Spread the love

ବଙ୍ଗୋପସାଗରର ଟାଇଟାନିକ୍‌ ପୁରୀ ଯାତ୍ରା ହେଲା ମହାଯାତ୍ରା
‘ଟାଇଟାନିକ୍’ ଜାହାଜର ନାଁ ଊଣାଅଧିକେ ସମସ୍ତେ ଜାଣନ୍ତି। ଇଂଲଣ୍ଡର ସାଉଦାମ୍ପଟନ୍‌ରୁ ଆମେରିକାର ନିଉୟର୍କ ଯାଉଥିବା ଏହି ଜାହାଜଟି ୧୯୧୨ ମସିହା ଏପ୍ରିଲ୍‌ ମାସରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୧୫୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ଖବରଟି ସାରା ବିଶ୍ବରେ ଚର୍ଚ୍ଚିତ।”
ଟାଇଟାନିକ୍’ ଜାହାଜର ନାଁ ଊଣାଅଧିକେ ସମସ୍ତେ ଜାଣନ୍ତି। ଇଂଲଣ୍ଡର ସାଉଦାମ୍ପଟନ୍‌ରୁ ଆମେରିକାର ନିଉୟର୍କ ଯାଉଥିବା ଏହି ଜାହାଜଟି ୧୯୧୨ ମସିହା ଏପ୍ରିଲ୍‌ ମାସରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୧୫୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ଖବରଟି ସାରା ବିଶ୍ବରେ ଚର୍ଚ୍ଚିତ। ମାତ୍ର ଅନେକେ ଜାଣନ୍ତି ନାହିଁ ଯେ ଏହି ଦୁର୍ଘଟଣାର ୨୫ ବର୍ଷ ପୂର୍ବରୁ ଓଡ଼ିଶାର ବାଲେଶ୍ବର ଉପକୂଳର ଅନତିଦୂରରେ ବଙ୍ଗୋପସାଗରରେ ଘଟିଥିଲା ଆମ ଇତିହାସର ସବୁଠାରୁ ବଡ଼ ଓ ସବୁଠାରୁ ମର୍ମନ୍ତୁଦ ଜାହାଜ ଦୁର୍ଘଟଣା, ଯାହାର ଛାତିଥରା କାହାଣୀ ଶୁଣିଲେ ଏବେ ବି ଆଖିରେ ଲୁହ ଭରିଯାଏ।
୧୮୮୭ ମସିହାର କଥା। ସେତେବେଳେ କଲିକତାରୁ ପୁରୀ ଆସିବାକୁ ରେଳଲାଇନ୍ ନଥିଲା। ଲୋକେ ଜଗନ୍ନାଥ ଦର୍ଶନ ଲାଗି ନଈନାଳ ପାର ହୋଇ ଜଙ୍ଗଲ ପାହାଡ଼ ଘେରା ବିପଦସଙ୍କୁଳ ପଥରେ ପୁରୀ ଆସୁଥିଲେ। ଏଣୁ ଷ୍ଟିମର୍‌ ସେବା ଆରମ୍ଭ ହେବା ପରେ ଲୋକେ ଜଳପଥରେ ଆସିବାକୁ ଅଧିକ ପସନ୍ଦ କଲେ। ସେତେବେଳେ କଲିକତାର ହୁଗୁଳି ନଦୀଘାଟରୁ ଷ୍ଟିମର୍‌ ଧରି ଲୋକେ ଆସୁଥିଲେ ଚାନ୍ଦବାଲି। ସେଠାରୁ ନଦୀ ଓ କେନାଲ ପଥରେ କଟକ ଏବଂ ଆଗକୁ ବଳଦଗାଡ଼ି ବା ପାଲିଙ୍କି କରି ପହଞ୍ଚୁଥିଲେ ପୁରୀରେ।”

Leave a Reply

Your email address will not be published. Required fields are marked *