Spread the love

ଘରେ ବନାନ୍ତୁ ସୁଆଦିଆ ‘ରାଜମା କଷା’….

.ଖାଇବା ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ରାଜମା କଷାର ପ୍ରସ୍ତୁତ ପ୍ରକ୍ରିୟା। ଏହା ରାନ୍ଧିବା ଯେତେ ସହଜ ଓ ସୁଆଦିଆ ମଧ୍ୟ । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମାଜା ନିଅନ୍ତୁ।
.
ଆଜି ଆମେ ନିରାମିଷରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରାଜମା କଷା’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ରାଜମା ୨୫୦ ଗ୍ରାମ, ପିଆଜ ୨ଟି, ଅଦା ଅଳ୍ପ, ରସୁଣ ଗୋଟେ ବୁଦା, ଟମାଟୋ ୧ଟି, ଲୁଣ, ହଳଦି, କଞ୍ଚାଲଙ୍କା, ତେଲ, ମେଥିପତ୍ର ଅଳ୍ପ, ଧନିଆ ପତ୍ର ଅଳ୍ପ।
.ପ୍ରସ୍ତୁତ ପ୍ରଣାଳୀ:

*ରାଜମାକୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାନ୍ତୁ। ଟିକେ ବତୁରିଲା ପରେ ଅଳ୍ପ ସିଝାଇ ଦିଅନ୍ତୁ।
*ପିଆଜକୁ ଛୋଟ ଛୋଟ କରି କାଟନ୍ତୁ। ଅଦା, ରସୁଣକୁ ବାଟି ରଖନ୍ତୁ। କଡାଇ ବସାଇ ତେଲ ପକାନ୍ତୁ।
*ତେଲ ଗରମ ହେଲେ ପିଆଜ କଟାକୁ ପକାଇ ଭାଜନ୍ତୁ।
*ଟିକେ ଲାଲ ହେଲେ ଅଦା, ରସୁଣ ବଟା ପକାଇ ଘାଣ୍ଟନ୍ତୁ।
*ଏହାପରେ ଲୁଣ, ହଳଦି ପକାନ୍ତୁ। ମସଲା କଷି ହେଲା ବେଳକୁ ଟମାଟୋକୁ କାଟି ମସଲା ଗୋଳାଇ ଦିଅନ୍ତୁ।
*ଅଳ୍ପ ସମୟ ପରେ ରାଜମାକୁ ମସଲାରେ ପକାଇ ଗୋଳାଇ ଦିଅନ୍ତୁ ଏବଂ ଅଳ୍ପ ପାଣି ଦେଇ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଯେପରି ମସଲା ରାଜମା ସାଙ୍ଗରେ ଲାଗିକି ରହେ।
*୫ ମିନିଟ୍‌ ପରେ ଘୋଡଣି ବାହାର କରି କଞ୍ଚାଲଙ୍କା କାଟି ସେଥିରେ ପକାନ୍ତୁ।
ଏହାପରେ ମେଥିପତ୍ର ଏବଂ ଧନିଆ ପତ୍ର କାଟି ପକାନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରାଜମା କଷା’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Leave a Reply

Your email address will not be published. Required fields are marked *