ପାଞ୍ଜିକୁ ନେଇ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ ପାଞ୍ଚିକାରମାନେ ପରିଶ୍ରମ ନ କରି କପି କରିବାରେ ଲାଗିଛନ୍ତି।
ଯେଉଁଥିପାଇଁ ପାଞ୍ଜିରେ ଏତେ ବ୍ୟତିକ୍ରମ ଦେଖାଯାଉଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମତ ଦେଇଛନ୍ତି। ସେ କହିଛନ୍ତି ପାଞ୍ଜିକାରମାନେ ନିଜ ଗଣନା ଅନୁସାରେ ଯଦି ପାଞ୍ଜି ପ୍ରସ୍ତୁତ କରୁଥାନ୍ତେ ତେବେ ଏଭଳି ବ୍ୟତିକ୍ରମ ରୁହନ୍ତାନି। କିନ୍ତୁ ସେମାନେ ବ୍ରିଟେନ, ଆମେରିକା ଭଳି ଦେଶର ଗଣନାକୁ ନକଲ କରୁଛନ୍ତି।
ଯାହାର ପରିଣାନରୁ ତିଥି ନକ୍ଷତ୍ର ଆଦି ମେଳ ଖାଉନି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ଗଣନା ଉପରେ ପ୍ରଶ୍ନ ଉଠାଇଛନ୍ତି ପାଞ୍ଜିକାର।