Spread the love

ବର୍ଷା ପ୍ରିୟଦର୍ଶିନୀ ଆଜି ନିଜର ନାମାଙ୍କନପତ୍ର ସହ ଅତିରିକ୍ତ ତଥ୍ୟ ଭାବରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ତାଙ୍କର ବିବାଦୀୟ ଭୂମିକା ଆଡ଼କୁ ଇଙ୍ଗିତ କରିଛି ।
ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ
ସରକାରୀ ଦସ୍ତାବିଜ୍ ରେ ବର୍ଷା କିଭଳି ନିୟମିତ ବ୍ୟବଧାନରେ ନିଜର ଭିନ୍ନଭିନ୍ନ ନାମ କୁ ଦର୍ଶାଇଛନ୍ତି ଓ ତାହା ସମ୍ପୂର୍ଣ ସରକାରୀ ଅଫିସ୍ ଦ୍ଵାରା ହୋଇଥିବା ତ୍ରୁଟିପୂର୍ଣ୍ଣ ବୋଲି କହି ଏବେ ନିଜର ସତ୍ୟପାଠ ମାଧ୍ଯମରେ ଗଳା ବାଟ ଦେଇ ଖସି ଯିବାକୁ ବସିଛନ୍ତି ତାହା ଆଜି ସ୍ପଷ୍ଠ ହୋଇଯାଇଛି। ବର୍ଷାଙ୍କ ସତ୍ୟପାଠ ଅନୁସାରେ ତାଙ୍କ ଘର କଟକସ୍ଥିତ ବକ୍ସିବଜାର ବେପାରୀ ସାହିରେ । ସେ ରେଭେନ୍ସା ବାଳିକା ହାଇସ୍କୁଲର ଛାତ୍ରୀ ଥିଲେ ଓ ମ୍ୟାଟ୍ରିକ ବୋର୍ଡ ସାର୍ଟିଫିକେଟରେ ତାଙ୍କ ନାଁ ‘ ଇଂରାଜୀ ଅକ୍ଷରରେ Barsha Priyadarshinee Sahu’ ରହିଥିଲା । ସେଥିରେ ତାଙ୍କ ମା’ଙ୍କ ନାଁ Deepa Sahu ଓ ବାପାଙ୍କ ନାଁ Sisir kumar Sahu ଉଲ୍ଲେଖନୀୟ ରହି ଥିଲା । ତେବେ ଉଚ୍ଚମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ତାଙ୍କୁ ମିଳିଥିବା ଯୁକ୍ତଦୁଇ ସାର୍ଟିଫିକେଟରେ ତାଙ୍କ ନାଁ ତ୍ରୁଟିବଶତଃ Barsha Priyadarshinee Sahu ରୁ Barasa Priyadarshini Sahoo ଏବଂ ତାଙ୍କ ମା’ଙ୍କ ନାଁ Deepa Sahu ବଦଳରେ Dipa Sahoo ଏବଂ ବାପା ନାମ Sisir kumar Sahu ବଦଳରେ Sisir kumar sahoo ଉଲ୍ଲେଖନୀୟ ରହିଥିଲା । ଏହି ତ୍ରୁଟିକୁ ସୁଧାରିବା ପାଇଁ ସେ ୨୦୦୮ ଏପ୍ରିଲ ୩ ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ନିଜର ନାମ କୁ Barsha Priyadarshinee Sahu ରୁ Varsha Priyadarshini ପରିବର୍ତ୍ତନ କରିଥିଲେ। ତାଙ୍କର ସମସ୍ତ ରେକର୍ଡରେ ଏହିପରି ସଂଶୋଧୂତ ନାଁରେ ସେ ପରିଚିତ ହେବେ ବୋଲି ଦର୍ଶାଇଥିଲେ। ଏହିପରି ନାମ ସଂଶୋଧନ ସତ୍ୟପାଠ ମଧ୍ୟ ୨୦୦୮ ଏପ୍ରିଲ ୫ ତାରିଖରେ ରାଜ୍ୟର ଏକ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ବୋଲି ଦର୍ଶାଇଛନ୍ତି। ତେବେ ୨୦୦୮ ମସିହା ପରଠୁ ଆଇନଗତ ଭାବେ ତାଙ୍କୁ ଯେଉଁସବୁ ଦସ୍ତାବିଜ୍ ଜାରି ହୋଇଛି ସେଥିରେ ତାଙ୍କର ନାଁରେ ତ୍ରୁଟିପୂର୍ଣ୍ଣ ଥିଲେ ମଧ୍ୟ ସେଗୁଡ଼ିକୁ ସେ ଆଇନତଃ ସଂଶୋଧନ କରିନଥିବା ଜଣାପଡ଼ିଛି । ବ୍ୟାଙ୍କ ଆକାଉଣ୍ଟ୍ ହେଉ ଅବା ଏଲ୍ ଆଇସି ପଲିସି ହେଉଅବା ମ୍ୟିଚୁଆଲ ଫଣ୍ଡ ଆକାଉଣ୍ଟ୍ । ତେବେ ନିର୍ବାଚନ କମିଶନରଙ୍କ ଦ୍ବାରା ଜାରି ହୋଇଥିବା ଭୋଟ ପରିଚୟ ପତ୍ରରେ ଭୁଲବଶତଃ ତାଙ୍କ ମା’ଙ୍କ ନାଁ ଇଂରାଜୀ ଅକ୍ଷର ରେ Deepa Sahu ପରିବର୍ତ୍ତେ Dipa Sahu ଉଲ୍ଲେଖନୀୟ ରହିଥିଲା। ତେଣୁ ତାଙ୍କ ମା’ଙ୍କ ଠିକ୍ ନାଁ ହେଉଛି Deepa Sahu ଓ ସେ Dipa Sahoo ଓ Dipa Sahu ନାମରେ ମଧ୍ୟ ପରିଚିତ ଏବଂ ସମାନ ବ୍ୟକ୍ତି । କର୍ତ୍ତୃପକ୍ଷଙ୍କ ଦ୍ବାରା ଟ୍ରାଇଫିଷ୍ଟ ତ୍ରୁଟି ଯୋଗୁ ଏଭଳି ଭିନ୍ନ ଭିନ୍ନ ନାମ ହୋଇଛି ବୋଲି ବର୍ଷା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେହିପରି ତାଙ୍କର ପିତାଙ୍କ ନାଁ ମଧ୍ଯ ଭିନ୍ନ ଭିନ୍ନ ହେବା ପଛରେ କର୍ତ୍ତୃପକ୍ଷଙ୍କ ଦ୍ବାରା ଟାଇପଜନିତ ତ୍ରୁଟିପୂର୍ଣ୍ଣ ବୋଲି ବର୍ଷା ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ଏତିକିରେ ବର୍ଷାଙ୍କ ନାଁକୁ ନେଇ ସନ୍ଦେହଜନକ ଭୂମିକାରେ ପୂର୍ଣ୍ଣଚ୍ଛେଦ ପଡ଼ିନି । ବର୍ଷା ଦର୍ଶାଇଛନ୍ତି ଯେ, Varsha Priyadarshini ନାଁରେ ପୂର୍ବରୁ ଜାରି ହୋଇଥିବା ପ୍ୟାନ କାର୍ଡ ରେ ତାଙ୍କ ନାଁ ଭୁଲବଶତଃ Barsha Priyadarshini ଉଲ୍ଲେଖନୀୟ ଥୂଲା । ମାତ୍ର ସେ ଏହାର ସଂଶୋଧନ ପାଇଁ ଆବେଦନ କରିବା ପରେ ତାଙ୍କୁ ସମାନ ପ୍ୟାନ ନମ୍ବର ଥାଇ ସଂଶୋଧୂତ ନାମରେ ଆୟକର ବିଭାଗ ପ୍ୟାନ କାର୍ଡ ଦେଇଛନ୍ତି। ସେହିପରି ଏଲ୍ ଆଇସି ପଲିସି ରେ ତାଙ୍କ ନାଁରେ ଅଜାଣତରେ Varsha Priyadarshini ବଦଳରେ Barsha Priyadarshini ରହିଛି ଆୟକର ଦାଖଲବେଳେ ଅଜାଣତରେ ଟାଇପଜନିତ ତ୍ରୁଟି ଯୋଗୁ ତାଙ୍କ ନାଁ Varsha Priyadarshini ବଦଳରେ Varsha Priyadashani ରହିଥିଲା। ସେହିପରି ମ୍ୟୁଚୁଆଲ ଫଣ୍ଡ ଦସ୍ତାବିଜରେ ତାଙ୍କର ନାଁ Varsha Priyadarshini ବଦଳରେ Barsha Priyadarshani ରହିଛି । ଯାହାକି ଟାଇପିଷ୍ଟ ଜନିତ ତ୍ରୁଟି ବୋଲି ସେ ଦର୍ଶାଇଛନ୍ତି। ତେଣୁ Varsha Priyadarshini(ଭର୍ଷା ପ୍ରିୟଦର୍ଶିନୀ), Varsha Priyadashani (ଭର୍ଷା ପ୍ରିୟଦର୍ଶନୀ), Barsha Priyadarshini(ବର୍ଷା ପ୍ରିୟଦର୍ଶିନୀ), Barsha Priyadarshani(ବର୍ଷା ପ୍ରିୟଦର୍ଶନୀ), Barsha Priyadarshinee(ବର୍ଷା ପ୍ରିୟଦର୍ଶିନୀ), Barsha Priyadarshani Sahu (ବର୍ଷା ପ୍ରିୟଦର୍ଶିନି ସାହୁ), Barasa Priyadarshini Sahoo(ବରଷା ପ୍ରିୟଦର୍ଶିନି ସାହୁ, Barsha Priyadarshinee Sahu(ବର୍ଷା ପ୍ରିୟଦର୍ଶିନୀ ସାହୁ) ସମସ୍ତ ନାଁ ହିଁ ଜଣେ ଓ ସମାନ ବ୍ୟକ୍ତିଙ୍କର, ଯାହାକି ସେ ନିଜେ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ତେବେ ଡିଜିଟାଲ ଭାରତରେ କୋଟିକୋଟି ଲୋକ ରହୁଥିଲେ ମଧ୍ୟ ସରକାରୀ ଦସ୍ତାବିଜ୍ ରେ ଏତେ ପରିମାଣରେ ଟାଇପଜନିତ ତ୍ରୁଟି କିଭଳି କେବଳ ବର୍ଷାଙ୍କ କ୍ଷେତ୍ରରେ ବାରମ୍ବାର ହେଉଥିଲା ଓ ବର୍ଷା କାହିଁକି ନିରବ ରହିଥିଲେ? ନିଜର ୮ ଟି ନାଁ ଓ ପିତାମାତାଙ୍କ ନାଁ’ରେ ବାରମ୍ବାର ତ୍ରୁଟି ବର୍ଷାଙ୍କ ସନ୍ଦେହଜନକ ଭୂମିକାକୁ ପଦାରେ ପକାଇଛି । ୪୧ ବର୍ଷୀୟା ବର୍ଷା ନିଜର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ସେ ୨୦୦୦ ମସିହାରେ କଟକସ୍ଥିତ ଖ୍ରୀଷ୍ଟ କଲେଜରୁ ଯୁକ୍ତ ଦୁଇ କଳାରେ ପାସ୍ କରିଛନ୍ତି । ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ବର୍ଷାଙ୍କ ର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତୀର ପରିମାଣ ୧ କୋଟି ୩ ଲକ୍ଷ ୫୨ ହଜାର ୭୭୪ଟଙ୍କା ଦର୍ଶାଇଛନ୍ତି । ଏଥିରେ ସେ ନିର୍ବାଚନ ଲଢ଼ିବା ପାଇଁ ୩୦ଲକ୍ଷ ଟଙ୍କା ବିଜେଡିଠୁ ଋଣ ନେଇଛନ୍ତି । ଶେୟାର୍ ମାର୍କେଟରେ ପ୍ରାୟ ୪୦ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି । ୨୪.୫୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ତାଙ୍କର ରହିଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ତହସିଲ ଅନ୍ତର୍ଗତ ବେଗୁନିଆ ମୌଜାରେ ୪ଟି ଅଣକୃଷି ଜମି ରହିଛି, ଯାହାର ଆନୁମାନିକ ମୂଲ୍ୟ ୯୦ହଜାର ଟଙ୍କା ଦର୍ଶାଇଛନ୍ତି । ବର୍ଷା ତାଙ୍କ ନାଁରେ ପରୀଘାଟ ଥାନାରେ ୩ଟି ଭିନ୍ନ ଭିନ୍ନ ମାମଲା ସହ ଶହୀଦନଗର ଥାନାରେ ଗୋଟିଏ ଓ ନୂଆଦିଲ୍ଲୀର ନର୍ଥ ଏଭେନ୍ୟୁ ଥାନାରେ ଗୋଟିଏ ମାମଲା ରହିଥ‌ିବା ଦର୍ଶାଇଛନ୍ତି । ଏସବୁ ଥାନାରେ ପଞ୍ଜିକୃତ ମାମଲାଗୁଡ଼ିକ ଏବେ କୋର୍ଟଙ୍କ ବିଚାରାଧୀନ ରହିଛି । କୌଣସି ମାମଲାରେ ତାଙ୍କ ନାଁରେ ଏପର୍ଯ୍ୟନ୍ତ ଚାର୍ଜଫ୍ରେମ ହୋଇନାହିଁ । ତାଙ୍କ ନାଁରେ ଆଇପିସିର ଧାରା -୧୮୬, ୩୪୧, ୩୪, ୫୦୦, ୧୭୦,୪୪୮,୪୬୧,୧୨୦(ଖ), ୪୨୦,୨୯୪ ସମେତ ଅନୁସୂଚିତ ଜାତି-ଜନଜାତି ମାମଲା ମଧ୍ୟ ରହିଥ‌ିବା ଦର୍ଶାଇଛନ୍ତି । ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି, ବିଜେପି ଓ କଂଗ୍ରେସର ମୋଟ ୬୮ଜଣ ମହିଳା ବିଧାୟିକା ପ୍ରାର୍ଥୀଙ୍କ ମଧ୍ୟରୁ ସମ୍ଭବତଃ ବର୍ଷା ଏକମାତ୍ର ମହିଳା ପ୍ରାର୍ଥୀ ଯାହାଙ୍କ ନାଁରେ ଏତେ ପରିମାଣର ଅପରାଧୂକ ମାମଲା ରହିଛି । ଅବଶ୍ୟ ବର୍ଷା ନିଜର ନାମ କୁ ନେଇ ଜାଲିଆତି କରିଛନ୍ତି ବୋଲି ୨୦୨୨ ଜୁନ୍ ମାସରେ ତାଙ୍କ ପୂର୍ବତନ ସ୍ବାମୀ ଅନୁଭବ ମହାନ୍ତି ଅଭିଯୋଗ ଆଣିଥିଲେ । ଯେଉଁଥିରେ ବର୍ଷାଙ୍କ ମାଟ୍ରିକ ସାର୍ଟିଫିକେଟ୍, ଆଧାର କାର୍ଡ, ପ୍ୟାନ କାର୍ଡ ଓ ପାସପୋର୍ଟ, ସହ ଆକାଉଣ୍ଟ ବ୍ୟାଙ୍କରେ ଭିନ୍ନ ଭିନ୍ନ ନାମ ଥୂବା ସେ ଦର୍ଶାଇଛନ୍ତି । ତେବେ ନିର୍ବାଚନ କମିଶନଙ୍କ ପାଖରେ ବର୍ଷା ଦାଖଲ କରିଥିବା ଫର୍ମ ୨୬ ରୁଲସ-୪(କ)ରେ ନିଜ ପିତାଙ୍କ ନାଁ ଉଲ୍ଲେଖ କରିନଥୂବା ବେଳେ ମା’ଙ୍କ ନାଁ Dipa Sahu ଉଲ୍ଲେଖ କରିଛନ୍ତି । ଯଦିଓ ଏହି ନାମାଙ୍କନ ପତ୍ର ସହ ସେ ଦାଖଲ କରିଥିବା ଅନ୍ୟ ଏକ ଅତୀତକୁ ସତ୍ୟପାଠରେ ବର୍ଷା ତାଙ୍କ ମା’ଙ୍କ ଠିକ୍ ନାଁ Deepa Sahu ଦର୍ଶାଇଛନ୍ତି । ମା’ଙ୍କ ନାମ ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ଭୋଟ ପରିଚୟ ପତ୍ରରେ ଭୁଲ୍ ଅଛି ବୋଲି ଉଲ୍ଲେଖ କରିଥିବା ବର୍ଷା କାହିଁକି ଏପର୍ଯ୍ୟନ୍ତ ନିଜ ମା’ଙ୍କ ସଂଶୋଧୂତ ପରିଚୟ ପତ୍ର ଜାରି କରିନାହାନ୍ତି ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି । ଏ ସବୁକୁ ବିବାଦୀୟ ସ୍ଥିତିକୁ ଦେଖିଲେ ନିର୍ବାଚନ ରିଟଣ୍ଡିଂ ଅଫିସର ଏଭଳି ତ୍ରୁଟିଯୁକ୍ତ ନାମାଙ୍କନ କୁ ରଦ୍ଦ କରୁଛନ୍ତି କି ଅନୁମୋଦନ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ବଡ଼ଚଣାରେ ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରି ବିଜେଡି ଅପ୍ରତ୍ୟାଶିତ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେଠାରେ ବିଧାୟକ ପ୍ରାର୍ଥୀ କରିଛି । ବର୍ଷା ବଡ଼ଚଣାର ପାଣିପବନ, ଭୂଗୋଳ-ଇତିହାସ ସହ ଜଡ଼ିତ ନ‌ଥାଇ ମଧ୍ୟ ବିଜେଡି ନେତୃତ୍ବ ନିଜର ପତିଆରା ଦେଖାଇବାକୁ ସେଠାରେ ତାଙ୍କୁ ପ୍ରାର୍ଥୀ କରି ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ବର୍ଷାଙ୍କୁ ଜିତାଇବା ପାଇଁ ଚାପ ପକାଉଥ‌ିବା ଜଣାପଡ଼ିଛି । ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ନେଇ ବଡ଼ଚଣା ବିଜେଡିରେ ଅସନ୍ତୋଷ ଲାଗି ରହିଥିବାବେଳେ ବର୍ଷା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ସେ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠକୁ ଦେଖିଲେ ବର୍ଷା ବିଗତ ଦିନରେ ଆଇନ ସହ କିଭଳି ଖେଳିଛନ୍ତି ଓ ନିଜ ନାଁକୁ ନେଇ ଜାଲିଆତି କରିଛନ୍ତି ତା’ର ବିବାଦୀୟ ଚିତ୍ର ସୃଷ୍ଟ ପ୍ରତିଫଳିତ ହେଉଥ‌ିବା ସାଧାରଣରେ ଜୋର୍ ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *

You Missed