Spread the love

Whatsapp ୟୁନିଭେର୍ସିଟିର ଛାତ୍ର ମାନଙ୍କ ପାଇଁ ଦିପଦ: ଆପଣ ବୋଧେ ଘରୁ ବାହାରୁ ନାହାନ୍ତି କି ଓଡ଼ିଶାର ଇତିହାସ ଜାଣି ନାହାନ୍ତି | ନବୀନ ପଟନାୟକ ସରକାର ଶାସନ ଆରମ୍ଭ ହୋଇଥିଲା 1999 ମହାବାତ୍ୟାର ଧ୍ବଂସ ସ୍ତୁପରୁ | ଉନ୍ନୟନ କାମ ପାଇଁ ଅର୍ଥ କଥା ଛାଡ଼ନ୍ତୁ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ପଇସା ନଥିଲା| 24 ବର୍ଷ ତଳେ ଗାଁ କଥା ଛାଡ଼ନ୍ତୁ ଓଡ଼ିଶାର କୌଣସି ସହରରେ ବି ଭଲ ରାସ୍ତା ଖଣ୍ଡେ ନଥିଲା | ଆଜି ଓଡ଼ିଶାର ପଛୁଆ ଜିଲ୍ଲା କୁହାଯାଉଥିବା ମାଲକାନଗିରି କୁହନ୍ତୁ କି କନ୍ଧମାଳ କୁହନ୍ତୁ ଯାଇ ଦେଖନ୍ତୁ କି ପ୍ରକାର ଉନ୍ନୟନ କାମ ହୋଇଛି| ପ୍ରତି ଗାଁକୁ ପକ୍କା ସଡ଼କ, ପ୍ରତି ପଞ୍ଚାୟତରେ ଆଖି ଝଲସିଲା ଭଳି 5T ସ୍କୁଲ, ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ (Model School)ପ୍ରତି ସହରରେ ଆଖି ଝଲସା ବସ ଷ୍ଟାଣ୍ଡ, ମୋ ହଡପିଟାଲ, ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ଓ ନବୀନ ସ୍ୱାସ୍ଥ୍ୟ କାର୍ଡ,, ପ୍ରତି ବ୍ଲକରେ M. P. H. (MULTI PURPOSE HALL) କଟକର ନେତାଜୀ ତର୍ମିନସ ଓ ଭୁବନେଶ୍ୱରର ଭୀମାରାଓ ଆମ୍ବେଦକର ବସ ତର୍ମିନସ ଭଳି ବିଶ୍ୱ ସ୍ତରୀୟ ବସ ତର୍ମିନସ | ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଶ୍ୱରୀ ଓ ତାରାତାରିଣୀ ଭଳି ପ୍ରଖ୍ୟାତ ମନ୍ଦିର ତଥା ଦର୍ଶନୀୟ ସ୍ଥାନ ଗୁଡିକର ରୂପାନ୍ତରିକରଣ | Iconic project list ରେ ରାଜ୍ୟର ପ୍ରତି ବ୍ଲକର ଏକାଧିକ ଧାର୍ମିକ ସ୍ଥଳର 1.50 ରୁ 2.00 କୋଟି ଅନୁଦାନରେ ରୂପାନ୍ତରିକରଣ | ଜଗନାଥ ସଂସ୍କୃତିର ବିକାଶ ପାଇଁ ପ୍ରତି ପଂଚାୟତ କୁ 10 ଲକ୍ଷ ଟଙ୍କାର ଅନୁଦାନ|ଦୈନିକ ଦୁଇ ଲକ୍ଷ୍ୟ ଲୋକ ପାଞ୍ଚ ଟଙ୍କାରେ ସ୍ୱାଦିଷ୍ଟ ଭୋଜନ ପାଉଛନ୍ତି. ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ନବୀନ ପଟନାୟକ..

କ୍ରୀଡା କ୍ଷେତ୍ରରେ ଜାତୀୟ କ୍ରୀଡାର sponsorship ସହ ଦୁଇ ଦୁଇ ଥର ବିଶ୍ୱକପ ହକିର ସଫଳ ଆୟୋଜନ| ପ୍ରତି ବ୍ଲକରେ କ୍ରୀଡା କ୍ଷେତ୍ରର ଉନ୍ନତି ପାଇଁ ଉଚିତ ପଦକ୍ଷେପ ଗ୍ରହଣ | ଏସବୁ ସତ୍ୱେ ଓଡିଶା ହେଉଛି ଦେଶର ସବୁଠୁ କମ ଋଣ ଥିବାରାଜ୍ୟ | ଆପଣ google କରି କୌଣସି ବିଜେପି ଶାସିତ ରାଜ୍ୟ ଓ ଓଡ଼ିଶାର ଋଣଭାରର ତୁଳନାତ୍ମକ ଚିତ୍ର ଦେଖି ପାରିବେ|

ଉପଲବ୍ଧି :ବିପର୍ଯ୍ୟୟ ପରିଚାଳନରେ ବିଶ୍ୱରେ ଶ୍ରେଷ୍ଠ ବୋଲି ଜାତୀସଂଘଠୁ ପୁରସ୍କାର |
ଖାଦ୍ୟସସ୍ୟ ଉତ୍ପାଦନରେ ଦେଶରେ ସର୍ବଶ୍ରେଷ୍ଠ ବୋଲି କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କାର|
ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହିସାବରେ ନବୀନ ପଟନାୟକଙ୍କୁ ବାରମ୍ବାର ପୁରସ୍କାର|
ଏମିତି କେତେକଣ ଲେଖିବାକୁ ଜାଗା ନାହିଁ |

ଆଉ ବାକି ରହିଲା ଦାଦନ କଥା

ଭକ୍ତ ମାନେ ଦାଦନ କୋଠୀ ନାହିଁ??? ବିଜେପି ସରକାର ଥିବା ଉତ୍ତରପ୍ରଦେଶ, ବିହାରରେ ପରା ସବୁଠୁ ଅଧିକ ଦାଦନ..!ସେଠି ଦାଦନ ବନ୍ଦ କର , ତାପରେ ଓଡିଶା ରେ କରିବା

ପୃଥିବୀ ର ସବୁଠୁ ଅଧିକ ଦାଦନ ଏଇ ତମ ବିଷ ଗୁରୁ ରାଜତ୍ଵ କରୁଥିବା ଭାରତ।ପ୍ରତିବର୍ଷ ଦେଶ ବାହାରକୁ ଯାଉଥିବା ଲୋକଙ୍କ ସଂଖ୍ୟା ରେ ବି ଭାରତ ପ୍ରଥମ (2.5 million/year) ବାହାର ଦେଶରେ ଦାଦନ ଖଟୁଥିବା ଲୋକ ମାନଙ୍କ ମଧ୍ୟରେ ଭାରତର ସଂଖ୍ୟା ବିଶ୍ୱରେ ସର୍ବାଧିକ..(30 million)

କେବଳ ୨୦୨୨ ରେ ୨ଲକ୍ଷ ପଚାଶ ହଜାର ଲୋକ ଇଣ୍ଡିଆ ଛାଡ଼ି ବାହାର ଦେଶ କୁ ପଳାୟନ କଲେଣି , ଯାହାକି ଗତ ୧୨ବର୍ଷ ରେ ସର୍ବାଧିକ|

ଫରକ: ନବୀନ କମ କହନ୍ତି କିନ୍ତୁ ଯାହା କହନ୍ତି ତାହା କରନ୍ତି| ଆଉ ଯିଏ ବେଶି ଗପୁଛି ତାକୁ ବିଶ୍ୱ ମିଛୁଆ ତାଙ୍କର ଦୁଇ ନମ୍ବର ନେତା ହିଁ କହୁଛନ୍ତି, ଅନ୍ୟ ଲୋକ କଥା ଛାଡ଼ନ୍ତୁ |
ନବୀନ ବଢ଼ି ମରୁଡି ସବୁଠି |

ବି. ଦ୍ର.: ଗତ 24 ବର୍ଷ ନବୀନ ଶାସନରେ ଜଣେ ବି ଓଡ଼ିଆ ଦେଶର ଜନତାଙ୍କ ଝାଳ ବୁହା ଟଙ୍କା ନେଇ ଫେରାର ହୋଇ ନାହାନ୍ତି | କିନ୍ତୁ ବିଷ ଗୁରୁଙ୍କ 15 ବର୍ଷର ଗୁଜରାଟ ଶାସନ ଓ 10 ବର୍ଷର କେନ୍ଦ୍ର ଶାସନରେ ଡଜନରୁ ଉର୍ଧ୍ୱ ଗୁଜରାଟି ଗରିବ ଜନତାଙ୍କ ଲକ୍ଷଲକ୍ଷ ଟଙ୍କା ଲୋଟିନେଇ ଦେଶରୁ ଫେରାର ହୋଇ ଏଶୋ ଆରାମରେ ବାହାର ଦେଶରେ ଜୀବନ ଜିଉଛନ୍ତି|

ଅନ୍ଧ ହୁଅନ୍ତୁନି| ଆଖି ଖୋଲି ଦେଖନ୍ତୁ|

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *