Spread the love

ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ।

ବାଖ୍ୟା

ଅଜ୍ଞାନରୁ ସଂଶୟ ଜାତ ହୁଏ, ଏବଂ ସଂଶୟକୁ ଦୂର କରିବାର କ୍ଷମତା ଜ୍ଞାନଠାରୁ ଆସିଥାଏ । ବିଦ୍ୱାନମାନଙ୍କ ଠାରେ ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଥାଏ, ଯାହା ସଂଶୟ ଦୂର କରିବା ପାଇଁ ଯଥେଷ୍ଟ ନୁହେଁ, କାରଣ ଶାସ୍ତ୍ର ଗୁଡ଼ିକରେ ଅନେକ ବିରୋଧାଭାସ ରହିଥାଏ, ଯାହାର ସମାଧାନ କେବଳ ଭଗବତ୍ ଅନୁଭୂତି ଦ୍ୱାରା ହିଁ ସମ୍ଭବ । ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କର ଅନୁଭବାତ୍ମକ ଜ୍ଞାନ ଅବଶ୍ୟ ଥାଏ, କିନ୍ତୁ ସେମାନେ ମଧ୍ୟ ସର୍ବଜ୍ଞ ନୁହଁନ୍ତି । ସଂଶୟ ଦୂର କରିବାର କ୍ଷମତା ସେମାନଙ୍କର ଥାଏ, କିନ୍ତୁ ସେମାନେ ଭଗବାନଙ୍କର ସମକକ୍ଷ ନୁହନ୍ତି, ଯିଏ କି ସର୍ବଜ୍ଞ ଅଟନ୍ତି । କେବଳ ଭଗବାନ ହିଁ ସର୍ବଜ୍ଞ, ଏବଂ ସର୍ବଶକ୍ତିମାନ ଅଟନ୍ତି । ସୁତରାଂ, ସେ ହିଁ ସମସ୍ତ ଅଜ୍ଞାନ ଦୂର କରିବା ପାଇଁ ପୂର୍ଣ୍ଣ ସକ୍ଷମ ଅଟନ୍ତି, ଯେପରି ଅନ୍ଧକାର ଦୂର କରିବା ପାଇଁ ସୂର୍ଯ୍ୟ ସକ୍ଷମ ଅଟନ୍ତି।

ମହତ କର୍ମର ମାର୍ଗ ଯଦି ହୁଏ
କୌଶଳ ବୁଦ୍ଧି ଚକ୍ରାନ୍ତ,
ସିଦ୍ଧି-ପ୍ରାପ୍ତ ଫଳ ହୋଇପାରେ ମିଷ୍ଟ
ସିଦ୍ଧି କିନ୍ତୁ ଅପବିତ୍ର ।

ଗୋଟିଏ ଭୁଲ୍ ନିଷ୍ପତ୍ତିକୁ ସମ୍ମାନ ଦିଆଯାଇପାରେ କିନ୍ତୁ ମିଛକୁ ନୁହେଁ ।

କେବଳ ଲଙ୍କା ଖାଇଲେ ରାଗ ଲାଗେନାହିଁ, ଉଚିତ୍ କଥା କହିଲେ କିଛି ଲୋକଙ୍କୁ ରାଗ ଲାଗେ ।

ପିଲାମାନଙ୍କ ସହ ସବୁବେଳେ Positive ଆଚରଣ କରନ୍ତୁ କାରଣ ବାସସ୍ଥାନ ହେଉଛି ସର୍ବଶ୍ରେଷ୍ଠ School ଏବଂ ମାଆ ହେଉଛନ୍ତି ସର୍ବଶ୍ରେଷ୍ଠ Teacher…..

ଜୀବନ ଏମିତି ଏକ ରାସ୍ତା ଯେଉଁଠି ଆପଣ ଦୁଃଖରେ ଚାଲିଲେ ରାସ୍ତା ଲମ୍ବି ଲମ୍ବି ଯିବ….

ଆଉ

ହସିକି ଚାଲିଲେ ରାସ୍ତା କେତେବେଳେ ସରିଯିବ ଜଣା ପଡ଼ିବ ନାହିଁ….

ଏକତା ହିଁ ଶକ୍ତି

Leave a Reply

Your email address will not be published. Required fields are marked *

You Missed