ବରଗଡ଼ ଜିଲ୍ଲା 97.64 ପ୍ରତିଶତ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ନୂଆପଡ଼ା ଜିଲ୍ଲା ସର୍ବ ନିମ୍ନ 93.91 ପ୍ରତିଶତ ପାସ କରିଛନ୍ତି।
ମୂଲ୍ୟାୟନ ରେ ତ୍ରୁଟି ଥିଲେ ଛାତ୍ର ଛାତ୍ରୀ ମାନେ ONLINE ମାଧ୍ୟମ ରେ ଫଳ ପ୍ରକାଶ ପାଇବାର 15 ଦିନ ଭିତରେ ରିଚେକିଂ ପାଇଁ ଆବେଦନ କରିପାରିବେ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପ ସଭାପତି ନିହାର ରଞ୍ଜନ ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଟେମ ଲାଲ ଦୂବେ, ଡିଇଓ ଡକ୍ଟର ସନ୍ତୋଷ କୁମାର୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ବର୍ଷ A1 ଗ୍ରେଡ ରେ ପାସ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରେଭେନ୍ସା କଲିଜିଏଟ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଗତି ପଣ୍ଡା ମିଠା ଖୁଆଇ ଖୁସି ମନାଇ ଛନ୍ତି।

Leave a Reply

Your email address will not be published. Required fields are marked *

You Missed