Spread the love

ଟ୍ରମ୍ପଙ୍କ_ବିଜୟ ପରେ ସାରା ବିଶ୍ବରୁ ଛୁଟୁଛି ଶୁଭେଚ୍ଛାର ସୁଅ

ସକାଳୁ ଫୋନ ଯୋଗେ କଥା ହୋଇ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନେସ୍‌.

ଐତିହାସିକ ବିଜୟ ନେଇ ଶୁଭେଚ୍ଛା ଜଣାଇଲେ ମୋଦି
ଭାରତ ଏକ ଉତ୍ତମ ବନ୍ଧୁ ବୋଲି କହିଲେ ଟ୍ରମ୍ପ.
ବିଭିନ୍ନ କ୍ଷେତ୍ରରେ ମିଳିତ କାମ କରିବା ନେଇ ମୋଦିଙ୍କ ଗୁରୁତ୍ବ.

ଟ୍ରମ୍ପଙ୍କ ଦଖଲରେ ହ୍ୱାଇଟ ହାଉସ।ହ୍ୱାଇଟ ହାଉସ ପୁଣି ଡୋନାଲ୍ଡ ଟ୍ରମ୍ପଙ୍କ ଦଖଲରେ ରହିଛି। ତମାମ ପ୍ରତିକୂଳ ପରିସ୍ଥିତିରେ ବଳ ଜୁଟାଇ ନିଜ ଗଣପଣିଆର ପ୍ରମାଣ ଦେଇଛନ୍ତି ଟ୍ରମ୍ପ। ଏହି ନିର୍ବାଚନରେ ତାଙ୍କ ଦଳ ଉଭୟ ସିନେଟ ଓ ହାଉସ ଅଫ ରିପ୍ରେଜେଣ୍ଟଟିଭସରେ ବହୁମତ ଲାଭ କରିଛି। ଆମେରିକା ସଂସଦରେ ଟ୍ରମ୍ପଙ୍କ ଏଭଳି ଦବଦବା ବିଶ୍ୱବାସୀଙ୍କୁ ଚକିତ କରିଛି। ଏଥର ଐତିହାସିକ ବିଜୟ ହାସଲ କରିଛନ୍ତି ୭୮ ବର୍ଷୀୟ ଟ୍ରମ୍ପ। ଏହା ସହିତ ସେ ୧୨୭ ବର୍ଷର ଇତିହାସକୁ ଦୋହରାଇଛନ୍ତି। ବିଧିବ୍ୟବସ୍ଥା ଅନୁଯାୟୀ ଆସନ୍ତା ଜାନୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିବେ ଟ୍ରମ୍ପ।

ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କଲେ ଟ୍ରମ୍ପ।ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। । ମୋଦି ଫୋନ କରିବା ପରେ ଟ୍ରମ୍ପ ତାଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ। ଏହାପରେ ମୋଦି ଏକ୍ସରେ ଲେଖିଛନ୍ତି କି ବନ୍ଧୁ ଟ୍ରମ୍ପଙ୍କ ସହ ଆଜି କଥା ହୋଇ ତାଙ୍କୁ ଉଲ୍ଲେଖନୀୟ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି। ପ୍ରଯୁକ୍ତି, ପ୍ରତିରକ୍ଷା, ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କିଭଳି ଆହୁରି ମଜବୁତ ହେବ ସେ ନେଇ ଆଲୋଚନା କରିଥିଲି।

Leave a Reply

Your email address will not be published. Required fields are marked *