ଥରେ ପରିକ୍ଷା କରି ଦେଖ ତ,ପ୍ରକୃତରେ ଯଦି ତୁମେ ଅନ୍ୟକୁ ଜୀବନ ଭରି ଭଲ ପାଉଥିବ ତେବେ ସେହି ଭଲ ପାଇବାର ପ୍ରତିଫଳନ ଦିନେ ତୁମ ଦ୍ବାରକୁ ନିଶ୍ଚିତ ଠକ୍ ଠକ୍ କରିବ।
ଭଗବାନ କହିଛନ୍ତି ତୁମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖର ଆଶା ରଖ ନାହିଁ,ଆଉ ଯଦି କାହାକୁ ମୂହୁର୍ତ୍ତକ ପାଇଁ ଖୁସି ଦେଇଛ ତେବେ ତୁମେ ତୁମ ଦୁଃଖର ଚିନ୍ତା କରନାହିଁ।
ଯେଉଁ ଲୋକମାନଙ୍କର ଆଖି ଟିକିଏ ଟିକିଏ କଥାରେ ଓଦା ହୋଇଯାଏ। ସେମାନେ ହୃଦୟରୁ ଦୁର୍ବଳ ନୁହେଁ ବରଂ ସେମାନଙ୍କର ହୃଦୟ ଅତ୍ୟନ୍ତ ସଫା ହୋଇଥାଏ।
ଜୀବନରେ Problem ନିଶ୍ଚିତ ଆସିବ, ମନକୁ ଶାନ୍ତ ରଖିଲେ ଜ୍ଞାନ ଓ ବିବେକ ବଢ଼ିବ ଆଉ ବେଶି Tension ହେଲେ ନିଜ ଶରୀରକୁ ବହନ କରିବା କଠିନ ହୋଇପଡିବ।
ଦରିଦ୍ର ଜନର ସେବା କରି ଚାଲ
ନ କରି ବାଛ ବିଚାର,
ନର ସେବା ପରା ନାରାୟଣ ସେବା
ମନୁ ଛାଡ଼ ଅହଙ୍କାର,ନଚେତ ସବୁ ଥାଇକି ବି ବୁଲିବ ବାର ଦୁଆର
ମଣିଷ ବଡ଼ ହେଇଗଲେ ପିଲାଦିନ ଭୁଲି ଯାଏ, ବିବାହ ପରେ ପିତାମାତାଙ୍କୁ , ପିଲା ହେବା ପରେ ଭାଇଭଉଣୀଙ୍କୁ ଭୁଲି ଯାଏ, ପଇସା ହେଇଗଲେ ଗରିବକୁ ଭୁଲି ଯାଏ ଆଉ ଯେତେବେଳେ ବୁଢ଼ା ହୋଇଯାଏ ସେତେବେଳେ ଭୁଲି ଯାଇଥିବା ସମସ୍ତଙ୍କୁ ମନେ ପକାଇଥାଏ ।
ମଣିଷର ତୁମେ ଯେତେ ବଡ଼ ଉପକାର କରନା କାହିଁକି ପରବର୍ତ୍ତୀ ସମୟରେ ତୁମର ସାମାନ୍ୟ ଭୁଲ୍ ହେଲେ ସେ ସେହି ଉପକାର କଥା ଟିକିଏ ମାତ୍ର ମନେ ପକେଇବ ନାହିଁ ।
Life ରେ କାହାକୁ କରିଥିବା Help ଭୁଲି ଯାଆନ୍ତୁ କିନ୍ତୁ କାହା ଠାରୁ ପାଇଥିବା Help କେବେ ଭୁଲନ୍ତୁ ନାହିଁ ।
Leave a Reply