ଯେତେବେଳେ ପ୍ରକୃତିର ଦାନକୁ ଆମେ ଭଗବାନଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ ନ କରି, ନିଜର ଉପଭୋଗ ସାମଗ୍ରୀ ଭାବରେ ବ୍ୟବହାର କରିଥାଉ, ଶ୍ରୀକୃଷ୍ଣ ତାହାକୁ “ଚୋର ମନୋବୃତ୍ତି” ଭାବେ ଅଭିହିତ କରନ୍ତି । ଅନେକ ସମୟରେ ଲୋକେ ଏପରି ପ୍ରଶ୍ନ କରନ୍ତି “ମୁଁ ଏକ ଶୁଦ୍ଧ ଜୀବନ ଯାପନ କରୁଅଛି; ମୁଁ କାହାର କ୍ଷତି କରେ ନାହିଁ ବା ମୁଁ କିଛି ଚୋରି କରେ ନାହିଁ , କିନ୍ତୁ ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିାଁ ମୁଁ କିଛି ଭୁଲ କରୁଛି କି ? ଏହି ପ୍ରଶ୍ନର ଉତ୍ତର ଉପରୋକ୍ତ ଶ୍ଲୋକରେ ଦିଆ ଯାଇଛି । ଏପରି ବ୍ୟକ୍ତିଗଣ ଲୋକଙ୍କ ଦୃଷ୍ଟିରେ କିଛି ଭୁଲ କରୁନାହାନ୍ତି, କିନ୍ତୁ ଭଗବାନ ନଜରରେ ଭୁଲ କରୁଛନ୍ତି । ମନେ କରନ୍ତୁ, ଆମେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଘରକୁ ପ୍ରବେଶ କଲେ, ତାଙ୍କ ସୋଫାରେ ବସିଲେ, ଫ୍ରିଜ୍ରୁ ଖାଦ୍ୟ କାଢି ଖାଇଲେ ଏବଂ ତାଙ୍କ ବିଶ୍ରାମ କକ୍ଷକୁ ବ୍ୟବହାର କଲେ । ” ଆମେ କହିପାରୁ, ଆମେ କିଛି ଭୁଲ କରିନାହୁଁ, କିନ୍ତୁ ଆଇନ ଦୃଷ୍ଟିରେ ଆମେ ଚୋର ସାବ୍ୟସ୍ତ ହେବା, କାରଣ ଘରଟି ଆମର ନୁହେଁ । ସେହିପରି ଆମେ ରହୁଥିବା ପୃଥିବୀଟି ଭଗବାନଙ୍କ ଦ୍ୱାରା ସୃଷ୍ଟ ଏବଂ ସେଥିରେ ଥିବା ସବୁକିଛି ତାଙ୍କର ଅଟେ । ତାଙ୍କର ପ୍ରଭୂତ୍ୱକୁ ଅବମାନନା କରି, ଆମେ ଯଦି ନିଜ ସୁଖ ପାଇଁ ସେ ସବୁର ଉପଭୋଗ କରିବା, ତେବେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆମେ ଚୋରି କରୁଅଛୁ ବୋଲି କୁହାଯିବ।
ଭଗବାନ୍ ସର୍ବତ୍ର ବିଦ୍ୟମାନ । ତାଙ୍କୁ ଡାକିପାରିଲେ ସବୁଠାରେ ତାଙ୍କର ପ୍ରକାଶ ହୋଇଥାଏ । ସେପରି ନ ହେଲେ ସାରା ଜଗତ୍ ଘୂରିବୁଲିଲେ ମଧ୍ୟ କୌଣସି ଫଳ ମିଳେ ନାହିଁ । ସଂସାରର କର୍ତ୍ତବ୍ୟ ଯଥାଯଥଭାବରେ କରିଯାଅ । ସତ୍ୟନିଷ୍ଠ ହୁଅ । ତାହାହେଲେ ଘରେ ବସି ସବୁ ପାଇପାରିବ ।"
ଧୋକା ତ କେହି ଜଣେ ଦେଇଥାଏ।କିନ୍ତୁ ସେଥିରୁ ଯେଉଁ କଷ୍ଟ ଆଉ ବିଶ୍ବାସଘାତକତା ମିଳିଥାଏ, ତାଦ୍ବାରା ଘୃଣା ସମସ୍ତଙ୍କ ଉପରେ ହୋଇଥାଏ।
ସଂସାରର ସବୁଠାରୁ ବିଚିତ୍ର ପ୍ରାଣୀ ହେଉଛି ମଣିଷ।କାରଣ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ଭଲ ମନ୍ଦର ବିଚାର ଜାଣିଥିଲେ ମଧ୍ଯ ଭୁଲ୍ ପରେ ଭୁଲ୍ କରି ଚାଲେ।
ଟଙ୍କା ହେଉଛି ଛୋଟ ମୁଦ୍ରା। ସ୍ବାସ୍ଥ୍ଯ ହେଉଛି ବଡ ମିଦ୍ରା। ପ୍ରେମ ହେଉଛି ଭାଗ୍ୟଶାଳୀ ମୁଦ୍ରା। କିନ୍ତୁ ସମ୍ପର୍କ ହେଉଛି ଏକ ସୁନା ମୁଦ୍ରା ଏହାକୁ ସୁରକ୍ଷିତ ରଖନ୍ତୁ।
ନିଜେ ଜବାବ୍ ଦେବା ଦ୍ଵାରା ମଣିଷ କମ୍ ଅନୁତାପ କରିଥାଏ, ସମୟ ଯେଉଁ ଜବାବ୍ ଦିଏ ମଣିଷ ତାକୁ ପୂର୍ଣ୍ଣତାର ସହିତ ଅନୁତାପ କରିଥାଏ।