Spread the love

ମୃତ୍ୟୁ ଉପରେ ବିଜୟ

 ଆପଣଙ୍କର ମୃତ୍ୟୁ ନାହିଁ; କାରଣ ଆପଣ ଜନ୍ମ ହୋଇନାହାନ୍ତି ।  ଆପଣ ଅମରାତ୍ମା ଅଟନ୍ତି । ମାୟାର ଏହି ମିଥ୍ୟା ନାଟକରେ  ଜନ୍ମ ଏବଂ ମୃତ୍ୟୁ ଦୁଇଟି ମିଥ୍ୟା ନାଟକ । ଏହାର ସମ୍ପର୍କ କେବଳ ଭୌତିକ କୋଷ ସହିତ ଯାହା ପଞ୍ଚତତ୍ୱର ମିଶ୍ରଣରେ ଗଠିତ । ଜନ୍ମ ଏବଂ ମୃତ୍ୟୁର ବିଚାର କେବଳ ଅନ୍ଧ ବିଶ୍ବାସ ଅଟେ ।
   ଏହି ଭୌତିକ ଶରୀର  ଯାହା ମାଟିର କଣ୍ଢେଇ ଅଟେ, ପରମେଶ୍ବରଙ୍କ କ୍ରିଡାମୃଗ ମାତ୍ର ।  ଈଶ୍ୱର ସୂତ୍ରଧାର । ତାଙ୍କର ଇଛା ଅନୁଯାୟୀ କ୍ରିଡାମୃଗ ଧାଁ - ଧପଡ କରୁଛି । ପରିଶେଷରେ ସେ ଏହାକୁ ଭାଙ୍ଗି ଦିଅନ୍ତି । ଦୁଇ ର ଖେଳ ସମାପ୍ତ ହୋଇଯାଏ ।  ଦୁଇ ଏକରେ ପରିଣତ ହୋଇଯାଏ । ଜୀବାତ୍ମା ପରମାତ୍ମାରେ ବିଲୀନ ହୋଇଯାଏ । 
     ଆତ୍ମାର ବୋଧ ମାତ୍ରସେ ମୃତ୍ୟୁର ଭୟ ଯା -  ଆସ କରେ । ଲୋକେ ବ୍ୟର୍ଥରେ ମୃତ୍ୟୁକୁ ଡରିଥାନ୍ତି । ମୃତ୍ୟୁ ନିଦ୍ରା ସମାନ ।ଜନ୍ମର ଅର୍ଥ ନିଦ୍ରାରୁ ଉଠିବା । ନୁଆବସ୍ତ୍ର ପରିଧାନ କଲାପରି ଆତ୍ମା ନୂତନ ଶରୀର ଧାରଣ କରେ । ଏହା ଜନ୍ମ - ମୃତ୍ୟୁର ଏକ ସ୍ୱାଭାବିକ ଘଟଣା । ଆପଣଙ୍କର ବିକାଶ ନିମନ୍ତେ ଏହାର ଆବଶ୍ୟକତା ରହିଛି । ଯେତେବେଳେ ଏହି ଜୀବନରେ ଭାବି ପ୍ରବୃତ୍ତି ଗୁଡ଼ିକ ପାଇଁ ଶରୀର ଅସମର୍ଥ ତଥା ଅନୁପଯୋଗୀ ହୋଇଯାଏ, ସେତେବେଳେ ଭଗବାନ ରୁଦ୍ର ଏହି ଶରୀରର ନାଶ କରି ନୂତନ ଶରୀର ପ୍ରଦାନ କରନ୍ତି । ମୃତ୍ୟୁ ସମୟରେ କିଛି ବି କଷ୍ଟ ହୋଇନଥାଏ । ଅଜ୍ଞାନୀ ମାନେ ମୃତ୍ୟୁ ବିଷୟରେ ଅତ୍ୟନ୍ତ ଭୟ ଓ ଆତଙ୍କ  ସୃଷ୍ଟି କରିଛନ୍ତି ।

ସ୍ଵାମୀ ଶିବାନନ୍ଦ ସରସ୍ଵତୀ

Related Post

Leave a Reply

Your email address will not be published. Required fields are marked *

You Missed