Spread the love

ପୂଣ୍ୟ ବଳେ ମିଳିଥାଏ “ମା”,ଭାଗ୍ୟ ବଳେ ମିଳିଥାଏ “ବାପା”।ପସନ୍ଦରେ ମିଳିଥାଏ “ସ୍ତ୍ରୀ”,ବ୍ୟବହାର ବଳେ ମିଳିଥାଏ ଉତ୍ତମ ସାଙ୍ଗ।କର୍ମ ବଳେ ମିଳିଥାଏ “ଇଜ୍ଜତ”, ସହଜରେ ମିଳିଥାଏ “ଧୋକା”।ଧର୍ମ ବଳେ ମିଳିଥାଏ “ମୋକ୍ଷ”,ସେବା ବଳେ ମିଳିଥାଏ “ଆତ୍ମସନ୍ତୋଷ”,ଆଉ ପରିଶ୍ରମ ବଳେ ମିଳିଥାଏ “ସଫଳତା”।

ପ୍ରତ୍ୟେକଟି ଜିନିଷର ପ୍ରାରମ୍ଭ ନୀରବତାରୁ ହୋଇଥାଏ ଆମ ବିଚାରଧାରାର ସ୍ରୁସ୍ଟି ନୀରବତାର ଶୁନ୍ୟତାରୁ ହୋଇଥାଏ ଆମ ଶବ୍ଦ ସେହି ଶୂନ୍ୟତାରୁ ପ୍ରଷ୍ପୁଟିତ ହୋଇଥାଏ ଜୀବନର ସାରାଂଶ ସେହି ଶୂନ୍ୟତାରୁ ପ୍ରାପ୍ତ ହୋଇ ଥାଏ ପ୍ରତ୍ୟେକ ରଚନାତ୍ମକ କାର୍ଯ୍ୟ ପାଇଁ ସ୍ଥିରତା ଓ ନିରବତା ଆବଶ୍ୟକ ହୋଇଥାଏ।

ଭଲପାଆନ୍ତୁ ତାଙ୍କୁ ଯିଏ ଆପଣଙ୍କୁ ବିନା ଉଦ୍ଦେଶ୍ୟରେ ଭଲପାଇବାକୁ ଚାହୁଁଛି, କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେବା ଲୋକ ଅଧିକ ମିଳନ୍ତି। ଆସନ୍ତୁ; ଆଜିଠାରୁ ଆମେ ପ୍ରତ୍ୟାଶା ବିହୀନ ସ୍ନେହର ପରିଭାଷା ଠିକ ଭାବରେ ଜାଣିରଖିବା।

ଅନେକ ଲୋକ ପରକୁ ବିପଦରେ ପକାଇ, ତା’ ସରଳତାର ସୁଯୋଗ ନେଇ ନିନ୍ଦିତ କର୍ମ କରି ଖୁସି ମନାଇଥା’ନ୍ତି। ସେ ଖୁସି ଯେ ଅଳ୍ପ ଦିନର, ସେମାନେ ଏହା ଜାଣି ନଥା’ନ୍ତି। ଅନ୍ୟପାଇଁ ଖୋଳିଥିବା ଗାତରେ ସେ ନିଜେ ପଡ଼ିବେ। କାରଣ ଉପରବାଲା ସବୁ ଦେଖୁଛି। ଯିଏ ସତ୍ ପଥରେ ଗତିକରେ ଭଗବାନ ତା ସାଥିରେ ଥା’ନ୍ତି।

      

Leave a Reply

Your email address will not be published. Required fields are marked *

You Missed