Spread the love

ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ ରାଜନୀତି ପରିବର୍ତନ ହେଇ ବିସ୍ପୋରଣ ଘଟିବ ବିଜେଡି ରେଉତ୍ତର ରଖିଲେ ପାଣ୍ଡିଆନ କହିଲେ ସେମାନେ ନିଜର ଜ୍ୟୋତିଷ ପରିବର୍ତ୍ତନ କରନ୍ତୁ ଭଲ ହେବ।

ଓଡ଼ିଶାରେ ଏବେ ରାଜନୈତିକ ପରିବର୍ତ୍ତନ ଏବଂ ବିସ୍ଫୋରଣ ଚର୍ଚ୍ଚା। କେନ୍ଦ୍ରାପଡା ସାମାବେଶରେ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ରାଜନୀତିରେ ଭ୍ରୁକୁଞ୍ଚନ। ମୋଦି ଦୋହରାଇଥିଲେ ଯେ ୧୦ ଜୁନରେ ଓଡ଼ିଶାରେ ସରକାର କରିବ ବିଜେପି। ଆଉ ୪ ଜୁନ ପରେ ୬ ମାସ ମଧ୍ୟରେ ଦେଶର ରାଜନୀତିରେ ପରିବର୍ତ୍ତନ ଆସିବ। ଆଉ ଓଡ଼ିଶାରେ ରାଜନୀତିରେ ବି ଆସିବ ପରିବର୍ତ୍ତନ। ବିଜେଡିରେ ଯେପରି ରାଜନୀତି ହେଉଛି ବଡ଼ ବିସ୍ଫୋରଣ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ହେଲେ ମୋଦିଙ୍କ ବୟାନକୁ ବିଜେଡି ଅତ୍ୟନ୍ତ ହାଲକା ଭାବେ ନେଇଛି। ବିଜେଡି ନେତା ଭି.କେ.ପାଣ୍ଡିଆନ କହିଛନ୍ତି ବିଜେପି ସବୁବେଳେ ନିଜର ରଣନୀତି ପରିବର୍ତ୍ତନ କରି ଅଲଗା ଅଲଗା କଥା କହୁଛି। ଯେହେତୁ ସେମାନଙ୍କ ପାଖରେ ରାଜନୀତି କରିବାକୁ କିଛି ପ୍ରସଙ୍ଗ ତେଣୁ ଖୋଜି ଖୋଜି ବାହାର କରିଛନ୍ତି। ସେମାନେ ଯାହା ଭାବିଛନ୍ତି କେବେ ବି ତାହା ସତ ହୋଇନି। ଲାଗୁଛି ସେମାନଙ୍କ ପାଖରେ କିଛି ଭଲ ଜ୍ୟୋତିଷ ଅଛନ୍ତି। ହେଲେ ସେମାନେ ନିଜର ଜ୍ୟୋତିଷ ପରିବର୍ତ୍ତନ କରନ୍ତୁ ଭଲ ହେବ ବୋଲି କହିଛନ୍ତି ପାଣ୍ଡିଆନ।

ସେପଟେ ପାଣ୍ଡିଆନ ପୁଣିଥରେ କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ ଷ୍ଟ୍ରାଇକ ରେଟ ୯୦ରୁ ୯୫ ପ୍ରତିଶତ ରହିବ। ଲୋକଙ୍କ ଭଲପାଇବା ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ତିନି ଚତୁର୍ଥାଂଶ ମେଜରଟି ସହ ସରକାର କରିବ ବିଜେଡି । ନିର୍ବାଚନ ପ୍ରଚାର ବେଳେ ଆକ୍ରମଣାତ୍ମକ ମୁଦ୍ରାକୁ ଓହ୍ଲାଇଛନ୍ତି ବିଜେଡି ଏବଂ ବିଜେପି । ତେଣୁ ଭୋଟ ପରବର୍ତ୍ତି ସଂପର୍କକୁ ନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା।

Leave a Reply

Your email address will not be published. Required fields are marked *