Spread the love

ଜୀବନଟା ବନ୍ଧୁ ବର୍ଷା ଟୋପା ପରି
ସାରୁ ପତ୍ରେ ଟଳମଳ,
କାହାର ଜୀବନ କେତେବେଳେ ଯିବ
ବାନ୍ଧି ପାରିବନି କେଉଁ ବଳ ।

ଦୁନିଆକୁ ଖୁସି କରିବାରେ ନୁହେଁ ବରଂ ତାକୁ ଖୁସି କରିବାରେ ସମୟ ଦେବା ଦରକାର ଯାହାକୁ ଆମେ ପ୍ରତିଦିନ ଦର୍ପଣରେ ଦେଖୁଛୁ ।

ଦୁନିଆରେ କିଛି ବି ସମ୍ପର୍କ କେବେ ନିଜ ଇଚ୍ଛାରେ ହୋଇ ନଥାଏ, କାହିଁକି ନା ତୁମକୁ କେତେ ବେଳେ କେଉଁଠି କାହାକୁ ଭେଟିବାକୁ ଅଛି ତାହା ଉପରବାଲା ହିଁ ଠିକ୍ କରିଥାଏ ।

ସତରେ ଏ Time ଆଉ Love କେତେ ଅଜବ ଜିନିଷ ନା…..
ଯାହାକୁ ଆମେ ଭଲ ପାଉଛୁ ସେ ଆମକୁ ସମୟ ଦେଉନି,ଆଉ ଆମେ ଯାହାକୁ ସମୟ ଦେଉଛୁ ସେ ଆମକୁ ଭଲ ପାଉନି ।

             

ନିଜେ ଯେତେ ବିଜ୍ଞ ବା ବୁଦ୍ଧିମାନ ହୋଇଥାଅ ପଛକେ, ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲା ବେଳେ, ଗୁରୁଜନ ମାନଙ୍କ ସହିତ ଟିକିଏ ପରାମର୍ଶ କରିବା ହିଁ ଉତ୍ତମ ଲକ୍ଷଣ ।

ଗୋଟିଏ ମୁହୂର୍ତ୍ତ ପୁରା ଦିନକୁ ବଦଳେଇ ଦେଇଥାଏ। ଗୋଟିଏ ଦିନ ପୁରା ଜୀବନକୁ ବଦଳେଇ ଦେଇଥାଏ ।ଆଉ ଏହା ବି ସତ ଯେ ଗୋଟିଏ ଜୀବନ ପୁରା ବିଶ୍ବକୁ ବଦଳେଇ ଦେଇଥାଏ ।

ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ , ଆଉ ସମସ୍ୟା ଜୀବନର ଶେଷ ନୁହେଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ। ଖାଲି ଧର୍ଯ୍ୟ ଧରିବା ଆବଶ୍ୟକ।

ନିଜେ ଯେତେ ବିଜ୍ଞ ବା ବୁଦ୍ଧିମାନ ହୋଇଥାଅ ପଛକେ, ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲା ବେଳେ, ଗୁରୁଜନ ମାନଙ୍କ ସହିତ ଟିକିଏ ପରାମର୍ଶ କରିବା ହିଁ ଉତ୍ତମ ଲକ୍ଷଣ ।

     

Leave a Reply

Your email address will not be published. Required fields are marked *