Spread the love

ଜାତିଗତ ଜନ ଗଣନା ଏବଂ ସାମାଜିକ ନ୍ୟାୟ ପ୍ରସଙ୍ଗ ରେ ଏକ ହେଲେ ସମସ୍ତ ବିରୋଧି ଦଳ

ଭୁବନେଶ୍ବର ତାରିଖ:୨୧.୧୦.୨୦୨୪

ତିନି ବର୍ଷ ବିଳମ୍ବ ରେ ଦେଶରେ ଜନ ଗଣନା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜନ ଗଣନା ରେ ପ୍ରତ୍ୟେକ ବ୍ୟକ୍ତି ର ଲିଙ୍ଗ, ବୟସ, ଧର୍ମ, ଶିକ୍ଷା, ଆଦି ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଜାତିଗତ ତଥ୍ୟ ସଂଗ୍ରହ କରାଯାଉ ନାହିଁ। ଆମ ଦେଶ ଭାରତ ରେ ୩୦୦୦ ଜାତି ଓ ୨୫୦୦୦ ଉପଜାତି ବସବାସ କରୁଛନ୍ତି। ଜାତି ଭିତ୍ତି ଏବଂ ସାମାଜିକ ସ୍ଥିତି ଆଧାର ରେ ଶିକ୍ଷା ଏବଂ ସରକାରୀ ଚାକିରି ରେ ସଂବିଧାନ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି।
ଅତଏବ ଜନ ଗଣନା ମାଧ୍ୟମ ରେ ଜାତିଗତ ସଂଖ୍ୟା ନିରୂପଣ ଏକ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଆବଶ୍ୟକତା। ଏହି ପୃଷ୍ଠଭୁମି ରେ ଓଡ଼ିଶା ରାଜ୍ୟରେ ଜାତିଗତ ଜନଗଣନା କୁ ଜନ ଗଣନା ରେ ଯୁକ୍ତ କରିବା ପାଇଁ ସମସ୍ତ ବିରୋଧୀ ଦଳ ମାନଙ୍କ ତରଫ ରୁ ଦାବି କରାଯାଇଛି ।

ଓଡ଼ିଶା ରେ ଅଦ୍ୟାବଧି ପଛୁଆ ବର୍ଗ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ରେ ୨୭% ସଂରକ୍ଷଣ ବ୍ୟବସ୍ଥା ଏବଂ ଅନୁ ସୂଚିତ ଜାତି ଏବଂ ଜନଜାତି ପାଇଁ ସବୁ କ୍ଷେତ୍ର ରେ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋପାରିନାହିଁ। ବୈଷୟିକ ଏବଂ ମେଡିକାଲ ଶିକ୍ଷା ରେ ବ୍ୟତିକ୍ରମ ରହିଛି। ଭାରତ ସାରା ଚାଲିଥିବା ସଂରକ୍ଷଣ ବ୍ୟବସ୍ଥା ଓଡ଼ିଶାରେ ଲାଗୁ ନହେବା ଯୋଗୁଁ ଏହି ବର୍ଗର ଜନସାଧାରଣ ସେମାନଙ୍କ ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି।

ନିଜର ହିନ୍ଦୁତ୍ବ କର୍ମସୂଚୀ କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ର ବିଜେପି ସରକାର ଜାତିଗତ ଜନଗଣନା ଦାବି କୁ କ୍ରମାଗତ ଭାବେ ଅଗ୍ରାହ୍ୟ କରି ଆସିଛି। ରାଜ୍ୟ ବିଜେପି ସରକାର ମଧ୍ଯ ଏହି ଦାବି ସମ୍ପର୍କ ରେ କର୍ଣ୍ଣପାତ କରୁ ନାହାଁନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବିରୋଧୀ ଦଳ ମାନଙ୍କର ଏକ ରାଜ୍ୟ ସ୍ତରୀୟ ବୈଠକ
ସି ପି ଆଇ(ଏମ୍) ରାଜ୍ୟ ଅଫିସ ରେ ଅନୁଷ୍ଠିତ ହୋଇ ଏହି ଦାବି କରଯାଇଛି। ଜାତିଗତ ଜନ ଗଣନା କଲେ ହିଁ ସଂରକ୍ଷଣ ଭଳି ସାମ୍ବିଧାନିକ ବ୍ୟବସ୍ଥାକୁ ନିରପେକ୍ଷତା ର ସହିତ କାର୍ଯ୍ୟକାରୀ କରାଯାଇପାରିବ। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ଶିକ୍ଷା ଏବଂ ନିଯୁକ୍ତିର କ୍ଷେତ୍ର ରେ ସେମାନଙ୍କର ସାମ୍ବିଧାନିକ ହକ ପାଇ ପାରିବେ ବୋଲି ଏହି ବୈଠକ ରେ ବିରୋଧୀ ଦଳ ମାନେ ସହମତ ହୋଇଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ସମଭାବାପର୍ଣ୍ଣ ରାଜନୈତିକ ଦଳ ମାନଙ୍କ ତରଫରୁ ଖୁବ୍ ଶୀଘ୍ର ନଭେମ୍ବର ଦ୍ଵିତୀୟ ସପ୍ତାହ ରେ ଭୁବନେଶ୍ବର ରେ ଏକ ରାଜ୍ୟ ସ୍ତରୀୟ କନଭେନ୍ସନ୍ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏହି ବୈଠକ ରେ କଂଗ୍ରେସ ର ବରିଷ୍ଠ ନେତା ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶୀ ଭୂଷଣ ବେହେରା,ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସି ପି ଆଇ(ଏମ୍) ର ବରିଷ୍ଠ ନେତା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ,ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ-ଏମ୍ ଏଲ (ଲିବେରସନ୍) ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା,
ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ ସି ପି ରାଜ୍ୟ ନେତା ବିକ୍ରମ ସ୍ଵାଇଁ,ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ ଏବଂ ଅର୍ ଜେ ଡି ରାଜ୍ୟ ନେତା ହେମନ୍ତ କୁମାର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

            ଅଳି କିଶୋର ପଟ୍ଟନାୟକ 
      ମିଳିତ ବିରୋଧୀ ରାଜନୈତିକ ଦଳ- 
         ମାନଙ୍କ ତରଫରୁ 
        ଫୋନ୍ :୯୪୩୭୦୬୦୧୬୬

ସମସ୍ତ ଗଣ ମାଧ୍ୟମ ରେ ପ୍ରକାଶନ କରିବା ପାଇଁ ନିମନ୍ତେ ଅନୁରୋଧ କରିଛନ୍ତି…

Related Post

Leave a Reply

Your email address will not be published. Required fields are marked *

You Missed