Spread the love

ରାଉରକେଲା ନାଲା ରୋଡ଼ ରୁ ବିପୁଳ ପରିମାଣର ନକଲି ମୋବିଲ ଜବତ କଲା ପ୍ଲାଣ୍ଟ ସାଇଟ ଥାନା. ସମ୍ପୂର୍ଣ ଏକ ନକଲି କାରଖାନା ଚାଲୁଥିଲା ସେଠାରେ..

ପୋଲିସ ର ଚଢ଼ଉ ପରେ କାରଖାନା ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। କେତେଦିନ ଧରି ନକଲି କାରଖାନା ଚାଲୁଥିଲା? କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ ହେଉଥିଲା? ଏହି କାରବାରରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି ଆଦି ବିଷୟରେ ପୁଲିସ ତଦନ୍ତ ଚଳାଇଛି। 

ସୂଚନାଯୋଗ୍ୟ ଯେ, ୨୦୨୩  ମାର୍ଚ୍ଚ ୨୦ରେ ‌ଏହି ଜାଗାରୁ ନକଲି ମୋବିଲ୍‌ କାରଖାନା ଠାବ ହୋଇଥିଲା। ମାଲିକ ତସ୍‌ଲିମ୍‌ ଆରିଫକୁ ପୁଲିସ ଗିରଫକରି କୋର୍ଟଚାଲାଣ କରିଥିଲା।

ବର୍ଷକ ପରେ ପୁଣି ସେହିସ୍ଥାନରେ ନକଲି ମୋବିଲ୍‌ ତିଆରି ହେଉଥିବାରୁ ତସ୍‌ଲିମ୍‌ ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାରଖାନା ତସ୍‌ଲମ୍ ନାଁ ଅନ୍ୟ କେଉଁମାନେ ଚଳାଉଥି‌ଲେ ପୁଲିସ ତା’ର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *